suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅକ୍ଟୋବର ୧୫ରୁ ରାଜ୍ୟ ସ୍ଥିର କରିବେ ସ୍କୁଲ ଖୋଲିବ କି ନାହିଁ, ଜାଣନ୍ତୁ Unlock 5ର ୧୦ ପ୍ରମୁଖ କଥା…

30/09/2020 at 10:07 PM

ନୂଆଦିଲ୍ଲୀ ୩୦।୦୯: କରୋନା ଭାଇରସ୍ କାରଣରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ପରେ ଦେଶ ଏବେ ଅନଲକ୍‌ର ପଞ୍ଚମ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଛି। ଅକ୍ଟୋବର ୧ରୁ ଆରମ୍ଭ ହେଉଥିବା ଅନଲକ୍‌-୫ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ଵାରା ଆଜି ମାର୍ଗଦର୍ଶିକା ଜାରି କରାଯାଇଛି। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଅନଲକ-୫ରେ ସିନେମାଘର ୫୦ ପ୍ରତିଶତ ସିଟ୍ ସହିତ ଖୋଲିବାକୁ ଅନୁମତି ଦିଆଯାଇଛି।

ଅକ୍ଟୋବର ୧୫ ପରେ ଅନଲକ-୫ରେ ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଏଥିପାଇଁ ଅଭିଭାବକଙ୍କ ସହମତି ଜରୁରୀ। ସ୍ଵିମିଂ ପୁଲ୍ କେବଳ ଖେଳାଳିଙ୍କ ପ୍ରଶିକ୍ଷଣ ପାଇଁ ଖୋଲାଯିବ। ଉଲ୍ଲେଖନୀୟ ଅନଲକ୍-୪ ଆଜି ଶେଷ ହେଉଛି। ଅନଲକ୍‌-୫ର ୧୦ ପ୍ରମୁଖ କଥା…

୧ – କେନ୍ଦ୍ର ସରକାର ଅକ୍ଟୋବର ୧୫ରୁ ସିନେମା ହଲ୍ ଓ ମଲ୍‌ଟିପ୍ଲେକ୍ସ ଖୋଲିବାକୁ ଅନୁମତି ଦେଇଛନ୍ତି। ଏହା ସହିତ କ୍ରୀଡାବିତ୍‌ଙ୍କ ପାଇଁ ସ୍ଵିମିଂ ପୁଲ ମଧ୍ୟ ଖୋଲାଯିବ।

୨ – ଅନଲକ-୫ରେ ମନୋରଞ୍ଜନ ପାର୍କ ଖୋଲିବାକୁ ମଞ୍ଜୁରୀ ମିଳିଛି।

୩ – କେନ୍ଦ୍ର ସରକାର ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି। ଅକ୍ଟୋବର ୧୫ ପରେ ରାଜ୍ୟ ସରକାର ଏହି ସଂଦର୍ଭରେ ନିଷ୍ପତ୍ତି ନେଇ ପାରିବେ। ଏନେଇ ଅଭିଭାବକଙ୍କ ସହମତି ଜରୁରୀ।

୪ – ସାମାଜିକ, ଶିକ୍ଷାନୁଷ୍ଠାନ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ଓ ଅନ୍ୟ କାର୍ଯ୍ୟକ୍ରମରେ କେବଳ ୧୦୦ ଲୋକଙ୍କୁ ସାମିଲ କରିବାକୁ ଅନୁମତି ମିଳିବ। କଣ୍ଟେନମେଣ୍ଟ ଜୋନ୍‌ରେ ରହୁଥିବା ଲୋକଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବା ମନା।

୫ – ବିଜନେସ୍ ଟୁ ବିଜନେସ୍ ଏଗଜିବିସନକୁ ଗୃହ ମନ୍ତ୍ରଣାଳୟ ଗାଇଡ୍‌ଲାଇନ୍‌ ସହିତ ଅନୁମତି ଦେଇଛନ୍ତି।

୬ – ଅନଲକ୍‌-୫ରେ ମଧ୍ୟ କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ କଡାକଡି ଜାରି ରହିବ।

୭ – ମହାରାଷ୍ଟ୍ରରେ କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍‌ଡାଉନ୍‌ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢା ଯାଇଛି। କିନ୍ତୁ ଅକ୍ଟୋବର ୫ରୁ ହୋଟେଲ୍, ରେସ୍ତୋରାଁ, ଫୁଡ୍ ପାର୍କ ଓ ବାର୍‌ ୫୦ ପ୍ରତିଶତ ବସିବା କ୍ଷମତା ସହିତ ଖୋଲାଯାଇ ପାରିବ।

୮ – ଉଚ୍ଚ ଶିକ୍ଷାନୁଷ୍ଠାନରେ କେବଳ ପିଏଚଡି ଓ ବିଜ୍ଞାନ ଓ ଅଦୌଗିକି ବିଷୟରେ ସ୍ନାତକୋତ୍ତର ବିଦ୍ୟାର୍ଥୀଙ୍କ ପାଇଁ ପ୍ରୟୋଗଶାଳା ଓ ଗବେଷଣାତ୍ମକ କାମକୁ ଅନୁମତି ମିଳିବ। ଏସବୁ ଅକ୍ଟୋବର ୧୫ରୁ ଖୋଲିବାକୁ ଅନୁମତି ଦିଆଯାଇଛି।

୯ – କେନ୍ଦ୍ର ସରକାରଙ୍କ ତରଫରୁ ଅନଲକ୍‌-୫ରେ ସ୍ଵିମିଂ ପୁଲ୍ ସାଧାରଣ ଜନତାଙ୍କ ପାଇଁ ଅନୁମତି ନାହିଁ।

୧୦ – ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଉପରେ ପୂର୍ବବତ୍ତ କଟକଣା ଜାରି ରହିବ।

   Related Posts