UNSCରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ସମର୍ଥନ କଲା ସାଉଦି ଆରବ, ଗାଜା ପ୍ରସଙ୍ଗରେ ଆମେରିକାକୁ ଶୁଣାଇଲା

Published By : Prameya-News7 Bureau | February 22, 2024 IST

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଦାବିଦାରୀକୁ ସାଉଦି ଆରବ ନିଜ ସମର୍ଥନ ଜଣାଇଛି । କୂଟନୀତି ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହି ବ୍ୟତୀତ ସାଉଦି ଆରବ ସୁରକ୍ଷା ପରିଷଦର ପାଇଁ ଭାରତର ଆହ୍ୱାନକୁ ସମର୍ଥନ ଜଣାଇଛି । ସାଉଦି ଆରବର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ସୁରକ୍ଷା ପରିଷଦରେ ସୁଧାରର ଅଧିକ ଆବଶ୍ୟକତା ରହିଛି । ମନ୍ତ୍ରଣାଳୟ କହିଛି ଯେ ଯଦି ଦୋମୁହାଁ ଅଭିମୁଖ୍ୟ ବିନା ଅନ୍ତରାଷ୍ଟ୍ରୀୟ ଶାନ୍ତି ଏବଂ ସୁରକ୍ଷାରେ ବିଶ୍ୱାସନିୟତା ଦରକାର ତେବେ ଏପରି କରିବାକୁ ହେବ ।

ଗାଜାରେ ତତ୍କାଳ ଯୁଦ୍ଧବିରତି ଦାବି କରୁଥିବା ପ୍ରସ୍ତାବ ଉପରେ ଆମେରିକା ଦ୍ୱାରା ଭିଟୋ ଲଗାଇବା ପରେ ସାଉଦି ଆରବ ଏହି କଥା କହିଛି । ଏହା ବ୍ୟତୀତ ଗାଜା ପ୍ରସଙ୍ଗରେ ଆମେରିକା ଦୋମୁହାଁ ନୀତି ଗ୍ରହଣ କରୁଥିବା ଅଭିଯୋଗ କରିଛି । ଉଲ୍ଲେଖଯୋଗ୍ୟ ଯେ ଭାରତ ବାରମ୍ୱାର ୟୁଏନଏସସିର ବିସ୍ତାର ପାଇଁ ଦାବି କରି ଆସୁଛି ଏବଂ ପାଞ୍ଚ ସ୍ଥାୟୀ ସଦସ୍ୟଙ୍କ ଆଧିପତ୍ୟକୁ ଚ୍ୟାଲେଞ୍ଜ କରି ଆସୁଛି । ଆମେରିକା, ବ୍ରିଟେନ, ଚୀନ, ରୁଷ ଏବଂ ଫ୍ରାନ୍ସ ୟୁଏନଏସସିର ପାଞ୍ଚ ସ୍ଥାୟୀ ସଦସ୍ୟ ଦେଶ ଅଛନ୍ତି ।

ପଢନ୍ତୁ: ଜାତିସଂଘକୁ ପୁଣି ଆଇନା ଦେଖାଇଲା ଭାରତ, ଚୀନ-ଆମେରିକାକୁ ବି ଶୁଣାଇଲେ ରୁଚିରା କମ୍ୱୋଜ

ଉଲ୍ଲେଖଯୋଗ୍ୟ ଯେ ଅନେକ ସମୟରେ ପ୍ରଶ୍ନ ଉଠେ ମାତ୍ର ପାଞ୍ଚ ଜଣ ଦେଶ, ୧୮୮ ସଦସ୍ୟ ଦେଶଙ୍କ ଇଚ୍ଛା ଉପରେ କେବେ ଯାଏଁ ଶାସନ କରିବେ । ଏଥିରେ ପରିବର୍ତ୍ତନ ଜରୁରୀ । ଉଲ୍ଲେଖଯୋଗ୍ୟ ଯେ ଦୁନିଆର ସବୁଠୁ ଅଧିକ ଜନସଂଖ୍ୟାର ଦେଶ ହେବା ସତ୍ତ୍ୱେ ଭାରତ ଏବେ ସୁଦ୍ଧା ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.