ଖାଇବା ତେଲର ଅପ ମିଶ୍ରଣ ବିରୋଧରେ FSSAIର ଧରପଗଡ, ସମଗ୍ର ଦେଶରୁ ସଂଗ୍ରହ ହେଲା ୪୫୦୦ରୁ ଅଧିକ ନମୂନା
28/08/2020 at 9:19 PM

ନୂଆଦିଲ୍ଲୀ ୨୮।୦୮: ଖାଦ୍ୟ ସୁରକ୍ଷା ନିୟାମକ, FSSAI ଖାଦ୍ୟ ତୈଳରେ ବଢୁଥିବା ଅପ ମିଶ୍ରଣ ଘଟଣାକୁ ଦୃଷ୍ଟିରେ ରଖି ସକ୍ରିୟ ହୋଇ ଉଠିଛି। ଗତ ୩ ଦିନରେ ସଂଗଠନ ଦେଶର ଅଧିକାଂଶ ସହରରେ ଧରପଗଡ କରି ଖାଦ୍ୟ ତୈଳର ୪୫୦୦ରୁ ଅଧିକ ନମୂନା ସଂଗ୍ରହ କରିଛି। ଏହାର ବିସ୍ତୃତ ଯାଞ୍ଚ ପାଇଁ ସରକାରୀ ଅଧିକୃତ ଲ୍ୟାବ୍କୁ ପଠାଯାଇଛି। ଯାହା ଫଳରେ ଅପ ମିଶ୍ରଣର ଅଭିଯୋଗ ଆସିଲେ ଆଗାମୀ ଦିନରେକାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ।
FSSAI ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ ଗତ ଅଗଷ୍ଟ ୨୫ ରୁ ୨୭ ମଧ୍ୟରେ ତୈଳର ଗୁଣବତ୍ତା ସର୍ବେକ୍ଷେଣ କରାଇଛି। ଏହି ଦେଶବ୍ୟାପୀ ସର୍ବେକ୍ଷେଣରେ ସୋରିଷ, ନଡିଆ, ରିଫାଇନ, ଅଲିଭ, ବ୍ଲେଣ୍ଡେଡ୍ ସମେତ ଖାଦ୍ୟ ତୈଳର ମୋଟ୍ ୧୬ କିସମର ତୈଳ ଉପରେ ଛାନବିନ୍ କରାଯାଇଛି। ପ୍ରଥମ ଥର ଏକା ଥରକେ ୪୫୦୦ରୁ ଅଧିକ ନମୂନା ସଂଗ୍ରହ କରାଯାଇଛି। ଏହି ଅଭିଯାନରେ ଦେଶର ପାହାଡି ରାଜ୍ୟ ତଥା ପୂର୍ବୋତର ରାଜ୍ୟ ସହିତ ଲଦାଖ, ଡାମନ ଓ ଡିଉ, ଆଣ୍ଡାମାନ ଏବଂ ନିକୋବର ଦ୍ଵୀପ ପୁଞ୍ଜ ସହିତ ଗଳିଗୁଡିକରେ ଥିବା ଖୁଚୁରା ଦୋକାନରୁ ନମୂନା ସଂଗ୍ରହ କରାଯାଇଛି। ଏହି ଅଭିଯାନରେ ରାଷ୍ଟ୍ରୀୟ ତଥା ସ୍ଥାନୀୟ ବ୍ରାଣ୍ଡ ସହିତ ଅନ୍ୟ ବ୍ରାଣ୍ଡର ନମୂନ ମଧ୍ୟ ନିଆଯାଇଛି।
ରାଜ୍ୟ ସରକାରଙ୍କ ମିଳିଲା ସହଯୋଗ
FSSAIର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ସର୍ବେକ୍ଷେଣର କାମ ରାଜ୍ୟର ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀଙ୍କ ଦ୍ଵାରା କରାଯାଇଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ ପରି ମେଟ୍ରୋ ସହରର ବିସ୍ତାକୁ ଦେଖି ସେଠାରୁ ଅତି କମରେ ୫୦ ନମୂନା ସଂଗ୍ରହ କରାଯାଇଛି। ଛୋଟ ସହରଗୁଡିକରୁ ମଧ୍ୟ ୮ ରୁ ୧୦ ନମୂନା ନିଆଯାଇଛି। ଏହି ସବୁ ନମୂନାର ଯାଞ୍ଚ ପାଇଁ ପ୍ରୟୋଗଶାଳାକୁ ପଠାଯିବ। ଏହାର ରିପୋର୍ଟ ଆଗାମୀ ୨୦ ରୁ ୨୫ ଦିନ ମଧ୍ୟରେ ଆସିବ।
ସେ କହିଛନ୍ତି ପରୀକ୍ଷଣ ପରେ ଯେଉଁ ସହରଗୁଡିକରୁ ସଂଗୃହୀତ ନମୂନାରେ ଅପ ମିଶ୍ରଣ ଜଣା ପଡେ ତେବେ ସେଠାରୁ ଏନଫୋର୍ସମେଣ୍ଟ ନମୂନା ସଂଗ୍ରହ କରାଯିବ। ଅର୍ଥାତ ଯଦି କୌଣସି ଦୋକାନୀ ଅପ ମିଶ୍ରଣକାରୀ ଖାଦ୍ୟ ତୈଳ ବିକ୍ରି ବେଳେ ଧରା ପଡନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିରେ ବିକ୍ରେତାଙ୍କ ସହିତ ଅପ ମିଶ୍ରଣକାରୀ ଖାଦ୍ୟ ନିର୍ମାତାକାରୀ କମ୍ପାନୀ ଉପରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।