କଂଗ୍ରେସ ସଭାପତି ନିର୍ବାଚନ : ଥରୁରଙ୍କ ନାମରେ ସହମତ ନୁହନ୍ତି ଜି-୨୩ ଗୋଷ୍ଠୀ, ସାମ୍ନାକୁ ଆସିଲା ଏହି ନେତାଙ୍କ ନାମ

Published By : Prameya-News7 Bureau | September 22, 2022 IST

ନୂଆଦିଲ୍ଲୀ ୨୨।୯: କଂଗ୍ରେସ ସଭାପତି ନିର୍ବାଚନ ଲାଗି ଅଧିସୂଚନା ଜାରି ହେବା ପରେ ଦଳୀୟ ରାଜନୀତି ଏବେ ଉଷ୍ମ ହେବାରେ ଲାଗିଛି। କୁହାଯାଉଛି କଂଗ୍ରେସ ଅସନ୍ତୁଷ୍ଠଙ୍କ ଜି-୨୩ ଗୋଷ୍ଠୀ ସଭାପତି ପଦକୁ ନେଇ ଏକମତ ନୁହେଁ। ପ୍ରଥମେ କୁହାଯାଉଥିଲା ଏହି ଗୋଷ୍ଠୀ ପକ୍ଷରୁ ଶଶି ଥରୁରଙ୍କୁ ନିର୍ବାଚନକୁ ଓହ୍ଲା ଯାଇଛି। ହେଲେ ଏବେ ଯାହା ଜଣାପଡିଛି ଏଥିରେ ଥରୁରଙ୍କ ନାମରେ ଆଲୋଚନା ବି ହୋଇନି।

{"id":687230,"width":839,"height":516,"sizeSlug":"full","linkDestination":"none"}

ଥରୁର ନିଜେ ପ୍ରାର୍ଥୀପତ୍ର ଦାଖଲ ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ କଥା କେବଳ ଏତିକିରେ ନାହିଁ, ଜି-୨୩ ପକ୍ଷରୁ କଂଗ୍ରେସ ସାଂସଦ ମନିଷ ତିୱାରୀଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଏବେ ଶୁଣିବାକୁ ମିଳୁଛି।  କଂଗ୍ରେସ ସୂତ୍ରରୁ ମିଳୁଥିବା ସୂଚନାରୁ ମନିଷ ତିୱାରୀ ନିର୍ବାଚନ ଲଢିବା ଲାଗି ରାଜନୈତିକ ସହଯୋଗୀଙ୍କ ସହ ପରାମର୍ଶ କରୁଛନ୍ତି। ଯଦି ଅଧିକ ସମର୍ଥନର ସମ୍ଭାବନା ଦେଖାଗଲା ତେବେ ତିୱାରୀ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି।

{"id":687231,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟଯେ ବୁଧବାର ପଞ୍ଜାବ କଂଗ୍ରେସର ବୈଠକ ହୋଇଥିଲା। ରାଜ୍ୟର ୮ ସାଂସଦଙ୍କ ମଧ୍ୟରୁ ୨ ସାଂସଦ ବୈଠକକୁ ଆସିଥିବା ବେଳେ ୬ ସାଂସଦ ଅନୁପସ୍ଥିତ ଥିଲେ। ଏହି ବୈଠକରେ ରାହୁଲ ଗାନ୍ଧିଙ୍କୁ ସଭାପତି କରିବା ପାଇଁ ପ୍ରସ୍ତାବ ଗୃହୀତ କରାଯାଇଥିଲା। ତେବେ କଂଗ୍ରେସ ନେତା ଶଶି ଥରୁର ପ୍ରଥମରୁ ଦଳୀୟ ସଭାପତି ନିର୍ବାଚନରେ ଲଢିବା ଲାଗି ମନସ୍ତ କରିସାରିଛନ୍ତି। ଏହିକ୍ରମରେ ସେ ନିର୍ବାଚନ  ପ୍ରାଧିକରଣ ପ୍ରମୁଖ ମଧୁସୂଦନ ମିସ୍ତ୍ରୀଙ୍କୁ ଭେଟିବା ସହ ନିର୍ବାଚନ ଓ ପ୍ରାର୍ଥୀପତ୍ର ଦାଖଲର ସମସ୍ତ ପ୍ରକ୍ରିୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.