ସେହି କାଳରାତି ଠାରୁ ନିର୍ଭୟାଙ୍କ ଘରେ ନାହିଁ ଖୁସି, ନାହିଁ ପୂଜା ପର୍ବ: ବାପା ଓ ମାଆ କହିଲେ, ତା’ ବିନା ଘର ଖାଁ ଖାଁ, ୭ ବର୍ଷ ହେଲା ଶୁଖିନି ଆଖି...

Published By : Prameya-News7 Bureau | March 09, 2020 IST

ନୂଆଦିଲ୍ଲୀ୯।୩: ମଙ୍ଗଳବାରରେ ପୂରା ଦେଶ ରଙ୍ଗର ପର୍ବ ହୋଲି ପାଳନ କରିବ। ଏ ନେଇ ଚଳଚଞ୍ଚଳ ଗାଁଠୁ ସହର। କିନ୍ତୁ ଏହି ସମୟରେ ନିର୍ଭୟାଙ୍କ ବାପା ଓ ବାପାଙ୍କ କଥା ସମସ୍ତଙ୍କୁ ମର୍ମାହତ କରିଛି। ଝିଅ ଯିବା ପରଠାରୁ ଅର୍ଥାତ ଦୀର୍ଘ ୭ ବର୍ଷ ହେଲା ତାଙ୍କ ପରିବାର କୌଣସି ପର୍ବପର୍ବାଣି ବା ଉତ୍ସବ ପାଳନ କରି ନାହାନ୍ତି। ନିର୍ଭୟାଙ୍କ ମୃତ୍ୟୁ ପରେ ଘର ଖାଲି ଖାଁ ଖାଁ ଲାଗୁଛି। ସେ ଥିଲା ଗେହ୍ଳା ଝିଅ। ନିର୍ଭୟାଙ୍କ ଖୁସିରେ ପୂରା ପରିବାର ଖୁସି ହେଉଥିଲା। ସେ ଯିବା ପରେ କୋର୍ଟ ଚାରିପଟେ ଚକ୍କର କାଟି କାଟି ଦିନ ଶେଷ ହେଉଥିବା ନିର୍ଭୟାଙ୍କ ବାପା, ମାଆ କହିଛନ୍ତି।

{"id":235725,"sizeSlug":"large"}

ସାରା ଦେଶରେ ଚହଳ ପକାଇଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଖୁବ୍ ଶୀଘ୍ର ଫାଶୀ ଖୁଣ୍ଟରେ ଝୁଲିବାକୁ ଯାଉଛନ୍ତି। ଲଗାତାର ୩ ଥର ଫାଶୀ ପାଇବା ତାରିଖ ଘୁଞ୍ଚିବା ପରେ ଏବେ ଖାଲି ଆଗାମୀ ୨୦ ତାରିଖକୁ ଅପେକ୍ଷା କରି ରହିଛନ୍ତି ଅନେକ ଲୋକ।  ତେବେ ନିର୍ଭୟାଙ୍କ ପରିବାର ଲୋକ ଏହି ଦିନକୁ ଖୁବ୍ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି। ନିର୍ଭୟାଙ୍କ ବାପା-ମା ଗତ ୭ ବର୍ଷ ହେବ ତାଙ୍କ ଘରେ କୌଣସି ପ୍ରକାର ଉତ୍ସବ କିମ୍ବା ପର୍ବ-ପର୍ବାଣୀ ପାଳନ କରିନାହାନ୍ତି।

{"id":235726,"sizeSlug":"large"}

ନିର୍ଭୟାଙ୍କ ବାପା ଏକ ସାକ୍ଷାତକାରରେ କହିଛନ୍ତି ଯେ, ୧୬ ଡିସେମ୍ବର ୨୦୧୨ରେ ଦିଲ୍ଲୀରେ ତାଙ୍କ ଝିଅ ଗଣଦୁଷ୍କର୍ମର ଶିକାର ହେବାପରେ  ସିଙ୍ଗାପୁରରେ ଚିକିତ୍ସା ସମରେ ଗ୨୯ ଡିସେମ୍ବର ୨୦୧୨ରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରଠାରୁ ତାଙ୍କ ଘରେ ହୋଲି ପାଳନ କରାଯାଇ ନାହିଁ। ଆଶା ଥିଲା  ଦୋଷୀଙ୍କୁ ହୋଲି ପୂର୍ବରୁ ଫାଶୀ ହେବ, କିନ୍ତୁ ଆଇନର ଗଳାବାଟ ଦେଇ ସେମାନେ ବାରମ୍ବାର ବଞ୍ଚିଯାଉଛନ୍ତି।ଦୋଷୀଙ୍କୁ ଫାଶୀ ମିଳିବା ପରେ ସାରା ପରିବାର ହୋଲି ଓ ଦୀପାବଳୀ ପାଳିବେ। ତେବେ ଦୋଷୀଙ୍କୁ ଫାଶୀ ଦିଆଯିବା ପରେ ସେମାନେ ହୋଲି ପାଳିବେ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.