ମେରାଇନ ଡ୍ରାଇଭରେ ମୃତ ଗାଡ ଭାଲୁ ଠାବ, ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା ସନ୍ଦେହ

Published By : Prameya-News7 Bureau | December 17, 2021 IST

କୋଣାର୍କ ୧୭/୧୨: ପୁରୀ କୋଣାର୍କ ମେରାଡ୍ରାଇଭର ନିଆଖିଆ ବିଜ୍ ପାଖରେ ଅଜଣା ଗାଡି ଧକାରେ ଗାଡ଼ଭାଲୁ ମୃତ୍ୟୁ । ଏହି ଗାଡ଼ଭାଲୁ ଦେଖିବାକୁ କଳା ରଙ୍ଗର ବଡବଡ ନଖଥିବା ଦେଖିବାକୁ ମିଳିଛି । ଏପରି ଜନ୍ତୁ ପୁରୀ କୋଣାର୍କ ବନଖଣ୍ଡରେ ପ୍ରଥମ ଥର ଦେଖିବାକୁ ମିଳିଛି ।

ଏମାନେ ଦିନରେ ଗାତ ଭିତରେ ରହୁଥିବା ବେଳେ ରାତିରେ ଖାଦ୍ୟ ସଂଗ୍ରହ କରିବାକୁ ବାହାରିଥାନ୍ତି, ବୋଲି କୋଣାର୍କ ବନଖଣ୍ଡ ଅଧିକାରୀ ବେଣୁଧର ବେହେରା ସୂଚନା ଦେଇଛନ୍ତି । ଏମାନେ ଭାଲୁ ପରି ଦେଖାଯାନ୍ତି ବଡ ବଡ ନଖରେ ଶିକାରକୁ କାବୁ କରିଥାନ୍ତି । ଏହାକୁ ଦେଖି କୋଣାର୍କ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏ ପ୍ରଜାତିର ଭାଲୁ ଅଧିକ ଶିକାରୀ ହୋଇଥାନ୍ତି ତେଣୁ ପୁରୀ, କୋଣାର୍କ ବୁଲିଆସୁଥିବା ପର୍ଯ୍ୟଟକଙ୍କ ପ୍ରତି କେଉଁ ସମୟରେ ବିପଦ ସଙ୍କେତ ହୋଇପାରନ୍ତି । ତୁରନ୍ତ ପୁରୀ, କୋଣାର୍କ ବନଖଣ୍ଡ ଅଧିକାରୀ ଏପରି ଜୀବଜନ୍ତୁକୁ ସୁରକ୍ଷା ଦେବାସହ ପର୍ଯ୍ୟଟକ ଏବଂ କୋଣାର୍କ ଅଞ୍ଚଳବାସୀଙ୍କ ପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.