କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ 5T ସଚିବ, କଲେ ସ୍ବାସ୍ଥ୍ୟ ସେବାର ତଦାରଖ- ସରକାରଙ୍କ ଏହି ପଦକ୍ଷେପକୁ ନେଇ ପ୍ରଶ୍ନ କଲେ ବିରୋଧୀ

Published By : Prameya-News7 Bureau | October 15, 2019 IST

କେନ୍ଦ୍ରାପଡା ୧୫।୧୦ - ମୋ ସରକାର କାର୍ଯ୍ୟକ୍ରମକୁ ନେଇ 5T ସଚିବଙ୍କ ଘନ ଘନ ଜିଲ୍ଲା ଗସ୍ତ । ଆଜି 5T ସଚିବ ଭିକେ ପାଣ୍ଡିଆନ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଯାଇ ସ୍ବାସ୍ଥ୍ୟ ସେବାର ତଦାରଖ କରିଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କର ଏହି କାର୍ଯ୍ୟକ୍ରମକୁ ନେଇ ରାଜନୀତି ବଢ଼ିବାର ଲାଗିଛି । ସଚିବଙ୍କ ଗସ୍ତ ଓ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ଭିତ୍ତିଭୂମି ନଥାଇ ବିଭାଗୀୟ ମନ୍ତ୍ରୀ, ସଚିବ ଓ  ସ୍ଥାନୀୟ ଲୋକପ୍ରତିନିଧିଙ୍କୁ  ନନେଇ 5T  ସଚିବଙ୍କ ଏପରି ଗସ୍ତ କାହାର ଭାବମୂର୍ତ୍ତି ସଜାଡିବାକୁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।ଯାହାର ଜବାବ ରଖିଛି ବିଜେଡି ।

{"id":170483}

ଗ୍ରାଉଣ୍ଡ ଜିରୋରେ 5T ସଚିବ । ମୋ ସରକାର କାର୍ଯ୍ୟକାରିତାକୁ ଅନୁଧ୍ୟାନ କରୁଥିବା 5T ସଚିବ ଭିକେ ପାଣ୍ଡିଆନଙ୍କୁ  ଆଜି ଦେଖିବାକୁ ମିଳିଥିଲା କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ପୂର୍ବାହ୍ନ ସାଢେ ଦଶଟାରେ ମେଡିକାଲରେ ପହଞ୍ଚି ବିଭିନ୍ନ ବିଭାଗ ବୁଲି ଦେଖିଥିଲେ। ପ୍ରସୂତି ବିଭାଗ, ମହିଳା ଓ ଶିଶୁ ବିଭାଗ, ପୁରୁଷ ଶଲ୍ୟ ଚକିତ୍ସା ବିଭାଗ ପ୍ରଭୃତି ବୁଲି ରୋଗୀମାନଙ୍କ ସହ କଥା ହୋଇ ସେମାନଙ୍କ ଆପତ୍ତି ଅଭିଯୋଗ ବୁଝିଥିଲେ ପାଣ୍ଡିଆନ ।5T ସଚିବଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଜାତୀୟ ସ୍ବାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦଶିକା ଶାଲିନୀ ପଣ୍ଡିତ ମଧ୍ୟ କେନ୍ଦ୍ରାପଡ଼ା ଗସ୍ତ କରିଥିଲେ । ଏହି ଟିମ୍  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ମହାପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିଥିଲେ। ପରେ ଶ୍ୟାମଗୁଡିଆ ଠାରେ ନିର୍ମାଣାଧୀନ ହସ୍ପିଟାଲରେ ପହଞ୍ଚି କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ୨୦୨୦ ମସିହା ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା କେନ୍ଦ୍ରାପଡ଼ା ହସ୍ପିଟାଲର ଯେ କୌଣସି ଗୋଟିଏ ୟୁନିଟ କାର୍ଯ୍ୟକ୍ଷମ କରିବା ପାଇଁ ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।…   

{"id":170484}

5T ସଚିବଙ୍କ ଗସ୍ତକୁ କିନ୍ତୁ ଭିନ୍ନ ଢଙ୍ଗରେ ଦେଖୁଛନ୍ତି ବିରୋଧୀ  । ସଚିବଙ୍କ ଜିଲ୍ଲା ଗସ୍ତ ଓ 'ମୋ ସରକାର’ କାର୍ଯ୍ୟକ୍ରମ ଉପରେ ଉପରେ ପ୍ରଶ୍ନ ଉଠାଇଛି ବିଜେପି । ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ ଓ ସ୍ଥାନୀୟ ଜନପ୍ରତିନିଧି ସଚିବଙ୍କ ଗସ୍ତରେ କାହିଁକି ସାମିଲ ହେଉନାହାନ୍ତି । ସରକାର ସ୍ବାସ୍ଥ୍ୟ କେନ୍ଦ୍ରରେ ଭିତ୍ତିଭୂମି ନସଜାଡି କେବଳ ରାଜନୈତିକ ଷ୍ଟଣ୍ଟ୍ ଦେଖାଉଛନ୍ତି ବୋଲି ବିଜେପି କହିଛି ।5T ସଚିବଙ୍କ ଏହି ଗସ୍ତ କାହା ଭାବମୂର୍ତ୍ତି ବଢାଇବାକୁ ବୋଲି ଦଳ ପ୍ରଶ୍ନ କରିଥିବା ବେଳେ ଓଡ଼ିଶା ସରକାର ଆୟୁଷ୍ମାନ ଭାରତ ଯୋଜନା କାହିଁକି ଲାଗୁ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟର ସ୍ଥାନ ଜାତୀୟ ସ୍ତରରେ ତଳକୁ ଖସିବାରେ ଲାଗିଛି । ନୀତି ଆୟୋଗର ତଥ୍ୟ ଅନୁଯାୟୀ  ଶିଶୁ, ମାତୃ ମୃତ୍ୟୁହାର ଠାରୁ ଆରମ୍ଭ କରି ଅନ୍ୟାନ୍ୟ ରୋଗ ନିରାକରଣରେ ରାଜ୍ୟର ସ୍ଥିତି ଖରାପ । ଡାକ୍ତର ନାହାନ୍ତି, ସରଞ୍ଜାମ ନାହିଁ, ବିଜୁଳି ନାହିଁ ।କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆଣି ବିଜେପି ସହ ସ୍ବର ମିଳାଇଛି ।ଯାହାର ଜବାବ ରଖିଛି ବିଜେଡି ।…

{"id":170485}

ଅକ୍ଟୋବର ୨ରୁ ଆରମ୍ଭ ହୋଇଛି ‘ମୋ ସରକାର’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଥାନା ଓ ଡାକ୍ତରଖାନାରେ ସେବା ଯୋଗାଇବା ନେଇ ଫୋକସ୍ କରିଛନ୍ତି ସରକାର । କିନ୍ତୁ ଏତେ ସବୁ ସତ୍ବେ ବି ଅନେକ ସମୟରେ ଲୋକେ ସଠିକ ସେବା ନପାଇବା ଅଭିଯୋଗ ଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.