scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

FY୨୩ର ଆର୍ଥିକ ବିକାଶ ଅନୁମାନକୁ ସଂଶୋଧନ କଲା ଏସବିଆଇ, ଜିଡିପି ଗ୍ରୋଥ ୭.୫% ରହିବା ସମ୍ଭାବନା

2/06/2022 at 5:09 PM

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷରେ ୭.୫ ପ୍ରତିଶତ ସହ ଭାରତର ଆର୍ଥିକ ବିକାଶ ହେବ । ଏସବିଆଇର ରିସର୍ଚ୍ଚରେ ଏହି ଦାବି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଏସବିଆଇ ନିଜର ପୂର୍ବ ଆକଳନରେ ୨୦ ବେସିସ ପଏଣ୍ଟ ବୃଦ୍ଧି କରିଛି। ସରକାରୀ ପରିସଂଖ୍ୟାନ ଅନୁସାରେ ଆର୍ଥିକ ବର୍ଷ ୨୦୨୨ରେ ଅର୍ଥବ୍ୟବସ୍ଥାରେ ୮.୭ ପ୍ରତିଶତର ଅଭିବୃଦ୍ଧି ଦେଖିବାକୁ ମିଳିଥିଲା।

ଏସବିଆଇର ମୁଖ୍ୟ ଅର୍ଥନୀତିଜ୍ଞ ସୌମ୍ୟକାନ୍ତି ଘୋଷ ଗୁରୁବାର କହିଛନ୍ତି, ଉଚ୍ଚ ମୁଦ୍ରାସ୍ପୀତି ଏବଂ ଏହି କାରଣରୁ ସୁଧା ହରରେ ବୃଦ୍ଧିକୁ ଦେଖି ଅନୁମାନ କରାଯାଉଛି ଯେ, ଆର୍ଥିକ ବର୍ଷ ୨୦୨୩ରେ ଦେଶରେ ରୟଲ ଜିଡିପିରେ ୧୧.୧ ଲକ୍ଷ କୋଟି ଟଙ୍କା ବୃଦ୍ଧି ହେବ। ଏହାଦ୍ୱାରା ଅନୁମାନ କରାଯାଉଛି ଯେ, ଆର୍ଥିକ ବର୍ଷ ୨୦୨୩ରେ ଦେଶର ରିୟଲ ଜିଡିପି ୭.୫ ପ୍ରତିଶତ ରହିପାରେ ଯାହା ପୂର୍ବ ଆକଳନ ତୁଳନାରେ ୨୦ ବେସିସ ପଏଣ୍ଟ ଅଧିକ।

ନୋମିନାଲ ଜିଡିପି ୩୮.୬ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୩୭ ଲକ୍ଷ ଟଙ୍କା ଅର୍ଥାତ୍ ବାର୍ଷିକ ୧୯.୫ ପ୍ରତିଶତ ହୋଇଛି। ଏହାସହ ସେ କହିଛନ୍ତି, ପ୍ରଥମ ଛଅ ମାସରେ ମୁଦ୍ରାସ୍ପୀତି ଉଚ୍ଚ ସ୍ତରରେ ରହିଛି, ଏଥିପାଇଁ ଆର୍ଥିକ ବର୍ଷ ୨୦୨୩ରେ ନୋମିନାଲ ଜିଡିପି ୧୬.୧ ପ୍ରତିଶତ ବୃଦ୍ଧି ପାଇ ୨୩୭ ଲକ୍ଷ କୋଟି ହୋଇଯିବ। ରିପୋର୍ଟରେ ବୃଦ୍ଧି ପାଉଥିବା କର୍ପୋରେଟ୍ ଆୟ ଏବଂ ଲାଭ, ଅର୍ଥବ୍ୟବସ୍ଥାରେ ଥିବା ନମନୀୟତା ଏବଂ ବୃଦ୍ଧି ପାଉଥିବା ବ୍ୟାଙ୍କ କ୍ରେଡିଟ୍ ଆଧାର ଉପରେ ଅନୁମାନ ଲଗାଯାଇଛି।   

କର୍ପୋରେଟ ଗ୍ରୋଥ ଉପରେ ଏହି ରିପୋର୍ଟରେ କୁହାଯାଇଛି ଯେ, ଆର୍ଥିକ ବର୍ଷ ୨୦୨୨ରେ ପ୍ରାୟ ୨୦୦୦ ସୂଚୀବଦ୍ଧ କମ୍ପାନିର ଆୟରେ ବାର୍ଷିକ ଆଧାରରେ ୨୯ ପ୍ରତିଶତ ଏବଂ ଲାଭରେ ୫୨ ପ୍ରତିଶତର ବୃଦ୍ଧି ଦେଖିବାକୁ ମିଳିଛି । ରିପୋର୍ଟରେ ସିମେଣ୍ଟ, ଷ୍ଟିଲ ସହ ନିର୍ମାଣ ଉଦ୍ୟୋଗରେ ଆୟ ଏବଂ ମୂଳ ଆୟ ଉଭୟରେ ଅଭିବୃଦ୍ଧି ଭଲ ରହିବାର ଆଳକନ କରାଯାଉଛି। ଏହି ଉଦ୍ୟୋଗରେ ରେଭେନ୍ୟୁରେ ଆର୍ଥିକ ବର୍ଷ ୨୦୨୧-୨୨ରେ ଆଧାରରେ ୪୫ ପ୍ରତିଶତ ଏବଂ ନେଟ୍ ଇନକମ ୫୩ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାପଡିଛି।

   Related Posts