ବାଂଶପାଳ ୧୨।୦୨: ଦୁର୍ଗମ ଅଞ୍ଚଳରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । କିନ୍ତୁ ଏହିସବୁ ଅର୍ଥର ଠିକ୍ ଭାବେ ବିନିଯୋଗ ହୋଇପାରୁନାହିଁ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କୁଶକଳା କାଦଡିହା ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଘଟଣା ।
{"id":223505,"sizeSlug":"large"}ମଙ୍ଗଳବାର ଦିନ କାଦଡିହା ଗାଁର ପୁର୍ଣ୍ଣ ମୁଣ୍ଡାଙ୍କ ସ୍ତ୍ରୀ ରଜନୀ ମୁଣ୍ଡାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ରଜନୀଙ୍କୁ ଗାଁର ଜଣେ ମହିଳା ବାଂଶପାଳ ମେଡିକାଲକୁ ନେଇଥିଲେ । କିନ୍ତୁ ବାଂଶପାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମା ଗୃହରେ ତାଙ୍କୁ ଆଡମିଟ କରାଯାଇ ନଥିଲା । ଯାହାଫଳରେ ରଜନୀ ସେଠାରୁ ଏକ ବସ ଯୋଗେ ଘରକୁ ଫେରି ଆସିଥିଲେ । ତେବବେ କୁଶକଳାରୁ ଘରକୁ ଚାଲି ଚାଲି ଫେରୁଥିବା ସମୟରେ ପୁଣିଥରେ ପ୍ରସବ ଯନ୍ତ୍ରଣା ହୋଇଥିଲା । ମହିଳା ଜଣଙ୍କ ଏକ ଖୋଲା ପଡିଆର ଗଛ ମୂଳରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । କିଛି ସମୟ ପରେ ଗ୍ରାମବାସୀ ଆମ୍ବୁଲାନ୍ସ ସହାୟତେରେ ବାଂଶପାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ମା ଓ ଶିଶୁ କନ୍ୟାଟି ଏବେ ମେଡିକାଲର ମା’ ଗୃହରେ ଥିବା ଜଣାପଡିଛି । ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡିଛି ।