Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତ ବନ୍ଦ ସତ୍ତ୍ବେ ଦେଶରେ ବୃଦ୍ଧି ହୋଇଛି ତୈଳଦର

10/09/2018 at 11:10 AM

ଭୁବନେଶ୍ବର ୧୦|୯: ତୈଳଦର ବୃଦ୍ଧି ପ୍ରତିବାଦରେ ଭାରତବନ୍ଦ ଡାକରା ଦିଆଯାଇଛି । ଏପଟେ କିନ୍ତୁ ଆଜି ମଧ୍ୟ ଦେଶରେ ତୈଳଦର ବୃଦ୍ଧି ହୋଇଛି । ପେଟ୍ରୋଲ ୨୨ପଇସା ପର୍ଯ୍ୟନ୍ତ ଏବଂ ଡିଜେଲ ୧୦ପଇସା ପର୍ଯ୍ୟନ୍ତ ବଢିଛି । ଦିଲ୍ଲୀରେ ପେଟ୍ରୋଲ ଦର ୮୦ଟଙ୍କା ୫୦ପଇସା ହୋଇଥିବା ବେଳେ ଡିଜେଲ ୭୨ଟଙ୍କା ୬୧ ପଇସା ହୋଇଛି । ମୁମ୍ବାଇରେ ୮୭ଟଙ୍କା ୮୯ପଇସା ହୋଇଥିବା ବେଳେ ଡିଜେଲ ୭୭ଟଙ୍କା ୯ପଇସା ହୋଇଛି । ଭୁବନେଶ୍ବରରେ ପେଟ୍ରୋଲ ୭୯ଟଙ୍କା ୩୬ପଇସା ପହଞ୍ଚିଥିବା ବେଳେ ଡିଜେଲ ଦର ୭୭ଟଙ୍କା ୯୧ପଇସା ହୋଇଛି । ତେଲ ଦର ନେଇ କଂଗ୍ରେସ ସାରା ଦେଶରେ ବନ୍ଦ ପାଳନ କରୁଛି । ଏଭିତରେ ଏକ ଖବର ସାରା ଦେଶର ରାଜନୀତିକୁ ଜୋର କରିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରା ରାଜେ ରାଜ୍ୟବାସୀଙ୍କୁ ଏକ ଖୁସି ଖବର ଦେଇଛନ୍ତି । ରାଜସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଭ୍ୟାଟ ଉପରେ ୪ ପ୍ରତିଶତ କମ କରିବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ । ପେଟ୍ରୋଲ ଉପରେ ଥିବା ୩୦ ପ୍ରତିଶତ ଭ୍ୟାଟକୁ କମ୍ କରାଯାଇ ୨୬ ପ୍ରତିଶତ କରାଯାଇଛି । ସେହିଭଳି ଡିଜେଲ୍ ଉପରେ ଥିବା ୨୨ ପ୍ରତିଶତ ଭ୍ୟାଟକୁ କମ୍ କରାଯାଇ ୧୮ ପ୍ରତିଶତ କରାଯାଇଛି । ଏଥିପାଇଁ ପେଟ୍ରୋଲ ଏବଂ ଡିଜେଲ୍ ଲିଟର ଉପରେ ପାଖାପାଖି ୨ ଟଙ୍କା ୫୦ ପଇସା କମ୍ ହୋଇଯିବ ।

   Related Posts