ଜି. ଉଦୟଗିରି ଏନଏସି ୬ନଂ ଓ୍ୱାଡ ଉପନିର୍ବାଚନ, ଭୋଟରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା

Published By : Prameya-News7 Bureau | January 12, 2023 IST

ଜି.ଉଦୟଗିରି ୧୨/୦୧: ଆଜି ଅର୍ଥାତ୍ ଗୁରୁବାର ଜି. ଉଦୟଗିରି ଏନଏସି ୬ନଂ ଓ୍ୱାଡ ଉପନିର୍ବାଚନ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ହବାକ୍ ହାଇସ୍କୁଲ ଠାରେ ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇ ଥିବା ବେଳେ ଇଭିଏମ ସହ ପୁଲିଂ ପାର୍ଟି ପହଞ୍ଚିଛନ୍ତି ମତଦାନ କେନ୍ଦ୍ରରେ ।

ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଶାନ୍ତି ଶୃଙ୍ଖଳା ,ନିରପେକ୍ଷ ମତଦାନ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ଶୁଭ୍ରାଞ୍ଜଳି ପ୍ରଧାନ । ଉପ ନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳ ସହିତ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସହିତ ମୋଟ ୪ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ରହିଛନ୍ତି ।

ଏହି ଓ୍ୱାଡରେ ମୋଟ ୧୯୮ ଜଣ ମତଦାତା ରହିଥିବା ବେଳେ ୯୫ ଜଣ ପୁରୁଷ ରହିଥିବା ବେଳେ ୧୦୩ ଜଣ ମହିଳା ମତଦାତା ରହିଛନ୍ତି । ତେଣୁ ମହିଳା ମାନେ ନେବେ ନିର୍ନାୟକ ଭୂମିକା । ଗୁରୁବାର ଦିନ ମତଦାନ ଥିବା ବେଳେ ଶୁକ୍ରବାର ଦିନ ଗଣତି ସହିତ ଫଳାଫଳ ଘୋଷଣା କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.