ପୋଲ ତଳେ ପଡିଛି ଗଦା ଗଦା ୫୦୦ ଟଙ୍କିଆ ନୋଟ୍
20/02/2020 at 1:39 PM

ସମ୍ବଲପୁର ୨୦।୦୨ – ପୋଲ ତଲେ ଗଦା ଗଦା ୫୦୦ ଟଙ୍କିଆ ନୋଟ । କେଉଁଟା ଫାଟି ଯାଇଛି ତ ଆଉ କେଉଁଟା ଚିରି ଯାଇଛି । ସମ୍ବଲପୁର ଦେବଗଡ ୫୩ ନମ୍ବର ଜାତୀୟ ରାଜପଥ ସିନ୍ଦୁରପଙ୍କ ପାଖ ଡୁମ୍ବେସିଂହା ପୋଲ ତଳେ ଏଭଲି ଦୃଶ୍ୟ ଦେଖିବାକୁ ମିଳିଛି ।
ପୋଲର ୫୦୦ ମିଟରେ ଦୁର ରେ ପରିତ୍ୟକ୍ତ ସ୍ଥାନରେ ଗଦା ଗଦା ୫୦୦ ଟଙ୍କିଆ ନୋଟ ଦେଖିବାକୁ ମିଳିଛି ।ଏହି ଖବର ବୁଧବାର ସକାଳେ ସ୍ଥାନୀୟ ଲୋକ ଜାଣିବା ପରେ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଥିଲା ଦୁଇ ତିନି ଦିନ ତଲେ ପୋଲ ତଳକୁ ଶୌଚ ପାଇଁ ଯାଇଥିବା ଲୋକେ ବସ୍ତା ଚିରରା ୫ ଶହ ଟଙ୍କିଆ ନୋଟ ତଳେ ବିଛେଇ ହୋଇଥିବା ଦେଖିଥିଲେ । ପୋଲତଳେ ପାଣି,ଓ ବୁଦା ଭିତରେ ପଡିଥିବା ଏହି ନୋଟ ଗୁଡିକ ସବୁ ଅଧା ନଷ୍ଟ ହୋଇଯାଇଛି । ତଥାପି ଲୋକମାନେ ତାହାକୁ ଗୋଟାଇ ନେଉଥିଲ । ତେଵେ ଏହି ଫଟା ନୋଟ ଗୁଡିକ ସେହି ଅଂଚଳରେ ପବନରେ ଉଡୁଛି ।
ତେଵେ ଏହି ନୋଟ ଗୁଡିକ କେଉଁଠୁ ଆସିଲା । କିଏ ଏତେ ପରିମାଣ ଗଦା ଗଦା ୫୦୦ ଟଙ୍କିଆ ନୋଟ ଫିଙ୍ଗିଲା । ନା କେଉ କେଉଠି ଚୋରି କରି ଚୋର ଫିଙ୍ଗି ଦେଇଛି , ଆୟକର ବିଭାଗର ଚଢଉ ଯୋଗୁଁ ଭୟରେ କିଏ ଫିଙ୍ଗି ଦେଲା ଏମିତି ଅନେକ ପ୍ରଶ୍ନ ସାଧାରଣରେ ସୃଷ୍ଟି ହୋଇଛି । ତେଵେ ଏହି ଘଟଣା ପୋଲିସ ଖବର ପାଇଥିଲେ ମଧ୍ୟ ଘଟଣା କୁ ହାଲୁକା ଭାବରେ ନେଇଥିବା ଜଣାପଡଛି । ତେଵେ କିଛି ଫୋଟେ ଏବେ ସୋସିଆଲ ମିଡିଆରେ ଘୁରି ବୁଲିଛି । ଏତେ ପରିମାଣର ଚିରା ୫୦୦ ଟଙ୍କିଆ କିଏ ଏଠି ଆଣି ଫିଙ୍ଗିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।