ମିଗ୍‌ଜୋମ୍ ଆଣିଲା ବର୍ଷା: ବଢିବ ଶୀତ, ଖସିବ ରାତିର ପାରଦ

Published By : Prameya-News7 Bureau | December 08, 2023 IST

ଭୁବନେଶ୍ୱର ୦୮/୧୨: ଆସନ୍ତା ୧୦ ତାରିଖରୁ ରାତିବେଳା ଶୀତ ବଢ଼ିବ । ମେଘୁଆ, କୋହଲା ପାଗ ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହୁଥିଲା । କୋହଲା ପାଗ ରହିବନି ଓ ବାଦଲ ବି ହଟିଯିବ । ଏଥିପାଇଁ ଆସନ୍ତା ୨ ରୁ ୩ ଦିନ ଭିତରେ ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ କମିଯିବ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି ।

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଶୁକ୍ରବାର ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହୋଇପାରେ । ୯ ତାରିଖରୁ ପାଗ ଶୁଖିଲା ହେବ । ଗତ ୨୪ ଘଣ୍ଟାରେ ରାଉରକେଲାରେ ୪୫, ନୂଆପଡ଼ାରେ ୪୪.୮, ବରଗଡ଼ରେ ୪୪.୨, ବୌଦ୍ଧରେ ୪୩.୩, ଗୋପାଳପୁରରେ ୪୨, ହୀରାକୁଦରେ ୪୦.୨, ସମ୍ବଲପୁରପୁରରେ ୩୭.୫, ଭବାନୀପାଟଣାରେ ୩୦.୨, ଟିଟିଲାଗଡ଼ରେ ୨୪.୪, ସୁନ୍ଦସୁରଗଡ଼ରେ ୧୧.୪, ରାଉରକେଲାରେ ୬ ଏବଂ ଝାରସୁଗୁଡ଼ାରେ ୫ ମିମି ବର୍ଷା ହୋଇଛି ।

wp:embed {"url":"https://www.prameyanews7.com/after-the-rain-the-weather-will-change-the-night-temperature-will-drop-to-3-to-5-degrees-in-odisha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/after-the-rain-the-weather-will-change-the-night-temperature-will-drop-to-3-to-5-degrees-in-odisha/
/wp:embed

ଗତ ଦୁଇ ଦିନ ଲଗାଣ ବର୍ଷାରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ହଜାର ହଜାର ହେକ୍ଟର ଚାଷ ଜମିରେ ଫସଲ ଉଜୁଡ଼ି ଯାଇଛି । କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ ଧାନ ଚାଷ ସହ ମାଣ୍ଡିଆ, କପା ଚାଷ କ୍ଷତିଗ୍ରସ୍ତ ହୋଇଛି । ଚାଷ ଜମି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ଆକଳନ କରି ୧୨ ତାରିଖରି ସୁଦ୍ଧା ରିପୋର୍ଟ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ବର୍ଷା ଛାଡ଼ିବା ପରେ ମାଲକାନଗିରି ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ସର୍ଭେ ଆରମ୍ଭ ହୋଇଛି। ୩୩%ରୁ ଅଧିକ କ୍ଷୟକ୍ଷତି ଫସଲକୁ ହିସାବକୁ ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.