scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶନିବାରଠୁ ଜି-୨୦ ସମ୍ମିଳନୀ; ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା, ପ୍ରଗତି ମୈଦାନ ନୋ ଫ୍ଲାଏ ଜୋନ୍, ଆସୁଛନ୍ତି ବିଶ୍ବ ନେତା

8/09/2023 at 9:18 AM


ନୂଆଦିଲ୍ଲୀ: ଶନିବାର ଠାରୁ ଦିଲ୍ଲୀରେ ଜି-୨୦ ମହା-ସମ୍ମିଳନୀ । ଶିଖର ସମ୍ମିଳନୀ ପାଇଁ ସଜେଇ ହୋଇଛି ରାଜଧାନୀ । ଜି-୨୦ ମିଟିଂ ପାଇଁ ଦିଲ୍ଲୀରେ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ଶୁକ୍ରବାର ଠାରୁ ବିଶ୍ବ ନେତାଙ୍କୁ ଭାରତ ଆଗନମ ହେବ । ଶନିବାରଠୁ ଆରମ୍ଭ ହୋଇ ଏହି ସମ୍ମିଳନୀ ଦୁଇ ଦିନ ଧରି ଚାଲିବ । ଏଥିରେ ପାଇଁ ୩ଦିନ ଲକ୍ ହେବ ରାଜଧାନୀ ଦିଲ୍ଲୀ । ଅତିଥିମାନଙ୍କର ସ୍ୱାଗତ ସତ୍କାର ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି ।

ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ଇଟାଲୀ ପ୍ରଧାନମନ୍ତ୍ରୀ ଭାରତରେ ପହଞ୍ଚି ସାରିଥିବା ବେଳେ ଆଜି ବାଂଲାଦେଶ ପିଏମ୍  ଶେକ୍ ହସିନା,  ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରୁଷି ସୁନକ ପହଞ୍ଚିବେ । ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ସଂଧ୍ୟାରେ ଭାରତରେ ପହଞ୍ଚିବେ । ତାଙ୍କୁ ସଡ଼କ ପରିବହନ, ରାଜପଥ ଓ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭି.କେ. ସିଂହ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ୫୫ରେ ସ୍ୱାଗତ କରିବେ ।

ବାଇଡେନ୍‌ କୋଭିଡ୍‌ ନେଗେଟିଭ୍‌ ଥିବା ନେଇ ବୁଧବାର ହ୍ୱାଇଟ୍‌ ହାଉସ୍‌ ସ୍ପଷ୍ଟ କରିବା ପରେ ତାଙ୍କର ଭାରତ ଗସ୍ତ ପକ୍କା ହୋଇଥିଲା । ସେ ଗୁରୁବାର ଆସିପାରନ୍ତି ବୋଲି କୁହାଯାଉଥିଲା । ତେବେ ସେ ଶୁକ୍ରବାର ଆସିବା ନେଇ ଆଜି ଜଣାପଡ଼ିଛି । ଜଣେ ଅଧିକାରୀଙ୍କ କହିବାନୁସାରେ, ଆମେରିକାର ପ୍ରତିନିଧିମାନେ ବ୍ୟାପକ ପ୍ରସ୍ତୁତି ସହ ଆସୁଛନ୍ତି । ଏଥିପାଇଁ ଆମେରିକାରୁ ପ୍ରାୟ ୨୦ରୁ ଅଧିକ ବିମାନ ଆସିବା ସମ୍ଭାବନା ରହିଛି ।

ବାଇଡେନ୍‌ଙ୍କ ପାଇଁ ସ୍ୱତନ୍ତ୍ର କାର୍‌କେଡ୍‌ ବ୍ୟବସ୍ଥା ହୋଇଛି । ଏହି କାର୍‌କେଡ୍‌ରେ ମୋଟ୍ ୬୦ଟି ଗାଡ଼ି ରହିବ । କାର୍‌କେଡ୍‌ରେ ବାଇଡେନ୍‌ ଆଗରେ ଯିବେ ଏବଂ ତାଙ୍କ ପଛରେ ଆମେରିକାର ସିକ୍ରେଟ୍‌ ସର୍ଭିସ୍‌ ଏଜେଣ୍ଟ । ସେମାନଙ୍କ ପଛରେ ଭାରତର ଶୀର୍ଷ କମାଣ୍ଡୋ ଓ ପୋଲିସ ଗାଡ଼ି ରହିବ । ବାଇଡେନ୍‌ ବିଶ୍ୱର ସବୁଠୁ ନିରାପଦ କାର୍‌ ‘ଦି ବିଷ୍ଟ’ରେ ବସି ଜି-୨୦ ସମ୍ମିଳନୀସ୍ଥଳରେ ପହଞ୍ଚିବେ । ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ଯାଉଥିବା ନେତାମାନଙ୍କ ମଧ୍ୟରେ ବାଇଡେନ୍‌ଙ୍କ କାର୍‌କେଡ୍‌ ସବୁଠୁ ବଡ଼ ହେବ ।

ଦିଲ୍ଲୀରେ ଜୋ ବାଇଡେନ୍‌ଙ୍କ ବିମାନ ‘ଏୟାରଫୋର୍ସ ୱାନ୍‌’ ଅବତରଣ କରିବା ପରେ ତାଙ୍କ କାର୍‌କେଡ୍‌ ଦ୍ରୁତ ଗତିରେ ହୋଟେଲ୍‌ ଅଭିମୁଖେ ଆଗକୁ ବଢ଼ିବ ଏବଂ ସମଗ୍ର ରୁଟ୍‌ ପୂର୍ବରୁ ହିଁ ପ୍ରସ୍ତୁତ ହୋଇ ରହିଛି । କୌଣସି ସମ୍ଭାବ୍ୟ ଆକ୍ରମଣ ସ୍ଥିତିରେ ଅନ୍ୟ ଏକ ରୁଟ୍‌ ବି ପ୍ରସ୍ତୁତ ରଖାଯାଇଛି । ଏହି ରୁଟ୍‌ କେଉଁଠି, ତାହା କେବଳ ଅଧିକାରୀମାନେ ଜାଣିଛନ୍ତି ।

ଆମେରିକା ରାଷ୍ଟ୍ରପତି ବାଇଡେନ୍‌ ଜି-୨୦ ସମ୍ମିଳନୀରେ ସାମିଲ ହେବା ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ବି ସାମିଲ ହେବେ । ଉଭୟ ନେତା ପ୍ରାୟ ୪୫ ମିନିଟ୍‌ ଧରି ଦୁଇଦେଶର ସମ୍ପର୍କକୁ ନେଇ ଚର୍ଚ୍ଚା କରିବେ ଏବଂ ଭବିଷ୍ୟତରେ ଏହାକୁ ଆହୁରି ସୁଦୃଢ଼ ପାଇଁ ମାନସ ମନ୍ଥନ କରାଯିବ । ଶୁକ୍ରବାର ଅପରାହ୍ନରେ ପ୍ରଗତି ମଇଦାନର ଭାରତ ମଣ୍ଡପମ୍‌ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ । ସେହିଦିନ ୩ଟି ଦ୍ୱିପାକ୍ଷିକ ସମ୍ମିଳନୀ ଅନୁଷ୍ଠିତ ହେବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ମିଳନୀ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ୪୫ରେ ଆମେରିକା ସହ ଅନୁଷ୍ଠିତ ହେବ । ଜର୍ମାନ୍‌ ଚାନ୍‌ସେଲର୍‌ ଓଲାଫ୍‌ ସ୍କଲ୍‌ଜ ଜି-୨୦ ସମ୍ମିଳନୀ ପରେ ବାଂଲାଦେଶ ଅଭିମୁଖେ ବାହାରିବେ । ତେଣୁ ଜର୍ମାନୀ ସହ ଦ୍ୱିପାକ୍ଷିକ ବୈଠକ ବସିବା ସମ୍ଭାବନା ନାହିଁ ।

ଭାରତରେ ପ୍ରଥମ ଥର ପାଇଁ ଜି-୨୦ ଶିଖର ସମ୍ମିଳନୀ ହେଉଥିବାରୁ ଏହାକୁ ଐତିହାସିକ ତଥା ସ୍ମରଣୀୟ କରିବା ପାଇଁ କେନ୍ଦ୍ର ସରକାର ଯଥାସାଧ୍ୟ ଚେଷ୍ଟା କରିଛନ୍ତି । କୌଣସିଥିରେ ଯେମିତି ସାମାନ୍ୟତମ ଊଣା ନ ରୁହେ, ସେଥିପ୍ରତି ଧ୍ୟାନ ଦିଆଯାଇଛି । ରାଜଧାନୀ ଦିଲ୍ଲୀରେ ଥିବା କେନ୍ଦ୍ରୀୟ ସଂସ୍ଥାନଗୁଡ଼ିକୁ ତ୍ରିରଙ୍ଗା ଆଲୋକରେ ରଙ୍ଗାୟିତ କରାଯାଇଛି । ଦିଲ୍ଲୀରେ ସ୍କୁଲ ଓ କଲେଜ ବନ୍ଦ ରହିଛି । ସମଗ୍ର ନୂଆଦିଲ୍ଲୀ ଜିଲ୍ଲାକୁ ‘କଣ୍ଟ୍ରୋଲ୍‌ଡ ଜୋନ୍‌-୧’ରେ ପରିଣତ କରାଯାଇଛି । ସେପ୍ଟେମ୍ବର ୮ରୁ ୧୦ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ମଥୁରା ରୋଡ୍‌, ଭୈରୋଁ ରୋଡ୍‌, ପୁରାନା କିଲ୍ଲା ରୋଡ୍‌ ଏବଂ ପ୍ରଗତି ମଇଦାନ ଟନେଲ୍‌ ଦେଇ ଭାରୀଯାନ, ବସ୍‌ ଓ ଲୋକାଲ୍‌ ସିଟି ବସ୍‌ ଚଳାଚଳ ବନ୍ଦ କରାଯାଇଛି । ତେବେ କ୍ଷୀର, ପନିପରିବା, ଫଳ ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ଅନୁମତି ମିଳିବ । ସେହିପରି ପ୍ରଗତି ମୈଦାନକୁ ନୋ ଫାଏ ଜୋନ କରାଯାଇଛି ।

ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ପାଇଁ ୧ଲକ୍ଷ ୩୦ ହଜାର ଯବାନ ନିଯୋଜିତ ହୋଇଛନ୍ତି । କେବଳ ଦିଲ୍ଲୀ ପୋଲିସର ୫୦ ହଜାର ଯବାନ ଏବଂ NSG, CRPF, CAPF ଏବଂ ଆର୍ମିର ୮୦ ହଜାର ଯବାନ ନିୟୋଜିତ ହେବେ । ବୁଲେଟ୍ ପ୍ରୁଫ୍ ଗାଡ଼ି,  ଆଣ୍ଟି ଡ୍ରୋନ୍ ସିଷ୍ଟମ, ଏୟାର ଡିଫେନ୍ସ ସିଷ୍ଟମ, ଫାଇଟର ଜେଟ୍ ରାଫେଲ୍ ଏବଂ ସେନା ହେଲିକାପ୍ଟର ମୁତୟନ ହୋଇଛି । ମିସାଇଲ୍, ଡିଟେକ୍ଟର କ୍ୟାମେରା ରହିଛି । ସୁରକ୍ଷା ବ୍ୟବସ୍ଥା ପାଇଁ ୪ଟି ଏୟାରପୋର୍ଟ ଆଲର୍ଟରେ ରହିଛି ।

   Related Posts