scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଫ୍ୟୁଚର ଗ୍ରୁପ୍‌କୁ କିଣିବ କିଏ ? ଦୌଡ଼ରେ ଅଛନ୍ତି ଅମ୍ବାନୀ-ଜିନ୍ଦଲ

30/10/2023 at 9:23 PM

ନୂଆଦିଲ୍ଲୀ: ବିଗ୍‌ ବିଗ୍‌ ବଜାରର ନାଁ ଆପଣ ନିଶ୍ଚୟ ଶୁଣିଥିବେ। ଦିନ ଥିଲା ଯେତେବେଳେ ସୁପରମାର୍କେଟ କହିଲେ ସମସ୍ତଙ୍କୁ ବିଗ୍ ବଜାର ନାଁ ହିଁ ଆସୁଥିଲା। ଗୋଟିଏ ସମୟରେ ଏହା ରିଟେଲ ଚେନ୍‌ର ରାଜା ଥିଲା। ବିଗ୍‌ ବଜାରର ରିଟେଲ ବ୍ୟବସାୟ ବଜାରରେ ସମସ୍ତଙ୍କୁ ପଛରେ ପକାଇଥିଲା। କିନ୍ତୁ ପରେ ଋଣଭାର ଫଳରେ ବିଗ୍‌ ବଜାରର ପ୍ୟାରେଣ୍ଟ କମ୍ପାନି ଫ୍ୟୁଚର ଗ୍ରୁପ୍‌ ଏଭଳି ଫସିଥିଲା। ଆଉ ଧୀରେ ଧୀରେ ଏହାର ସବୁ ରିଟେଲ ସପ୍ ବନ୍ଦ ହୋଇଯାଇଥିଲା। ତେବେ ଚଳିତ ବର୍ଷ ଏହାକୁ ରିଲାଏନ୍ସ ଗ୍ରୁପ୍‌କୁ ଅଧିଗ୍ରହଣ କରି ଏହାର ସ୍ମାର୍ଟ ବଜାର ଭାବରେ ରିବ୍ରାଣ୍ଡ୍‌ କରିଛି।

ଆଉ ଏବେ ଫ୍ୟୁଚର ଗ୍ରୁପ୍‌କୁ କିଣିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ପ୍ରକୃତରେ ୨୧ ହଜାର କୋଟି ଟଙ୍କାର ଋଣରେ ବୁଡ଼ି ରହିଥିବା ଫ୍ୟୁଚର ଏଣ୍ଟରପ୍ରାଇଜକୁ ଏନସିଏଲଟି ଗତ ୨୭ ଫେବ୍ରୁଆରୀରେ ଦେବାଳିଆ ପ୍ରକ୍ରିୟାର ଶୁଣାଣି ପାଇଁ ରାଜି ହୋଇଥିଲେ। ଯାହାପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପ୍ରଥମେ ଏହି କମ୍ପାନିକୁ କିଣିବା ପାଇଁ ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଦୌଡ଼ରେ ସାମିଲ ଥିବା କୁହାଯାଉଥିଲା । ଅବଶ୍ୟ, ଅମ୍ବାନୀଙ୍କ ରିଲାଏନ୍ସ ରିଟେଲ ଏପର୍ଯ୍ୟନ୍ତ ଫ୍ୟୁଚର ଏଣ୍ଟରପ୍ରାଇଜେସକୁ କିଣିବା ପାଇଁ କୌଣସି ଆଧିକାରୀକ ଟିପ୍ପଣୀ ଦେଇନାହାଁନ୍ତି।

ଆହୁରି ପଢ଼ନ୍ତୁ: ଡିଜ୍‌ନୀ ଇଣ୍ଡିଆ ଅଂଶଧନ କିଣିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍: ନଭେମ୍ବରରେ ହୋଇପାରେ ଡିଲ୍ ଫାଇନାଲ୍‌

ସେହିଭଳି ଏବେ ମୁକେଶ ଅମ୍ବାନୀଙ୍କ ସାମ୍ନାରେ ଆଉ ଏକ ବଡ଼ ବ୍ୟବସାୟିକ ପରିବାର ଏହି କମ୍ପାନିଙ୍କୁ କିଣିବାକୁ ପାଇଁ ପ୍ରସ୍ତୁତ ଥିବା କୁହାଯାଉଛି। ଏକ ରିପୋର୍ଟରେ ଅନୁଯାୟୀ, ଜିନ୍ଦଲ, ଆଇବିସି ପ୍ରକ୍ରିୟା ଅନୁଯାୟୀ ଏହି କମ୍ପାନିକୁ କିଣିବା ଇଚ୍ଛା ପ୍ରକାଶ କରିଛି। ତେବେ ଏପର୍ଯ୍ୟନ୍ତ ଜିନ୍ଦଲ ଗ୍ରୁପ୍‌ କିମ୍ବା ରିଲାଏନ୍ସ ରିଟେଲ ତରଫରୁ କୌଣସି ଅଧିକାରୀକ ବୟାନ ଘୋଷଣା କରାଯାଇନାହିଁ।

   Related Posts