ଲଗାଣ ବର୍ଷାରେ ସ୍ଥିତି ବେହାଲ୍, ଘର ଉପରେ ଗଛ ପଡ଼ି ୩ ଆହତ
9/09/2022 at 10:59 AM

ମୋହନା ୦୯/୦୯: ଘର ଉପରେ ଗଛ ପଡ଼ି ୩ ଆହତ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଗରଡମା ଗାଁରେ । ଆହତ ମାନଙ୍କୁ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ମେଡିକାଲ୍ ରେ ଭର୍ତ୍ତି କରାଯାଇଛି । ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଥିବା ବେଳେ ଗତ କାଲି ରାତିରେ ବର୍ଷା ସହ ପବନ ହୋଇଥିଲା ।
ଫଳରେ ଗରଡମା ଗାଁ ରାସ୍ତା କଡ଼ରେ ଥିବା ଏକ ବଡ଼ ଗଛ ଉପୁଡ଼ି ଘର ଉପରେ ପଡିଥିଲା । ଏଥିରେ ୩ ଜଣ ଆହତ ହୋଇଛନ୍ତି । ରାସ୍ତା ଉପରେ ଗଛ ପଡ଼ିଥିବା ଯୋଗୁଁ ଗରଡମାରୁ ଚନ୍ଦ୍ରପୁରକୁ ଯାତାୟତ ଠପ୍ ହୋଇଯାଇଛି । ତେବେ ଗରଡମା ଗାଁ ରାୟଗଡ଼ା ଜିଲ୍ଲାର ସୀମାନ୍ତ ବର୍ତ୍ତି ହୋଇଥିବା ଯୋଗୁଁ ଆହତ ମାନଙ୍କୁ ଚନ୍ଦ୍ରପୁର ମେଡିକାଲ୍ ରେ ଭର୍ତ୍ତି କରାଯାଇଛି ।
Related Posts
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଗିରଫ
31 January 2023
ବେଆଇନ୍ ଭାବେ ଟ୍ରକ୍ ଜବତ କରି ୬୦ ହଜାର ତଣ୍ଡ ଗଣିଲା ଫାଇନାନ୍ସ କମ୍ପାନୀ
31 January 2023
ଗାଡି ପଛରେ ହନୁମାନଙ୍କୁ ବାନ୍ଧିନେଲେ, ଭାଇରାଲ ହେଲା ଭିଡିଓ
31 January 2023