ମାର୍ଚ୍ଚ ୨୦ ରୁ ଆମେରିକାର ହାଇଦ୍ରାବାଦ ସ୍ଥିତ କଂସୁଲାର ସେବା ନାନମରାମଗୁଡ଼ାକୁ ସ୍ଥାନାନ୍ତର ହେବ
8/03/2023 at 3:50 PM

ହାଇଦ୍ରାବାଦ, ୦୪/୦୩: ଯୁକ୍ତରାଷ୍ଟ୍ର ଆମେରିକା ମାର୍ଚ୍ଚ ୨୦ ରେ ନିଜ ହାଇଦ୍ରାବାଦ ସ୍ଥିତ ବାଣିଜ୍ୟିକ ଦୂତାବାସ ଏକ ନୂତନ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରିବ। ୩୪୦ ମିଲିୟନ ଡଲାରରେ ନିର୍ମିତ ଏହି ଅତ୍ୟାଧୁନିକ କାର୍ଯ୍ୟାଳୟ ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତର କ୍ରମବର୍ଦ୍ଧିଷ୍ଣୁ କୁଟନୈତିକ ଭାଗିଦାରୀରେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ବିଶାଳ ପୁଞ୍ଜି ନିବେଶ ଅଟେ। ସ୍ଥାନାନ୍ତରିତ ହେଉଥିବା ଯୋଗୁଁ, ଯୁକ୍ତରାଷ୍ଟ୍ର ଆମେରିକାର ବାଣିଜିକ ଦୂତାବାସ ତରଫରୁ କଂସୁଲାର ସେବାରେ ପରିବର୍ତ୍ତନ ଘୋଷଣା କରାଯାଇଛି।
ମାର୍ଚ୍ଚ ୨୦ ସକାଳ ୮.୩୦ ରୁ ହାଇଦ୍ରାବାଦ ସ୍ଥିତ ଆମେରିକୀୟ ବାଣିଜିକ ଦୂତାବାସ ବୈଧାନିକ ଭାବରେ ନିଜ ନୂତନ କାର୍ଯ୍ୟାଳୟରେ କାର୍ଯ୍ୟାରମ୍ଭ କରିବ। ମାର୍ଚ୍ଚ ୧୫ ଦିନ ୧୨ ଟାରୁ ଦୂତାବାସ ବର୍ତ୍ତମାନ ସ୍ଥି ପାଇଗାଃ ପାଲେସ ଠାରେ କାର୍ଯ୍ୟ ବନ୍ଦ କରିବ।
ଏବେ ଠାରୁ ମାର୍ଚ୍ଚ ୨୦ ସକାଳ ୮.୩୦ ମଧ୍ୟରେ ଦୂତାବାସର ଅତ୍ୟାବଶ୍ୟକ ସେବା ପାଇଁ ଆମେରିକୀୟ ନାଗରିକମାନେ +୯୧୦୪୦୪୦୩୩୮୩୦୦ କୁ କଲ୍ କରିପାରିବେ। ମାର୍ଚ୍ଚ ୨୦ ସକାଳ ୮.୩୦ ଦୂତାବାସର ଅତ୍ୟାବଶ୍ୟକ କଂସୁଲାର ସେବା ପାଇଁ ଆମେରିକୀୟ ନାଗରିକମାନେ +୯୧ ୦୪୦୬୯୩୨ ୮୦୦୦ କୁ କଲ୍ କରିପାରିବେ। ସେହିପରି ଦୂତାବାସର ଅନ୍ୟ କୌଣସି ସେବା ଉପଲବ୍ଧ କରିବା ପାଇଁ ‘[email protected]’ କୁ ଇ-ମେଲ୍ କରିପାରିବେ।