ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଦିଲ୍ଲୀବାସୀଙ୍କୁ ଦୀପାବଳି ଉପହାର, ରେସ୍ତୋରାଁ ସହ ମେଡିକାଲ ଦୋକାନ…ଏବେ ୨୪ ଘଣ୍ଟା ଖୋଲା ରହିବ ୩୧୪ ପ୍ରତିଷ୍ଠାନ

9/10/2022 at 2:16 PM

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ପାର୍ବଣ ଋତୁରେ ଦୀପାବଳି ଉପହାର ମିଳିବାକୁ ଯାଉଛି । ଏବେ ଦିଲ୍ଲୀର ରାତି ଅଧିକ ଚମକିବ । ଆସନ୍ତା ସପ୍ତାହରୁ ଦିଲ୍ଲୀବାସୀଙ୍କୁ ୩୦୦ରୁ ଅଧିକ ପ୍ରତିଷ୍ଠାନରେ ୨୪ ଘଣ୍ଟିଆ ସେବା ମିଳିବ । ଏଥିରେ ରେସ୍ତୋରାଁ ଠାରୁ ଆରମ୍ଭ କରି ମେଡିକାଲ ଦୋକାନ ସାମିଲ ଅଛି । ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା ଏହି ଘୋଷଣା କରିଛନ୍ତି । ୨୦୧୬ ମସିହାରୁ ଅନେକ ପ୍ରତିଷ୍ଠାନ ଏହାର ଅନୁମତି ଚାହୁଁଥିଲେ, କିନ୍ତୁ ଆବେଦନ ବିଚାରଧୀନ ରହିଥିଲା ।

୨୪ ଘଣ୍ଟିଆ ଡିଲେଭରୀ ସୁବିଧାରେ ହୋଟେଲ-ରେସ୍ତୋରାଁ, ଖାଇବା-ପିଇବା ଅନଲାଇନ ଡିଲେଭରୀ କରୁଥିବା ସଂସ୍ଥା ସହ ୨୪ ଘଣ୍ଟା ଔଷଧ ଉପଲବ୍ଧ କରାଉଥିବା ପ୍ରତିଷ୍ଠାନକୁ ଏଥିରେ ସାମିଲ କରାଯାଇଛି । ଦିଲ୍ଲୀରେ ଏହିପରି ୩୧୪ଟି ପ୍ରତିଷ୍ଠାନକୁ ଅନୁମତି ଦିଆଯାଇଛି । ଏହି ନିଷ୍ପତ୍ତି ପରେ ସହରରେ ପ୍ରଚଳିତ ନାଇଟ୍ ଲାଇଫ୍ ପ୍ରଥାକୁ ବଳ ମିଳିବ । ଉଲ୍ଲେଖଯୋଗ୍ୟ ଯେ, ଏଥିରେ ଟ୍ରାନ୍ସପୋର୍ଟ-ଟ୍ରାଭେଲ ସହ ଅନେକ କେପିଓ ଏବଂ ବିପିଓକୁ ସାମିଲ କରାଯାଇଛି।

ପ୍ରସ୍ତାବକୁ ମଞ୍ଜୁରୀ ଦେଇ ଉପରାଜ୍ୟପାଳ ଭିକେ ସକ୍ସେନା ପ୍ରତିଷ୍ଠାନ ଦ୍ୱାରା କରାଯାଇଥିବା ଆବେଦନ ଉପରେ ବିଚାର କରିବାରେ ଶ୍ରମ ବିଭାଗ ବିଳମ୍ୱ କରିଥିବା ଅଭିଯୋଗ କରିଛନ୍ତି । ମୋଟ ୩୪୬ ଆବେଦନ ବିଭାଗ ପାଖରେ ପଡ଼ି ରହିଥିଲା । ଏହି ଆବେଦନ ଗୁଡିକ ଉପରେ ଶ୍ରମ ବିଭାଗ କୌଣସି ପଦକ୍ଷେପ ନେଇ ନଥିଲା ।  

   Related Posts