ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ସୁଡ଼ଙ୍ଗରେ ଚାଲିଥିବା ଉଦ୍ଧାର ଅଭିଯାନ ସଫଳ ହୋଇଛି । ସୁଡ଼ଙ୍ଗ ଭିତରେ ଫସିଥିବା ସମସ୍ତ ୪୧ ଶ୍ରମିକଙ୍କୁ ୧୭ ଦିନ ପରେ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ଜଟିଳ ଅପରେସନ ଉପରେ ସାରା ଦେଶର ନଜର ଥିଲା । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ନିଜେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଏନଡିଆରଏଫ, ଏସଡିଆରଏଫ, ଭାରତୀୟ ସେନା ଓ ରାଜ୍ୟ ଏବଂ କେନ୍ଦ୍ରର ଅନେକ ଏଜେନ୍ସି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ପିଏମଓର ଅନେକ ଅଧିକାରୀ ମଧ୍ୟ ଉତ୍ତରକାଶୀ ସୁଡଙ୍ଗର ନିୟମିତ ଗସ୍ତ କରୁଥିଲେ । ଏଥିରୁ କିଛି ଏହି ଉଦ୍ଧାର ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ଉତ୍ତରାଖଣ୍ଡ ସୁଡ଼ଙ୍ଗ ଦୁର୍ଘଟଣାର ଉଦ୍ଧାରକାରୀ ଟିମ୍
ଆଇଏଏସ ଅଧିକାରୀ ନୀରଜ ଖେରୱାଲ
-ଆଇଏଏସ ଅଧିକାରୀ ନୀରଜ ଖେରୱାଲଙ୍କୁ ସିଲକ୍ୟାରା ସୁଡ଼ଙ୍ଗ ଦୁର୍ଘଟଣା ପରେ ନୋଡାଲ୍ ଅଧିକାରୀ ନିଯୁକ୍ତ କରାଯାଇଥିଲା । ସେ ଗତ ୧୦ ଦିନରୁ ଉଦ୍ଧାରକାର୍ଯ୍ୟର ତଦାରଖ ଓ ନେତୃତ୍ୱ ନେଉଥିଲେ । ଘଟଣାସ୍ଥଳରୁ ପ୍ରତି ଘଣ୍ଟାର ଟିକିନିକି ଖବର ପିଏମଓ ଓ ସିଏମଓକୁ ଜଣାଉଥିଲେ ।
ମାଇକ୍ରୋ ଟନେଲିଙ୍ଗ ବିଶେଷଜ୍ଞ କ୍ରିସ୍ କୁପର
-କ୍ରିସ୍ କୁପର ଦଶନ୍ଧିରୁ ଅଧିକ ସମୟ ଧରି ମାଇକ୍ରୋ-ଟଲେଲିଙ୍ଗ ବିଶେଷଜ୍ଞ ରୂପେ କାମ କରୁଛନ୍ତି । ଏହି ରେସ୍କ୍ୟୁ ଅପରେସନ ପାଇଁ ତାଙ୍କର ବିଶେଷ ସହଯୋଗ ଲୋଡ଼ା ଯାଇଥିଲା । ସେ ନଭେମ୍ୱର ୧୮ରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଦ୍ଧାରକାର୍ଯ୍ୟରେ ତାଙ୍କ ଅଭିଜ୍ଞତା ସଫଳତା ଆଣିଛି । ଉଦ୍ଧାରକାର୍ଯ୍ୟକୁ ଦ୍ରୁତ ଗତିରେ ଶେଷ କରିବା ପାଇଁ କୁପର ଜୋର ଦେଇଥିଲେ । ସେ ଋଷିକେଶ କର୍ଣ୍ଣପ୍ରୟାଗ ରେଳ ପରିଯୋଜନାରେ ଅନ୍ତରାଷ୍ଟ୍ରୀୟ ପରାମର୍ଶଦାତା ଅଛନ୍ତି ।
ପଢନ୍ତୁ: ଉଦ୍ଧାର ହେଲେ ପାଞ୍ଚ ଓଡ଼ିଆ ଶ୍ରମିକ, ଦୀପାବଳିଠାରୁ ଫସିଥିଲେ ସିଲକ୍ୟାରା ସୁଡ଼ଙ୍ଗରେ
ଲେଫ୍ଟନାଣ୍ଟ ଜେନେରାଲ ସୈୟଦ ଅତା ହସନେନ (ରିଟାୟର୍ଡ), ସଦସ୍ୟ, ଏନଡିଏମଏ
-ଭାରତୀୟ ସେନାର ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଓ ଏନଡିଆରଏଫ ଟିମର ସଦସ୍ୟ ସୈୟଦ ଅତା ହସନେନ ଉତ୍ତରାଖଣ୍ଡ ସୁଡ଼ଙ୍ଗ ଦୁର୍ଘଟଣାରେ ଏନଡିଏମଏର ଭୂମିକା ଉପରେ ନଜର ରଖିଥିଲେ । ଲେଫ୍ଟନାଣ୍ଟ ଜେନେରାଲ ହସନେନ ଶ୍ରୀନଗରରେ ମୁତୟନ ଭାରତୀୟ ସେନାର ଜିଓସି ୧୫ କୋରର ସଦସ୍ୟ ଥିଲେ । ଏହି ଉଦ୍ଧାରକାର୍ଯ୍ୟରେ ତାଙ୍କ ଭୂମିକା ମଧ୍ୟ ବେଶ ମହତ୍ୱପୂର୍ଣ୍ଣ ଥିଲା ।
ସୁଡଙ୍ଗ ନିର୍ମାଣ ବିଶେଷଜ୍ଞ ଅର୍ନୋଲ୍ଡ ଡିକ୍ସ
-ସୁଡ଼ଙ୍ଗ ବିଶେଷଜ୍ଞ ଅର୍ନୋଲ୍ଡ ଡିକ୍ସ ମଧ୍ୟ ଉତ୍ତରକାଶୀ ସୁଡ଼ଙ୍ଗ ଦୁର୍ଘଟଣାରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକ ଗ୍ରହଣ କରିଥିଲେ । ନଭେମ୍ୱର ୨୦ରେ ଡିକ୍ସ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ ଗତ ୭ ଦିନରେ ସମସ୍ତଙ୍କୁ ସକାରାତ୍ମକ ରହିବା ପାଇଁ ପରାମର୍ଶ ଦେଇଥିଲେ ।
ରାଟ୍ ହୋଲ ଖନନ ବିଶେଷଜ୍ଞ ଟିମ୍
-ମାଇକ୍ରୋ-ରେନଲିଙ୍ଗ, ମାନ୍ୟୁଆଲ୍ ଡ୍ରିଲିଂ ଓ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ମଧ୍ୟ ପ୍ରଦେଶରୁ ଛଅ ରାଟ୍ ହୋଲ୍ ଖନନ ବିଶେଷଜ୍ଞଙ୍କୁ ନିୟୋଜିତ କରାଯାଇଥିଲା । ଏହି ବିଶେଷଜ୍ଞମାନେ ଶ୍ରମିକଙ୍କ ପାଇଁ ବିଛା ଯାଇଥିବା ସଂକୀର୍ଣ୍ଣ ୮୦୦ ଏମଏମ ପାଇପର ଦାୟିତ୍ୱ ନେଇଥିଲେ । ରାଜ୍ୟ ଓ କେନ୍ଦ୍ରୀୟ ଏଜେନ୍ସିଙ୍କ ସହ ସ୍ଥାନୀୟ ଡ୍ରିଲିଂ ବିଶେଷଜ୍ଞ, ପରିବେଷ ବିଶେଷଜ୍ଞ, ଏନଡିଆରଏଫ ଓ ଏସଡିଆରଏଫ ସଦସ୍ୟଙ୍କ ସହ ଭାରତୀୟ ସେନାକୁ ଏଠାରେ ନିୟୋଜିତ କରାଯାଇଥିଲା ।
Also Read: ଉତ୍ତରାକାଶୀ ରେସ୍କ୍ୟୁ ଅପରେସନର ‘ମହାବିଜୟ’: ଟନେଲରୁ ବାହାରିଲେ ସମସ୍ତ ଶ୍ରମିକ