ଅଭିଯୋଗ ପରେ ବି ନିଆଗଲାନି ପଦକ୍ଷେପ, ଗଛମୂଳେ ଚାଲିଛି ପାଠପଢା
9/01/2023 at 2:43 PM

ସାଲେପୁର ୦୯/୦୧: ବିଦ୍ୟାଳୟର ଶ୍ରେଣୀଗୃହକୁ ଅସୁରକ୍ଷିତ ଘୋଷଣା ପରେ ଶ୍ରେଣୀଗୃହରେ ଛାତ୍ରଛାତ୍ର ଜୀବନକୁ ବାଜି ଲଗାଇ ପାଠ ପଡୁଥିବାର ଖବର ଗଣମାଧ୍ୟମରେ ପ୍ରସାରଣ ପରେ ଏବେ ଗଛମୂଳରେ ଚାଲିଛି ପାଠପଢା ।
ସାଲେପୁର ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ତୁନୁପୁର ପ୍ରାଥମିକ ବିଦ୍ୟାଳୟରେ ସର୍ବଶିକ୍ଷା ଅଭିଯାନ ବିପର୍ଯ୍ୟସ୍ତ ହୋଇପଡିଥିବା ଦେଖିବାକୁ ମିଳିଛି । ଏଠାରେ ଆଜକୁ ୬ ବର୍ଷ ହେବ ଏକ ବାତ୍ୟା ଆଶ୍ରୟସ୍ଥଳୀରେ ଭଗ୍ନ କୋଠରୀରେ ଚାଲିଥିଲା ପାଠପଢା । ଗତ କିଛିଦିନ ଧରି ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏବେ ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଛି ଗଛମୂଳେ ପାଠପଡା । ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବାବେଳେ ୩୫ ରୁ ଉର୍ଦ୍ଧ୍ୱ ପିଲା ଅତି ବିପଦସଂକୁଳ ଅବସ୍ଥାରେ ପାଠ ପଢୁଥିଲେ ।
ଖବର ପ୍ରସାରଣପରେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ଫଳ ସ୍ୱରୂପ ଛାତ୍ରଛାତ୍ରୀମାନେ ଏବେ ଗଛମୂଳେ ବସି ପଢୁଛନ୍ତି । ଏବେ ଚିନ୍ତାରେ ପିଲାମାନଙ୍କ ଭାଗ୍ୟ ଭବିଷ୍ୟତକୁ ନେଇ ଅଭିଭାବକ । ଏପଟେ ଖବରପ୍ରସାରଣ ପରେ ମଣ୍ଡଳ ଶିକ୍ଷା ଅଧିକାରୀ ଖୁବଶୀଘ୍ର ପଦକ୍ଷେପ ନେବା ସହ ତୁରନ୍ତ ନୂତନ ଗୃହ ଯୋଗାଇଦେବାକୁ କହିଥିବାବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାର ଦେଖିବାକୁ ମିଳିଛି ।