ଆଜି ଜି-୨୦ ସମ୍ମିଳନୀ : ଭିଡିଓ କନ୍‌ଫରେନ୍ସିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କରୋନା ନେଇ ହୋଇପାରେ ବଡ ଘୋଷଣା

Published By : Prameya-News7 Bureau | March 26, 2020 IST

ନୂଆଦିଲ୍ଲୀ ୨୬।୦୩: ଆଜି ଜି -୨୦ ରାଷ୍ଟ୍ର ସମୁହଙ୍କ ଶିଖର ବୈଠକ। ତେବେ କରୋନା ଭାଇରସକୁ ଦୃଷ୍ଟିରେ ରଖି ଏହି ବୈଠକ ଭିଡିଓ କନଫରେନ୍ସ ମାଧ୍ୟମରେ ହେବ।ବୈଠକରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବୈଠକକୁ ଏଥର ଭର୍ଚୁଆଲ କନଫରେନ୍ସ ନାଁ ଦିଆଯାଇଛି।

କରୋନା ମୁକାବିଲା ଦିଗରେ ଜି ୨୦ ବୈଠକ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୈଠକରେ କରୋନା ଭାଇରସର ବୈଶ୍ବିକ ପ୍ରଭାବ ଏବଂ ଏଥିରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ଲାଗି କୌଣସି ଉପାୟ ବାହାର କରିବା ନେଇ ଚର୍ଚ୍ଚା ହେବ ବୋଲି ଆଶା ପୋଷଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବୈଠକରେ କରୋନା ମୁକାବିଲା ନେଇ ଜି-୨୦ ରାଷ୍ଟ୍ର ସମୁହ କୌଣସି ପ୍ୟାକେଜ ଘୋଷଣା କରାଯିବାର ମଧ୍ୟ ସମ୍ଭାବନା ରହିଛି। ସୂଚନା ଅନୁଯାୟୀ ଏହି ଭିଡିଓ କନଫରେନ୍ସ ଆଜି ସନ୍ଧ୍ୟା ସାଢେ ୫ଟାରୁ  ଆରମ୍ଭ ହୋଇ ୭ଟା ପର୍ଯ୍ୟନ୍ତ ଚାଲିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.