vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ଫ୍ୟୁଚର ଗ୍ରୁପ ମୁଖ୍ୟ ବ୍ୟବସାୟ କିଣିଲେ ରିଲାଏନ୍ସ ରିଟେଲ, ୨୪,୭୧୩ କୋଟି ଟଙ୍କାରେ ହେଲା ଡିଲ୍

29/08/2020 at 9:35 PM

ମୁମ୍ବାଇ : ଫ୍ୟୁଚର ଗ୍ରୁପର ମୁଖ୍ୟ ବ୍ୟବସାୟକୁ ରିଲାଏନ୍ସ ରିଟେଲ କ୍ରୟ କରିଥିବାର ଶନିବାର ଘୋଷଣା କରିଛନ୍ତି। ଏଥିରେ ରିଲାଏନ୍ସ ରିଟେଲ ଫ୍ୟୁଚର ଗ୍ରୁପର ଖୁଚୁରା, ପାଇକାରୀ ଓ ଲଜିଷ୍ଟିକ୍ ଓ ଷ୍ଟୋରେଜ କାରବାରକୁ ଅଧିଗ୍ରହଣ କରିନେଇଛନ୍ତି।  ରିଲାଏନ୍ସ ରିଟେଲ ୨୪ ହଜାର ୭୧୩ କୋଟି ଟଙ୍କାରେ ଏହି ବ୍ୟବସାୟୀକ ଅଧିଗ୍ରହଣ କରିଛନ୍ତି।

ରିଲାଏନ୍ସ ରିଟେଲର ନିର୍ଦ୍ଦେଶିକା ଇଶା ଅମ୍ବାନୀ ଏହି ଅବସରରେ ଫ୍ୟୁଚର ଗ୍ରୁପର ବ୍ରାଣ୍ଡସ୍‌କୁ ଏକ ନୂଆ ଛାତ ତଳେ ରଖିପାରିଥିବାରୁ ବେଶ୍ ଖୁସି ବୋଲି କହିଛନ୍ତି। ଏହାଦ୍ୱାରା ଫ୍ୟୁଚର ଗ୍ରୁପର ବିଜନେସ୍ ଇକୋ ସିଷ୍ଟମକୁ ଆମେ ସଂରଖିତ କରିପାରିଥିବା ଇଶା କହିଛନ୍ତି। ଏହା ଦ୍ୱାରା ଫ୍ୟୁଚର ଗ୍ରୁପର ପ୍ରଶିଦ୍ଧ ଡିଜାଇନ ଓ ବ୍ରାଣ୍ଡକୁ ନୂଆ ଘର ମିଳିପାରିଥିବା ଇଶା କହିଛନ୍ତି।

ରିଲାଏନ୍ସ ରିଟେଲ ସାରା ଦେଶରେ ଗ୍ରାହକଙ୍କୁ ଲଗାତାର ଉନ୍ନତ ସେବା ପ୍ରଦାନ ଲାଗି ସଂକଳ୍ପ ବଦ୍ଧ ବୋଲି ଇଶା ଅମ୍ବାନୀ କହିଛନ୍ତି। ଏଥିରେ ଫ୍ୟୁଚର ଗ୍ରୁପର ଯୋଗଦାନ ରିଲାଏନ୍ସକୁ ତାର ପ୍ରତିଶ୍ରୁତି ପୂରଣରେ ସହାୟକ ହେବ ବୋଲି ସେ କହିଛନ୍ତି। ଏହି କାରବାର ପରେ ଫ୍ୟୁଚର ଗ୍ରୁପର ଖୁଚୁରା ଓ ପାଇକାରୀ ଉପକ୍ରମଗୁଡିକୁ ରିଲାଏନ୍ସରେ ମିଶ୍ରଣ ଆରମ୍ଭ ହୋଇଯିବ। ତେବେ ଫେସନ, ଲାଇଫଷ୍ଟାଇଲ ଓ ଲଜିଷ୍ଟିକ, ୱେରହାଉସିଂ ଉପକ୍ରମକୁ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ସହ ମିସାଇ ଦିଆଯିବ।

   Related Posts