ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ସମସ୍ତ ଇ-କମର୍ଶ ପୁଡ୍ ବିଜ୍ନେସ୍ ଅପରେଟରମାନଙ୍କ ପାଇଁ ଚେତାବନୀ ଜାରି କରିଛି। ନିଜ ୱେବସାଇଟ ମାଧ୍ୟମରେ ହେଲ୍ଥ ଡ୍ରିଙ୍କ ଓ ଏନର୍ଜୀ ଡ୍ରିଙ୍କ ଭଳି ଶବ୍ଦର ଅପବ୍ୟବହାର ନକରିବାକୁ ଚେତାବନୀ ଜାରି କରିଛି।
FSSAI କହିଛି ଯେ ୱେବସାଇଟ୍ ମାଧ୍ୟମରେ ବିକ୍ରୟ କରାଯାଉଥିବା ଖାଦ୍ୟ ପଦାର୍ଥର ଉଚିତ କ୍ଲାସିଫିକେସନ ସ୍ଥିର କରାଯିବା ଉଚିତ। ବିକ୍ରି ବଢ଼ାଇବା ପାଇଁ ଏହିପରି ହେଲ୍ଥ ଡ୍ରିଙ୍କ ଓ ଏନର୍ଜୀ ଡ୍ରିଙ୍କ୍ ଭଳି ଶବ୍ଦ ବ୍ୟବହାର କରାଯିବା ଉଚିତ ନୁହେଁ, ଯାହା ନିୟମ ଅନୁଯାୟୀ ମାନ୍ୟ ନୁହେଁ। FSS ଅଧିନିୟମ ୨୦୦୬ ଅନୁଯାୟୀ ହେଲ୍ଥ ଡ୍ରିଙ୍କ୍ ଶବ୍ଦ କୌଣସି ସ୍ଥାନରେ ବର୍ଣ୍ଣନା କରାଯାଇ ନାହିଁ ବୋଲି ଏହା ମଧ୍ୟ କୁହାଯାଇଛି ଯେ FSSAI କହିଛି।
ଇ-କମର୍ସ ୱେବସାଇଟଗୁଡ଼ିକରେ ହେଲ୍ଥ ଡ୍ରିଙ୍କ୍ ଓ ଏନର୍ଜୀ ଡ୍ରିଙ୍କ୍ ନାଁରେ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି। ପ୍ରୋପରାଇଟରୀ(ଏଫ୍ଏସ୍ଏସ୍ଏଆଇ ନିୟମରେ କୌଣସି ମାନକ ନଥିବା ଖାଦ୍ୟ) ଖାଦ୍ୟ ଆଧାରରେ ଲାଇସେନ୍ସ ପ୍ରାପ୍ତ ଖାଦ୍ୟ ସାମଗ୍ରୀ ଗୁଡ଼ିକୁ ହେଲ୍ଥ ଡ୍ରିଙ୍କ, ଏନର୍ଜୀ ଡ୍ରିଙ୍କ ଶବ୍ଦ ବ୍ୟବହାର କରି ବିକ୍ରି କରାଯାଉଛି।
ବିଶେଷ କରି କ୍ଷୀର ସମ୍ପର୍କିତ ପାନୀୟ, ମିଶ୍ରଣ, ଶସ୍ୟ ଆଧାରିତ ପାନୀୟ ଓ ମାଲ୍ଟ ଆଧାରିତ ପାନୀୟ ମିଶ୍ରଣ ସାମଗ୍ରୀକୁ ଏହିଭଳି ଶବ୍ଦ ବ୍ୟବହାର କରି ବିକ୍ରି କରାଯାଉଛି। ଯାହା ନିୟମ ବିରୁଦ୍ଧ। ତେଣୁ ତୁରନ୍ତ ଏହାକୁ ସୁଧାରିବା ପାଇଁ FSSAI କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
କୌଣସି ବିଭ୍ରାନ୍ତିକର ସୂଚନା ଗ୍ରାହକଙ୍କ ନିକଟରେ ପହଞ୍ଚିବା ଉଚିତ୍ ନୁହେଁ | FSS ଆକ୍ଟ ୨୦୦୬ରେ ଥିବା ନିୟମକୁ ସବୁ ପରିସ୍ଥିତିରେ ପାଳନ କରିବାକୁ ପଡ଼ିବ। 'ଏନର୍ଜୀ ଡ୍ରିଙ୍କ' ଭଳି ଶବ୍ଦ କେବଳ ଫୁଡ୍ କ୍ୟାଟେଗୋରୀ ସିଷ୍ଟମ (FCS) ୧୪.୧.୪.୧ ଏବଂ ୧୪.୧.୪.୨ (କାର୍ବୋନେଟେଡ୍ ଏବଂ ଅଣ-କାର୍ବୋନେଟେଡ୍ ଜଳ ଭିତ୍ତିକ ସ୍ୱାଦଯୁକ୍ତ ପାନୀୟ) ଅଧୀନରେ ଲାଇସେନ୍ସ ପ୍ରାପ୍ତ ଉତ୍ପାଦରେ ବ୍ୟବହାର କରିବାକୁ ଅନୁମତି ରହିଛି।