ତୈଳ ଦର ବୃଦ୍ଧି ପ୍ରତିବାଦରେ ଚକାଜାମ୍
4/06/2018 at 5:05 AM

ତୈଳ ଦର ବୃଦ୍ଧି ପ୍ରତିବାଦରେ ଚକାଜାମ୍ । ଆଜି କଟକ ଓ ଭୁବନେଶ୍ବରରେ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ଚକା ବନ୍ଦ କରୁଛି କଂଗ୍ରେସ । ସକାଳୁ ସକାଳୁ ଟ୍ବିନ ସିଟିରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ । ପେଟ୍ରୋଲ,ଡିଜେଲ ,ଗ୍ୟାସ ଦର ହୁ ହୁ ବଢୁଥିବାରୁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ତେଣୁ ଆନ୍ଦୋଳନ ବେଳେ ଯାନବାହାନ ଚଳାଚଳ ନକରିବାକୁ ନିବେଦନ କରିଛି କଂଗ୍ରେସ । କେନ୍ଦ୍ରର ତୈଳ ଓ ଗ୍ୟାସର ଅହେତୁକ ଦର ବୃଦ୍ଧି କରୁଥିବା ବେଳେ ରାଜ୍ୟ ସରକାର ମଧ୍ୟ କିଛି ଟିକସ କମାଇ ଦେଇପାରନ୍ତେ । କିନ୍ତୁ ଆନ୍ତରିକତା ଅଭାବରୁ ପେଟ୍ରୋଲ , ଡିଜେଲ ଉପରୁ କେନ୍ଦ୍ର ଓ ରାଜ୍ୟ ସେମାନଙ୍କ ଟିକସରୁ ଟଙ୍କାଟିଏ ଛାଡ଼ କରୁ ନାହାଁନ୍ତି । ତେଣୁ ସାଧାରଣ ଜନତାଙ୍କ ହିତ ଦୃଷ୍ଟିରୁ ଏହି ପ୍ରତିବାଦ କରାଯାଉଥିବା ପିସିସି ସଭାପତି ନିରଞ୍ଜନ ପଚ୍ଚନାୟକ କହିଛନ୍ତି ।