ଆସନ୍ତାକାଲି ଠାରୁ ରାଜ୍ୟରେ ବୃଦ୍ଧି ପାଇବ ଶୀତ, ୨୪ ଘଣ୍ଟାରେ ୧୨ଟି ଜିଲ୍ଲାରେ ୧୫ ଡିଗ୍ରୀରୁ କମ ତାପମାତ୍ରା ରେକର୍ଡ

Published By : Prameya-News7 Bureau | December 14, 2021 IST

ଭୁବନେଶ୍ୱର, ୧୪/୧୨: ରାଜ୍ୟରେ ଆସନ୍ତାକାଲି ଠାରୁ ଅର୍ଥାତ ୧୫ ତାରିଖରୁ ଶୀତର ପ୍ରଭାବ ବୃଦ୍ଧି ପାଇବ। ରାତି ତାପମାତ୍ରା ୩ ରୁ ୪ ଡିଗ୍ରୀ କମିବ। ଏନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ୧୫ ତାରିଖରୁ ରାଜ୍ୟରେ ଉତ୍ତର ପଶ୍ଚିମ ଓ ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ପବନ ପ୍ରବାହ କରିବ । ଯାହାଫଳରେ ଶୀତ ଅଧିକ ହେବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।

ଏପଟେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ଟି ଜିଲ୍ଲାରେ ୧୫ ଡିଗ୍ରୀରୁ କମ ତାପମାତ୍ରା ରେକର୍ଡ କରାଯାଇଛି। ଦାରିଙ୍ଗ୍‌ବାଡ଼ିରେ ସର୍ବନିମ୍ନ ୭.୦୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଶୀତ ସହ ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି । ଫୁଲବାଣୀରେରେ ୧୦୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ରହିଥିଲା । ଆସନ୍ତା କାଲି ମଧ୍ୟ ଉପକୂଳ ଓ ଆଭ୍ୟନ୍ତରୀୟ ଓଡିଶାର କିଛି କିଛି ସ୍ଥାନରେ କୁହୁଡି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.