Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘RRR’ର ସଫଳତା ପରେ ହଲିଉଡ୍‌ରେ ଡେବ୍ୟୁ କରିବାକୁ ଚାହୁଁଛନ୍ତି ରାଜାମୌଲି, କହିଲେ-ଏହା ମୋ ସ୍ଵପ୍ନ

18/01/2023 at 9:54 AM

ମୁମ୍ଵାଇ ୧୮।୦୧: ସାଉଥର ନିର୍ଦ୍ଦେଶକ ଏସ୍ ରାଜାମୌଲି। ତାଙ୍କ ଚଳଚ୍ଚିତ୍ର RRR ବର୍ତ୍ତମାନ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଲଡେନ୍ ଗ୍ଲୋବ ଆୱାର୍ଡ ଏବଂ ବେଷ୍ଟ କ୍ରିଟିକସ୍‌ଙ୍କ ଚଏସ୍‌ ଆୱାର୍ଡ ଜିତିବା ପରେ ସେ ବର୍ତ୍ତମାନ ହଲିଉଡ ଡେବ୍ୟୁ ପାଇଁ ଚେଷ୍ଟା କରୁଛନ୍ତି। ରାଜାମୌଲି ଗତ ସପ୍ତାହରେ ବେଷ୍ଟ କ୍ରିଟିକସ୍‌ ଚଏସ୍‌ ଆୱାର୍ଡ ଜିତିବା ପରେ ଭେଟେରାନ୍ ନିର୍ଦ୍ଦେଶକ ଷ୍ଟିଭେନ୍ ସ୍ପିଲବର୍ଗ ଏବଂ ଜେମ୍ସ କ୍ୟାମେରନଙ୍କୁ ମଧ୍ୟ ଭେଟିଥିଲେ ଏବଂ ଉଭୟ ପିରିୟଡ୍ ଫିଲ୍ମ RRR କୁ ପ୍ରଶଂସା କରିଥିଲେ।

ହଲିଉଡ ଫିଲ୍ମରେ କାମ କରିବାର ଯୋଜନା ବିଷୟରେ ଆରଆରଆର ଅଭିନେତା ଏନଟିଆର ଏବଂ ରାମ ଚରଣଙ୍କୁ ନିକଟରେ ପଚରାଯାଇଥିଲା । କିନ୍ତୁ ପରେ ନିର୍ଦ୍ଦେଶକ ଏସ୍ ରାଜାମୌଲିଙ୍କୁ ମଧ୍ୟ ଏହି ବିଷୟରେ ଆଲୋଚନା କରାଯାଇଥିଲା। ଆମେରିକୀୟ ମାଗାଜିନ ଏଣ୍ଟରଟେନମେଣ୍ଟ ସାପ୍ତାହିକର ପୁରସ୍କାର ପ୍ରାପ୍ତ ପୋଡକାଷ୍ଟ ସହ କଥାବାର୍ତ୍ତା କରି ସେ କହିଛନ୍ତି, “ମୁଁ ଭାବୁଛି ହଲିଉଡରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବା ହେଉଛି ବିଶ୍ଵର ପ୍ରତ୍ୟେକ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ଏକ ସ୍ୱପ୍ନ। ମୁଁ ଭିନ୍ନ ନୁହେଁ। ମୁଁ ବି ପ୍ରସ୍ତୁତ ଅଛି।

ରାଜାମୌଲି ଏହା ମଧ୍ୟ କହିଛନ୍ତି ଯେ ପରବର୍ତ୍ତୀ ସମୟରେ କଣ କରିବେ ସେ ନେଇ ସେ ଟିକେ ଦ୍ୱନ୍ଦ୍ୱରେ ଅଛନ୍ତି। କହିଛନ୍ତି, “ଭାରତରେ ମୁଁ ଏକଛତ୍ରବାଦୀ ଶାସକ। ଫିଲ୍ମ କିପରି କରିବେ ତାହା ସେଠାରେ କେହି କହିପାରିବେ ନାହିଁ। ବୋଧହୁଏ ମୁଁ କାହା ସହ ସହଯୋଗ କରିବି ଏବଂ ମୋର ପ୍ରଥମ ପ୍ରୋଜେକ୍ଟ କରିବାକୁ ଚାହୁଁଛି। ବର୍ତ୍ତମାନ ଏହା ସବୁ ଆଡେ ଆଲୋଚନା ହେଉଛି ।

   Related Posts