ଅପରାହ୍ନରେ ଗାୟକ ପଙ୍କଜ ଉଧାସଙ୍କ ଅନ୍ତିମ ସଂସ୍କାର, ଶେଷ ଦର୍ଶନ କରୁଛନ୍ତି ବିଭିନ୍ନ ବର୍ଗର ଲୋକେ

Published By : Prameya-News7 Bureau | February 27, 2024 IST

ମୁମ୍ଵାଇ ୨୭।୦୨: ପ୍ରଖ୍ୟାତ ଗାୟକ ପଙ୍କଜ ଉଧାସ। ସୋମବାର ୭୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ପଙ୍କଜ ଉଧାସଙ୍କ ପରଲୋକ ନେଇ ତାଙ୍କ ଝିଅ ନାୟାବ ଉଧାସ ସୂଚନା ଦେଇଥିଲେ। ତାଙ୍କର ଅନେକ ଶ୍ରୋତା ସୋସିଆଲ୍ ମିଡିଆ ଜରିଆରେ ଶୋକ ପ୍ରକାଶ କରିଛନ୍ତି। ବର୍ତ୍ତମାନ ତାଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଛି । ଆଜି ଅପରାହ୍ନରେ ମୁମ୍ବାଇ ୱର୍ଲି ସ୍ଥିତ ହିନ୍ଦୁ ଶ୍ମଶାନଘାଟରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ସୂଚନା ଅନୁଯାୟୀ ଗତକାଲି ୭୨ ବର୍ଷ ବୟସରେ ମୁମ୍ବାଇରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପଙ୍କଜ ଉଧାସ। ଦୀର୍ଘ ଦିନ ଧରି ସେ କ୍ୟାନସରରେ ପୀଡ଼ିତ ଥିଲେ। ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ତାଙ୍କ ଝିଅ ନାୟାବ ଉଧାସ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ଗୁଜରାଟର ଜେତପୁରରେ ୧୯୫୧ ମେ ୧୭ ତାରିଖରେ ପଙ୍କଜ ଉଧାସଙ୍କ ଜନ୍ମ। ଭାଇ ମନହର ଉଧାସଙ୍କ ପଥ ଅନୁସରଣ କରି ସେ ସଂଗୀତ ଦୁନିଆକୁ ଆସିଥିଲେ।

୧୯୮୦ରେ ତାଙ୍କର ପ୍ରଥମ ଗଜଲ ଆଲବମ ଆହଟ ରିଲିଜ ହୋଇଥିଲା। ନାମ ଫିଲ୍ମର ଚିଠି ଆୟି ହେ ଗୀତଟି ତାଙ୍କୁ ଦେଶ ବିଦେଶର ଭାରତୀୟଙ୍କ ପାଖରେ ଏକ ପରିଚିତ ନାଁ କରିଦେଇଥିଲା। ଆଉ ଗଜଲ ଦୁନିଆରେ ସେ ନିଜର ସୃଷ୍ଟି କରିଥିଲେ ନୂଆ ପରିଚୟ । ପଙ୍କଜଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି।

wp:embed {"url":"https://www.prameyanews7.com/pankaj-udhass-first-earning-was-only-rs-51-now-he-has-left-behind-property-worth-so-many-crores/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pankaj-udhass-first-earning-was-only-rs-51-now-he-has-left-behind-property-worth-so-many-crores/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.