ବିମାନରେ ପକ୍ଷୀମାଡ଼ ହେବା ପରେ ଦିଲ୍ଲୀ ବିମାନବନ୍ଦରରେ ଏମାର୍ଜେନ୍ସି ଘୋଷଣା

Published By : Prameya-News7 Bureau | April 01, 2023 IST

ନୂଆଦିଲ୍ଲୀ: ଶନିବାର ମଧ୍ୟାହ୍ନ ସମୟରେ ଦିଲ୍ଲୀ ବିମାନବନ୍ଦରରେ ସଂଗେ ସଂଗେ ଏମାର୍ଜେନ୍ସି ଘୋଷଣା ହୋଇଗଲା। କୌଣସି ଆତଙ୍କୀ କାର୍ଯ୍ୟଲାପ ପାଇଁ ନୁହେଁ ବରଂ ଦୁବାଇ ଫେରନ୍ତା ଏକ ବିମାନର ଜରୁରୀ ଅବତରଣ ପାଇଁ। କାରଣ ଏହି ବିମାନଟି ଉଡ଼ାଣ ଭରିବା ପରେ ପରେ ପକ୍ଷୀ ସହ ମାଡ଼ ହୋଇଯାଇଥିଲା। କାଳେ କୌଣସି ବିପଦ ହେବ ଏଥିପାଇଁ ବିମାନଟି ଦିଲ୍ଲୀରେ ବିମାନବନ୍ଦରରେ ଲ୍ୟାଣ୍ଡିଂ କରିବାର ଥିଲା। ଏଥିପାଇଁ ପୂରା ବିମାନବନ୍ଦରେ ଫୁଲ୍ ଏମାର୍ଜେନ୍ସି ଘୋଷଣା କରାଯାଇଥିଲା।

ମିଳିଥିବା ସୂଚନା ଅନୁସାରେ, ଫେଡେକ୍ସ ବିମାନଟି ଯାତ୍ରୀ ନେଇ ଦୁବାଇରୁ ଫେରୁଥିବା ବେଳେ ୧୦ ହଜାର ଫିଟ୍ ଉଚ୍ଚାରେ ଏକ ପକ୍ଷୀ ବିମାନରେ ମାଡ଼ ହୋଇଯାଇଥିଲା। ଦିଲ୍ଲୀ ବିମାନ ବନ୍ଦରରେ ବିମାନଟିକୁ ଅବତରଣ କରାଇ ଚେକିଂ କରିବା ପରେ ପୁଣି ଅହମଦାବାଦକୁ ପଠାଯିବାର ଥିଲା। ହେଲେ ବିମାନଟି ଦିଲ୍ଲୀରେ ଲ୍ୟାଣ୍ଡିଂ ନ କରି ସୁରକ୍ଷିତ ଭାବେ ଅହମଦାବଦାରେ ଅବତରଣ କରିଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ତେବେ ବିମାନରେ ପକ୍ଷୀମାଡ଼ ହେବା ଘଟଣା ନୂଆ ନୁହେଁ। ପୂର୍ବରୁ ମଧ୍ୟ ଅନେକ ବିମାନ ପକ୍ଷୀମାଡ଼ର ଶିକାର ହୋଇଛି। ଏହା ଛୋଟ ଦୁର୍ଘଟଣା ହୋଇଥିଲେ ବି ବିମାନ ପାଇଁ ବଡ଼ ବିପଦ। ଏଥିରେ ବିମାନ ଦୁର୍ଘଟଣାର ଶିକାର ହେବାର ଆଶଙ୍କା ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.