ସେକ୍ସ ଭିଡିଓ ଭାଇରାଲ ଘଟଣା : ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଗିରଫ
8/10/2018 at 7:34 PM

କନ୍ଧମାଳ ୮/୧୦ : ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ପୋଲିସ ଗିରଫ କରିଛି | ଗତ ସେପ୍ଟେମ୍ବର ମାସ ୩ ତାରିଖରୁ ତାଙ୍କୁ ପୋଲିସ ଖୋଜୁଥିଲା | ଜଣେ ଯୁବତୀଙ୍କୁ ଅସଦାଚରଣ ଓ ମାଡ ମାରିବା ଭଳି ଅଭିଯୋଗ ତାଙ୍କ ନାଁରେ ଥିଲା | ଏହା ପରେ ପରେ ତାଙ୍କର ଏକ ସେକ୍ସ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା | ଦେବେନ୍ଦ୍ରଙ୍କ ପତ୍ନୀ ମଧ୍ୟ ଦେବେନ୍ଦ୍ରଙ୍କ ବିରୋଧରେ ପୋଲିସରେ ଫେରାଦ ହୋଇଥିଲେ | ସେପ୍ଟେମ୍ବର ୩ ତାରିଖ ପରଠୁ ଦେବେନ୍ଦ୍ର ଓ ତାଙ୍କ ଡ୍ରାଇଭର ଫେରାର ଥିଲେ | ଯୁବତୀଙ୍କୁ ମାଡ ମାରିବା ଘଟଣାରେ ଦେବେନ୍ଦ୍ରଙ୍କ ଡ୍ରାଇଭରଙ୍କ ମଧ୍ୟ ସମ୍ପୃକ୍ତି ଥିଲେ | ତାଙ୍କୁ ଆଜି ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଛି |
Related Posts
ଲମତାପୁଟରେ ଶୀତର ପହିଲି ଝଲକ, ୧୫ ଡିଗ୍ରୀକୁ ତଳକୁ ଖସିଲା ପାରଦ
5 October 2023
ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି, ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
5 October 2023