ମହଙ୍ଗା ନୁହେଁ ଶସ୍ତା ହେବାକୁ ଯାଉଛି petrol,diesel, ଜାଣନ୍ତୁ କ’ଣ  କହିଛନ୍ତି ସରକାରୀ ଅଧିକାରୀ

Published By : Prameya-News7 Bureau | March 09, 2022 IST

ନୂଆଦିଲ୍ଲୀ ୯।୩: ଋଷିଆର ୟୁକ୍ରେନ ଆକ୍ରମଣ ସମଗ୍ର ବିଶ୍ୱ ବଜାରକୁ ପ୍ରଭାବିତ କରିଛି। ଋଷିଆ ଉପରେ ପାଶ୍ଚାତ୍ୟ କଟକଣା ଅଶୋଧିତ ତୈଳ ବଜାର ଉପରେ ଅନୁଭୂତ ହେଉଥିବା ବେଳେ ବାରଲ ପିଛା ଦର ଏବେ ୩୦୦ ଡଲାରକୁ ପହଞ୍ଚିବ ବୋଲି ଆକଳନ କରାଯାଉଛି। ଏଥିରେ ଭାରତରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟକୁ ନେଇ ଭଲ ଖବର ଆସୁଛି। ଏକ ପ୍ରମୁଖ ସରକାରୀ ତୈଳ କମ୍ପାନୀଙ୍କ ଅଧିକାରୀ ଭାରତରେ ପେଟ୍ରୋଲ ଓ ଡଜେଲ ମହଙ୍ଗା ନୁହେଁ ଏବେ ଶସ୍ତା ହେବାକୁ ଯାଉଥିବା କହିଛନ୍ତି।

{"id":597879,"sizeSlug":"full","linkDestination":"none"}

ଅଧିକାରୀଙ୍କ ଅନୁସାରେ ଯଦି ଏହା ହୁଏ ତେବେ ଦେଶରେ ଖୁବ୍ ଶୀଘ୍ର ପେଟ୍ରୋଲିୟମ ପଦାର୍ଥର ମୂଲ୍ୟ ହ୍ରାସ ହେବ। ତେବେ ପେଟ୍ରୋଲ ଡିଜେଲ ଦେଶରେ ମହଙ୍ଗା ଅଥବା ଶସ୍ତା ହେବ ତାହା ଆଗାମୀ ଦିନରେ ଜଣାପଡିଯିବ। ଏଥିରେ ପେଟ୍ରୋଲିୟମ କମ୍ପାନୀ ଅଧିକାରୀଙ୍କ ବୟାନ ଆମେରିକାର ସେହି ଘୋଷଣା ପରେ ଆସିଛି, ଯେଉଁଥିରେ ଋଷିଆର ଅଶୋଧିତ ତୈଳ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆମେରିକାର ଏହି କଟକଣା ପରେ ଋଷିଆର ଅଶୋଧିତ ତୈଳ ମୂଲ୍ୟ ୨୦୦୮ ମସିହା ପରେ ଏହାର ସର୍ବୋଚ୍ଚସ୍ତରକୁ ପହଞ୍ଚିଛି।

{"id":597880,"sizeSlug":"full","linkDestination":"none"}

ତେବେ ଆମେରିକାର ଏହି ନିଷ୍ପତ୍ତି ଗ୍ଲୋବାଲ ଏନର୍ଜି ମାର୍କେଟରେ ଭୟାନକ ଅବସ୍ଥା ସୃଷ୍ଟି କରିବ ବୋଲି ଋଷିୟ ଉପପ୍ରଧାନମନ୍ତ୍ରୀ ଆଲେକ୍ସାନ୍ଦ୍ର ନାଭାକ ସତର୍କ କରିଛନ୍ତି। ଏଥିରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବାରଲପିଛା ଦର ଏବେ ୩୦୦ ଡଲାର ପର୍ଯ୍ୟନ୍ତ ଯାଇପାରେ ବୋଲି ଆକଳନ କରାଯାଉଛି। ତେବେ ଆସନ୍ତ ଜାଣିବା ଶୀର୍ଷ ସରକାରୀ ଅଧିକାରୀ କହିଛନ୍ତି କ’ଣ?

{"id":597882,"width":841,"height":589,"sizeSlug":"full","linkDestination":"none"}

ବିଶ୍ୱବଜାରରେ ତୈଳ ଦର ଉଠାପକା ହେଉଥିଲେ ହେଁ ଭାରତରେ ଗତ ଦୀପାବଳି ପରଠାରୁ ପେଟ୍ରୋଲିୟମ ପଦାର୍ଥର ମୂଲ୍ୟରେ ସେପରି ବୃଦ୍ଧି କି ହ୍ରାସ ଦେଖାଯାଇନି। ତେବେ ଅନେକ ଲୋକେ ଏହାକୁ ୫ ରାଜ୍ୟର ବିଧାନସଭା ନିର୍ବାଚନ ରାଜନୀତି ବୋଲି ଏବେବି ଭାବୁଛନ୍ତି। ଏପରିକି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ୱାଇନାଡ ସାଂସଦ ମଧ୍ୟ ୭ ମାର୍ଚ୍ଚ ପରେ ଗାଡିର ଟାଙ୍କି ଭରାଇ ନିଅନ୍ତୁ, କାରଣ ବିଧାନସଭା ନିର୍ବାଚନ ଏବେ ଶେଷ ହେବାକୁ ଯାଉଛି ବୋଲି ଟ୍ୱିଟ୍ କରିଥିଲେ। ମାର୍ଚ୍ଚ ୧୦ ତାରିଖ ଅର୍ଥାତ ଗୁରୁବାର ଭୋଟ ଗଣନା ପରେ ହୁଏତ ପେଟ୍ରୋଲିୟମ କମ୍ପାନୀମାନେ ଦେଶରେ ଇନ୍ଧନ ଦର ବୃଦ୍ଧି କରିପାରନ୍ତି ବୋଲି ମଧ୍ୟ ଅନେକ ଅନୁମାନ କରୁଛନ୍ତି।

{"id":597885,"sizeSlug":"full","linkDestination":"none"}

ଏଥିରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦରରେ ୧୨ରୁ ୧୫ ଟଙ୍କା ବୃଦ୍ଧି ହେବ ବୋଲି ଆକଳନ କରାଯାଉଥିବା ବେଳେ ଅଧିକାରୀଙ୍କ ବୟାନରୁ ଏପରି କିଛି ହେବା ପରି ଏବେ ମନେ ହେଉନାହିଁ। ଦେଶର ସର୍ବବୃହତ୍ତ ରିଫାଇନାରୀ ଚଳାଉଥିବା କମ୍ପାନୀ ବିପିସିଏଲଙ୍କ ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଅଋଣ କୁମାର ସିଂହଙ୍କ କହିବା କଥା ହେଲା ଆଗାମୀ ୨ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ୧୦୦ ଡଲାରରୁ ତଳକୁ ଖସିବ। ଏଣୁ ତୈଳ ଦରକୁ ନେଇ ସାଧାରଣ ଜନତା ଏତେ ଆଶଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।

{"id":597888,"sizeSlug":"full","linkDestination":"none"}

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଋଷିଆ ଓ ୟୁକ୍ରେନ ଯୁଦ୍ଧ ସମାପ୍ତ ହେବା ସହ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବାରଲ ପିଛା ଦର ୯୦ ଡଲାର ବା ଏହାର ଆଖପାଖରେ ରହିପାରେ । ଏଣୁ ଏବେଠୁ ଘାବରେଇବାର କୌଣସି ଆବଶ୍ୟକତା ନାହିଁ। କାରଣ ଦୁନିଆ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଶୋଧିତ ତୈଳର ଉଚ୍ଚାଦର ସହନ କରିପାରିବନି। ଏପରି ହେଲେ ବିଶ୍ୱ ଅର୍ଥବ୍ୟବସ୍ଥା ଭୂଷୁଡିପଡିବା ସାଙ୍ଗକୁ ଅଶୋଧିତ ତୈଳର ଚାହିଦା ମଧ୍ୟ ହ୍ରାସ ହେବ।

{"id":597889,"width":839,"height":591,"sizeSlug":"full","linkDestination":"none"}

ଏଥିରେ ଯଦି ଅଶୋଧିତ ତୈଳର ଦର ଉଚ୍ଚ ରୁହେ ତେବେ ଚାହିଦା ୨ରୁ ୩ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେବା ନିଶ୍ଚିତ। ଏପରି ହେଲେ ଦୈନିକ ୨ରୁ ୩ ମିଲିୟନ ବାରଲ ତୈଳ ବଳକା ହେବ। ଏଣୁ ଏହାର ସିଧାଶଳଖ ପ୍ରଭାବ ଅଶୋଧିତ ତୈଳ ବଜାର ଉପରେ ମଧ୍ୟ ପଡିବ। ବିପିସିଏଲ ଚେୟାରମ୍ୟାନଙ୍କ ଅନୁସାରେ ଆସନ୍ତା ଏପ୍ରିଲ ମାସରେ ଋଷିଆରୁ ଅଶୋଧିତ ତୈଳ ବୋଝେଇ ନେଇ ଦୁଇଟି କାର୍ଗୋ ଭାରତ ଆସିବେ। ଏପର୍ଯ୍ୟନ୍ତ ଭାରତ ସ୍ପଟ ମାର୍କେଟରୁ ଅଶୋଧିତ ତୈଳ କିଣୁଥିଲା। ଏଥିରେ ଋଷିୟ ତୈଳ ହିଁ କିଣା ଯାଇଥାଏ।

{"id":597892,"sizeSlug":"full","linkDestination":"none"}

ସ୍ପଟ ମାର୍କେଟରୁ ଭାରତୀୟ କମ୍ପାନୀ ୩୦ରୁ ୪୦ ପ୍ରତିଶତ ତୈଳ କ୍ରୟ କରୁଥିବା ବେଳେ ବାକି ଲଙ୍ଗଟର୍ମ ଡିଲରୁ ଅଣାଯାଏ। ଏହା ଛଡା ତୈଳ କମ୍ପାନୀମାନେ ୧ ମାସ ନିମନ୍ତେ ଇନଭେଣ୍ଟ୍ରି ମଧ୍ୟ ରଖିଥାନ୍ତି। ଆଗାମୀ ଏପ୍ରିଲ ମାସ ଲାଗି ତୈଳ ମହଜୁଦ ଥିବା ବେଳେ ଋଷିଆରୁ ଆସୁଥିବା କାର୍ଗୋ ମେ ମାସ ପାଇଁ ତୈଳ କମ୍ପାନୀଙ୍କ ଇନଭେଣ୍ଟ୍ରି ଭରିଦେବ। ଏଣୁ ଏବେଠୁ ତୈଳ ଦରକୁ ନେଇ ଏତେ ବିଚଳିତ ହେବାର କୌଣସି କାରଣ ନାହିଁ ବୋଲି ସିଂହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.