ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍, ଯାତାୟତ ବାଧାପ୍ରାପ୍ତ
4/12/2022 at 9:54 AM

ଧର୍ମଗଡ଼ ୦୪।୧୨ : ଭବାନିପାଟଣା ରାୟପୁର NH 16 ପାଷ୍ଟିପଡା ନିକଟରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଭାରସାମ୍ୟ ହରାଇ ଓଲଟି ପଡିଛି ଗ୍ୟାସ ଟ୍ୟାଙ୍କର । ଓଲଟିପଡିଥିବା ଟ୍ୟାଙ୍କରରୁ ଗ୍ୟାସ ବାହାରୁଛି । ଫଳରେ ଜାତୀୟ ରାଜପଥରେ ଯାତାୟତ ବନ୍ଦ ହୋଇ ଯାଇଛି ।
ଖବର ଅନୁଯାୟୀ, ଜାତୀୟ ରାଜପଥ ପୋଷ୍ଟିପଡ଼ା ନିକଟରେ ଭାରସାମ୍ୟ ହରାଇ ଗ୍ୟାସ୍ ଟ୍ୟାଙ୍କରଟି ଓଲଟିପଡିଥିଲା । ଯାହାଫଳରେ ରାସ୍ତାର ଉଭୟ ପଟୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ତେବେ ଓଲଟି ପଡିଥିବା ଗ୍ୟାସ୍ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେଉଥିବା ଜଣାପଡିଛି । ଯାହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ।
Related Posts
ନବ ଦାସଙ୍କୁ କେମିତି ହତ୍ୟା କରିଥିଲା, ବନ୍ଧୁକ ଧରି ଡେମୋ ଦେଖାଇଲା ଗୋପାଳ
7 February 2023
ଧରାପଡିଲେ ୭ ଡକାୟତ, ଅନେକ ସ୍ଥାନରୁ ଲୁଟି ପୋଲିସ୍କୁ ଦେଉଥିଲେ ଚକ୍ମା
7 February 2023