vridhi excotica
ratha jatra live
star kirano
ori homes
vridhi excotica
ratha jatra live
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭିନ୍ନ ଏକ ପ୍ରେମ କାହାଣୀ, ବାନ୍ଧବୀକୁ ବାହା ହେବାକୁ ପୁଅ ହୋଇଛନ୍ତି ଯୁବତୀ

17/05/2022 at 3:10 PM

ନୂଆଦିଲ୍ଲୀ ୧୭/୦୫; ପ୍ରେମର ରାସ୍ତା ସହଜ ନୁହେଁ। ଅନେକ ବାଧା ବିଘ୍ନକୁ ସାମ୍ନା କରନ୍ତି ପ୍ରେମ ପକ୍ଷୀ। ଅନେକ ସମାଲୋଚନାକୁ ସାମ୍ନା କରନ୍ତି କପଲ୍‌। ପ୍ରେମରେ ମିଳନ ପୂର୍ବରୁ କରିବାକୁ ହୁଏ ଅନେକ ତ୍ୟାଗ। ସେମିତି କିଛି କରିଛନ୍ତି ଜଣେ ଯୁବତୀ। ଝିଅ ସାଙ୍ଗକୁ ବିବାହ କରିବା ପାଇଁ ସେ ପୁରୁଷ ଭାବେ ନିଜର ଅସ୍ତ୍ରୋପଚାର କରିଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ଏହି ଦମ୍ପତ୍ତି ହେଲେ ୨୫ ବର୍ଷୀୟ ଆରୋନା ଏବଂ ୨୬ ବର୍ଷୀୟ କୋଏଲା।  ଦୁହେଁ ପିଲାଦିନର ବନ୍ଧୁ। ଗୋଟିଏ ସ୍କୁଲ୍‌ରେ ପାଠପଢିଛନ୍ତି। ସ୍କୁଲ୍‌ରେ ପାଠ ପଢା ସରିବା ପରେ ଦୁହେଁ ଦୂରେଇ ଗଲେ ଏବଂ ଭିନ୍ନ ଭିନ୍ନ ସ୍ଥାନରେ ରହି ପଢିଲେ।  ୬ ବର୍ଷ ଧରି ପରସ୍ପରଠୁ ଅଲଗା ରହିଥିଲେ ଦୁହେଁ।

କିନ୍ତୁ କେହି କାହାରିକୁ ଭୁଲିପାରିନଥିଲେ। ପରସ୍ପରକୁ ଭଲ ପାଇ ବସିଥିଲ ଦୁହେଁ। କୋଭିଡ୍‌ ଲକ୍‌ଡାଉନ୍‌ ସମୟରେ ଆରୋନା ଜାଣିବାକୁ ପାଇଲେ ଯେ ସେ ତୃତୀୟ ଲିଙ୍ଗୀ।  ଏହାପରେ ସେ ଅସ୍ତ୍ରୋପଚାର ସାହାଯ୍ୟରେ ପୁଅ ହେଲେ ଏବଂ ଏ ସମ୍ପର୍କରେ କୋଏଲାଙ୍କୁ ଜଣାଇଲେ।

୨୦୨୧ରେ ବିବାହ କରିଛନ୍ତି ଦୁହେଁ। ଅସ୍ତ୍ରୋପଚାର ସମୟରେ  ଆରୋନା କଠିନ ସମୟ ଦେଇ ଗତି କରୁଥିଲେ ଏଥିରେ କୋଏଲା ତାଙ୍କର ଏକ ଭଲ ସାଥୀ ଏବଂ ସହଯୋଗୀ ସାଜି ତାଙ୍କ ମନୋବଳ ଦୃଢ କରାଇଥିବା ସେ କହିଛନ୍ତି। ବିବାହ କୁ ବର୍ଷେ ହୋଇଥିଲେ ବି ପରସ୍ପର ସହ ଖୁସିରେ ଅଛନ୍ତି ଅରୋନା ଏବଂ କୋଏଲା।

   Related Posts