ନୂଆଦିଲ୍ଲୀ ୪।୧୨: ପେଟ୍ରୋଲ ଓ ଡିଜେଲ ଦର ଦେଶରେ ଦୀର୍ଘ ଦିନ ହେଲା ସ୍ଥିର ରହିଛି। ଲଗାତାର ୮ ମାସ ହେଲା ଇନ୍ଧନ ମୂଲ୍ୟ ସ୍ଥିର ରହିବା ପରେ ଏବେ ଅର୍ଥାତ ୫ ଡିସେମ୍ବର ସୋମବାର ଦର ହ୍ରାସ ହେବ ବୋଲି ଅନୁମାନ କରାଯାଉଛି। ଉଲ୍ଲେଖ ଯୋଗ୍ୟ ଯେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଲଗାତାର କମିବାରେ ଲାଗିଛି। ଏଣୁ ଏହାର ଫାଇଦା ଜନସାଧାରଣଙ୍କୁ ମିଳିବ ବୋଲି ବଜାର ବିଶେଷଜ୍ଞମାନେ ପୂର୍ବରୁ ଆକଳନ କରୁଥିଲେ।
{"id":717229,"width":838,"height":559,"sizeSlug":"full","linkDestination":"none"}ବିଶେଷଜ୍ଞଙ୍କ ଅନୁସାରେ ଅଶୋଧିତ ତୈଳ ଦର ଗତ କିଛି ସମୟ ହେଲା ବାରଲ ପିଛା ୯୦ ଡଲାରରୁ ବି କମରେ କାରବାର ହେଉଛି । ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବାରଲ ପିଛା ଦର ୮୨ ଡଲାରରେ କାରବାର କରୁଛି। ଏଣୁ ତୈଳ କମ୍ପାନୀମାନେ ଖାଉଟୀଙ୍କ ଲାଗି ତୈଳ ମୂଲ୍ୟ ହ୍ରାସ କରିବେ ବୋଲି ଅନୁମାନ କରାଯାଉଥିବା ବେଳେ ପେଟ୍ରୋଲ ଲିଟର ପିଛା ପାଖାପାଖି ୫ ଟଙ୍କା ହ୍ରାସ ହୋଇପାରେ ବୋଲି ଅନୁମାନ କରାଯାଉଛି।
{"id":717230,"sizeSlug":"full","linkDestination":"none"}ଏବେ ଦେଶର ପ୍ରମୁଖ ସହରାଞ୍ଚଳଙ୍କ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ୮୯ଟଙ୍କା ୬୨ ପଇସା ଦରରେ ବିକ୍ରି ହେଉଛି। ସେହିପରି ମୁମ୍ବାଇରେ ଏହି ଦର ଯଥାକ୍ରମେ ୧୦୬ଟଙ୍କା ୩୧ ପଇସା ଓ ୯୪ ଟଙ୍କା ୨୭ ପଇସାରେ ବିକ୍ରି ହେଉଛି। ଚେନ୍ନାଇରେ ଏହି ଦର ୧୦୨ଟଙ୍କା ୬୩ ପଇସା ଓ ୯୪ଟଙ୍କା ୨୪ ପଇସାରେ କାରବାର ହେଉଥିବା ବେଳେ କୋଲକାତାରେ ୧୦୬ଟଙ୍କା ୩ ପଇସା ଓ ୯୨ଟଙ୍କା ୭୬ ପଇସାରେ କାରବାର ହେଉଛି। ଏଥିରେ ଲିଟର ପିଛା ୫ ଟଙ୍କା ହ୍ରାସ ହେଲେ ଗ୍ରାହଙ୍କୁ ବେଶ୍ ଆଶ୍ୱସ୍ତ କରିବ ବୋଲି ଆଶା କରାଯାଉଛି।