କୋଣାର୍କ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, କାର୍ ଚାଳକ ମୃତ ଓ ୪ ଗୁରୁତର

Published By : Prameya-News7 Bureau | December 15, 2022 IST

କୋଣାର୍କ ୧୫/୧୨: ଗୋପ କୋଣାର୍କ ରାସ୍ତାର ପାଟେଳିଆ ଛକ ନିକଟ ଶ୍ରୀକୃଞ୍ଜ ମଣ୍ଡପ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଚାରି ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଏକ ଇଣ୍ଡିଗୋ ଗାଡ଼ି ଉପରେ ପିକଅପ୍ ଭ୍ୟାନଟି ମୁହାଁମହିଁ ଧକ୍କା ହୋଇ କାର ଉପରେ ଚଢ଼ିଯିବା ଫଳରେ ଘଟଣାସ୍ଥଳରେ କାର ଚାଳକ ମୃତ୍ୟୁ ହୋଇଥିଲା । ତେବେ ୪ଜଣ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଓ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରୁ ପିକ୍‌ଅପ୍ ଚାଳକ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ ଗୋବିନ୍ଦପୁର ଥାନା ତାମ୍ପଡ଼ା ଗ୍ରାମର ସୁକାନ୍ତ କୁମାର ମଲ୍ଲିକ, ଗୋକଳ ନାୟକ ଏକ କାର୍‌ରେ କୋଣାର୍କରୁ କାର୍ଯ୍ୟ ସାରି ନିଜ ଘର ଅଭିମୁଖେ ଯାଉଥିଲେ । ଅନ୍ୟପଟେ ଏକ ପିକ୍ ଅପ ଭ୍ୟାନ ଲେବର ଭାବେ କାର୍ଯ୍ୟ କରୁଥିବା ବିହାର ଅଂଚଳର ଶ୍ରବଣ କୁମାର ମଣ୍ଡଳ, ଅରବିନ୍ଦ କୁମାର ମଣ୍ଡଳ, ପଙ୍କଜ କୁମାର ମଣ୍ଡଳ ଗୋପ ପଟୁ କାର୍ଯ୍ୟ ସାରି କୋଣାର୍କ ଅଭିମୁଖେ ଯାତ୍ରା କରୁଥିଲେ । ମାତ୍ର ପାଟେଳିଆ ଛକ ନିକଟରେ ଭାରସାମ୍ୟ ହରାଇ କାର ସହ ପିକଅପ୍‌ଟି ମୁହାଁମୁହିଁ ଧକକା ହୋଇଥିଲା । ଗାଡ଼ିଟି ଦୃତ ଗତିରେ ଥିବା ଯୋଗୁଁ ପିକ୍ ଭ୍ୟାନ୍ କାର୍ ଉପରେ ଚଢି ଓଲଟି ପଡ଼ିଥିଲା ।

ଘଟଣାସ୍ଥଳରେ କାର ଚାଳକ ସୁକାନ୍ତ ମଲ୍ଲିକ ଚିପି ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ କାରରେ ବସିଥିବା ଗୋକୁଳ ନାୟକ ଗୁରୁତର ଭାବେ ଆହତ ହୋଇଥିଲେ । ସେହିପରି ପିକଅପ୍ କ୍ୟାନରେ ଥିବା ୩ ଜଣ ଲେବର ମଧ୍ୟ ଗୁରୁତର ଭାବେ ଆହାତ ହୋଇଥିବାବେଳେ ଘଟଣାସ୍ଥଳରେ ଗୋପ ଅଗ୍ନିସମ ବିଭାଗ କର୍ମଚାରୀମାନେ ପଂହଚି ଗୁରୁତର ବ୍ୟକ୍ତିଙ୍କ ଉଦ୍ଧାର କରି ଗୋପ ଡାକ୍ତରଖାନାରେ ଭର୍ତି କରିଥିଲେ । ଘଟଣାସ୍ଥଳରେ ଗୋପ ପୋଲିସ ପଂହଚି ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଥବାବେଳେ ପିକଅପ ଚାଳକ ଫେରାର ଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.