Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲଗାତାର ଚୌକା ମାଡ଼ ପରେ ନିଜ ଉପରୁ ନିୟନ୍ତ୍ରଣ ହରାଇଲେ ସିରାଜ, ସ୍ମିଥ୍‌ଙ୍କ ଆଡକୁ ଫିଙ୍ଗିଲେ ବଲ, ରାଗିଲେ ଦର୍ଶକ

8/06/2023 at 6:11 PM

ଓଭାଲ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ୱାଲର୍ଡ ଟେଷ୍ଟ ଚାମ୍ପିୟନଶିପ ୨୦୨୧-୨୩ର ଫାଇନାଲ ମୁକାବିଲା ଲଣ୍ଡନର ଓଭାଲରେ ଖେଳାଯାଉଛି । ମ୍ୟାଚର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଷ୍ଟିଭ ସ୍ମଥ୍ ଶତକ ହାସଲ କରିଛନ୍ତି । ସିରାଜଙ୍କ ଓଭରରେ ସ୍ମିଥ୍ ଲାଗାତାର ଦୁଇଟି ଚୌକା ମାରି ଶତକ ପୂରଣ କରିଥିଲେ । କିନ୍ତୁ ସିରାଜଙ୍କୁ ଏହି କଥା ପସନ୍ଦ ଆସିନଥିବା ଜଣାପଡୁଛି ।

ଲାଗାତର ଦୁଇଟି ଚୌକା ଖାଇବା ପରେ ବୋଲିଂ କରିବା ପାଇଁ ନିଜ ରନଅପ୍ ପୂରଣ କରିଥିଲେ ସିରାଜ, କିନ୍ତୁ ଶେଷ ସମୟରେ ୱିକେଟ୍ ସାମନାରୁ ହଟିଯାଇଥିଲେ ସ୍ମିଥ୍ । ସେହି ବଲ ଖେଳିବା ପାଇଁ ସ୍ମିଥ୍ ପ୍ରସ୍ତୁତ ନଥିଲେ । ଅମ୍ପାୟର ଏହାକୁ ଡେଡ୍ ବୋଲ ଘୋଷଣା କରିଥିଲେ । କିନ୍ତୁ ସିରାଜ ରାଗରେ ବଲଟିକୁ ସ୍ମିଥଙ୍କ ଆଡକୁ ଫିଙ୍ଗି ଦେଇଥିଲେ । ଏହି ଘଟଣା ପରେ ସିରାଜଙ୍କୁ ବେଶ ସମାଲୋଚନା କରାଯାଉଛି ।

ଜଣେ ଫ୍ୟାନ ଲେଖିଛନ୍ତି ଯେ ଜଣେ ୱାର୍ଲଡ କ୍ଲାସ ସିନିୟର ଖେଳାଳିଙ୍କ ସହ କିପରି ବ୍ୟାବହାର କରାଯିବା ଦରକାର କାହା ସିରାଜ ଜାଣି ରଖିବା ଦରକାର । ଏହି ଘଟଣା ପରେ ସିରାଜ ଏବଂ ସ୍ମିଥଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୋଇଥିଲା । ମ୍ୟାଚରେ ଷ୍ଟିଭ ସ୍ମିଥ୍ ୧୨୧ ରନ କରି ଶାର୍ଦୁଲ ଠାକୁରଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇ ପାଭେଲିୟନ ଫେରିଥିଲେ । ଖବର ଲେଖାଯିବା ସୁଦ୍ଧା ଅଷ୍ଟ୍ରେଲିଆ ଟିମ୍ ୭ ୱିକେଟ୍ ହରାଇ ୪୩୫ ରନ୍ କରିଛି । ଅଷ୍ଟ୍ରେଲିଆ ପାଇଁ ଆଲକ୍ସ କ୍ୟାରୀ (୩୬ ରନ) ଏବଂ ପାଟ୍ କମିନ୍ସ (୫ ରନ୍) ବ୍ୟାଟିଂ କରୁଛନ୍ତି ।

Also Read: ରୋହିତ ଶର୍ମାଙ୍କୁ କଡ଼ା ସମାଲୋଚନା, ବରିଷ୍ଠ ଖେଳାଳି କହିଲେ- ମୁଁ ଯଦି ଅଧିନାୟକ ହୋଇଥାନ୍ତି ଅଶ୍ୱିନୀ…

   Related Posts