oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ୟୁକ୍ରେନ୍ ପାଇଁ ଲଢୁଛନ୍ତି ଦୁର୍ଦ୍ଦଶ ସ୍ନାପ୍‌ ସୁଟର୍ ‘ଓ୍ବାଲି’, ଋଷ ସେନାଙ୍କର ପ୍ରାଣେ ଭୟ

12/03/2022 at 9:51 PM

ନୂଆଦିଲ୍ଲୀ ୧୨/୦୩: ୟୁକ୍ରେନ୍‌ ସେନାରେ ଦୁର୍ଦ୍ଦଶ ଫାଇଟର୍ । ଋଷ ସେନାକୁ ଦେଉଛନ୍ତି ଭବରଦସ୍ତ ଚେକ୍‌ ।ଭୟଙ୍କର-ଦୁର୍ଦ୍ଦଶ-ଅପରାଜେୟ ସ୍ନାଇପର୍‌ ଓ୍ବାଲି । କାନାଡାର ଭୟଙ୍କର ଯୋଦ୍ଧା । ସେମାନେ କେବଳ ମାରନ୍ତି । ୧୫ଦିନ ଧରି ଚାଲିଥିବା ଋଷ-ୟୁକ୍ରେନ୍‌ ଯୁଦ୍ଧରେ ଏମାନେ ଏବେ ସାମିଲ । ଜେଲେଂସ୍କିଙ୍କ ସପକ୍ଷରେ ପୁଟ୍ଟିନ୍‌ ସେନା ବିରୋଧରେ ଉଠାଇଛନ୍ତି ବନ୍ଧୁକ । ଲଢୁଛନ୍ତି ସାମ୍ନାରୁ ନୁହେଁ, ଦୂରରୁ କରୁଛନ୍ତି ଅବ୍ୟର୍ଥ ଟାର୍ଗେଟ୍ ।

ଓ୍ବାଲି ହେଉଛି ବିଶ୍ବର ସବୁଠାରୁ ଭୟଙ୍କର ସ୍ନାଇପର୍ । ୟୁକ୍ରେନ୍‌ରେ ଅପରେସନ୍ ଆରମ୍ଭ କରିଦେଇଛି ଓ୍ବାଲି । କାନାଡାର ଏହି ସ୍ପେସାଲ୍ ସ୍ନାଇପର୍‌ ସମସ୍ତଙ୍କର କାଳ । ଗୋଟିଏ ଦିନରେ, ୪୦ଜଣଙ୍କୁ ଟାର୍ଗେଟ୍‌ କରିପାରିବ, ଏହି ସ୍ପେସାଲ୍‌ ସ୍ନାଇପର୍ । ଋଷ ସେନାକୁ ଧରାଶୟୀ କରିବାକୁ, ଆରମ୍ଭ କରିଦେଇଛି ମିଶନ୍ ।

କାନାଡାର ଜଏଣ୍ଟ ଟାସ୍କ ଫୋର୍ସ ୟୁନିଟ୍‌ର ସୈନିକ ହେଉଛନ୍ତି ଓ୍ବାଲି । ପୂର୍ବରୁ ୨ଥର ଏମାନଙ୍କୁ ଆଫାଗାନିସ୍ତାନ ଯୁଦ୍ଧରେ ସାମିଲ କରାଯାଇଛି । ୨୦୦୯ରୁ ୨୦୧୧ ମଧ୍ୟରେ, ଅନେକ ଶତ୍ରୁଙ୍କୁ ଟାର୍ଗେଟ୍‌ କରି, ଧରାଶୟୀ କରିବାରେ ସଫଳ ହୋଇଥିଲା । ଆଉ ପରେ ଏହାର ନାଁ ରଖାଯାଇଥିଲା ଓ୍ବାଲି ।

ୟୁକ୍ରେନ୍‌ ଭିତରେ, ଋଷ ସେନାର କଡା ମୁକାବିଲା କରୁଛନ୍ତି ଓ୍ବାଲି । ବିଶ୍ବରେ ଅନେକ ସ୍ନାଇପର୍‌ ଅଛନ୍ତି, କିନ୍ତୁ, ଓ୍ବାଲିକୁ ସବୁଠାରୁ ଭୟଙ୍କର ଆଉ ବେଷ୍ଟ ସ୍ନାଇପର୍‌ କୁହାଯାଏ । କାରଣ, ସବୁଠାରୁ ଲମ୍ବା ଦୂରତାକୁ ବି, ଟାର୍ଗେଟ୍‌ କରିପାରନ୍ତି ଏମାନେ । ତେବେ ଶକ୍ତିଶାଳୀ ଋଷ ସେନାକୁ କାଉଣ୍ଟର୍‌ କରିପାରିବ ତ ଓ୍ବାଲି? ଧ୍ବଂସ ମୁହଁରୁ ୟୁକ୍ରେନ୍‌କୁ ରକ୍ଷା କରିପାରିବେ ତ, ସ୍ପେସାଲ ସ୍ନାଇପର୍ । ଏବେ ତାହା ଉପରେ ନଜର ।

   Related Posts