ଜୁଲାଇ ପହିଲାରୁ ହଟିବ ବ୍ରିଟିସ୍ ଆଇନ୍, ସାରା ଦେଶରେ ଲାଗୁ ହେବ ନୂଆ ପୋଲିସ ଆଇନ୍

Published By : Prameya-News7 Bureau | June 14, 2024 IST

india today

ଭୁବନେଶ୍ଵର:  ଜୁଲାଇ ପହିଲାରୁ ହଟିବ ବ୍ରିଟିସ୍ ଆଇନ୍ । ସାରା ଦେଶରେ ଲାଗୁ ହେବ ନୂଆ ପୋଲିସ ଆଇନ୍ । ୧୮୬୦ ମସିହାରୁ ଚାଲିଥିବା ବ୍ରିଟିସ୍ ଆଇନ୍ ହଟାଇ ଦିଆଯିବ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ଜିଜିପିଙ୍କ ସହ ଆଲୋଚନା କରାଯାଇଛି । ନୂଆ ଆଇନ୍ ଆସିବା ପରେ IPC ଓ ଏଭିଡେନ୍ସ ଆକ୍ଟକୁ ହଟାଇ ଦିଆଯିବ । ଇଣ୍ଡିଆନ୍ ପେନାଲ କୋଡ଼୍ ପରିବର୍ତ୍ତେ ଆସିବ ଭାରତୀୟ ନ୍ୟାୟ ସଂହିତା ।

ଜୁଲାଇ ପହିଲାରୁ ସାରା ଦେଶରେ ଲାଗୁ ହେବ ନୂଆ ପୋଲିସ ଆଇନ୍ । ୧୮୬୦ ମସିହାରୁ ଚାଲିଥିବା ବ୍ରିଟିସ୍ ଆଇନ୍ ହଟିବ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ଡିଜିପିଙ୍କ ସହ ଆଲୋଚନା କରାଯାଇଛି । ନୂଆ ଆଇନର କାର୍ଯ୍ୟକାରିତା ଉପରେ ହୋଇଛି ଆଲୋଚନା । ଫେବୃଆରୀ ମାସରେ ଏ ନେଇ ନୋଟିଫିକେସନ ହୋଇଥିଲା । ଦେଶରୁ ହଟିବ CRPC, IPC ଓ ଏଭିଡ଼େନ୍ସ ଆକ୍ଟ । ଇଣ୍ଡିଆନ୍ ପେନାଲ୍ କୋଡ୍ ପରିବର୍ତ୍ତେ ଆସିବ ‘ଭାରତୀୟ ନ୍ୟାୟ ସଂହିତା’ ଏବଂ ‘କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜିଓର’ ପରିବର୍ତ୍ତେ ଆସିବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଏବଂ ‘ଇଣ୍ଡିଆନ୍ ଏଭିଡେନ୍ସ୍ ଆକ୍ଟ’ ପରିବର୍ତ୍ତେ ଆସିବ ‘ଭାରତୀୟ ସାକ୍ଷ୍ୟ’ । ଏଥିରେ ପୂର୍ବରୁ ୫୧୧ଟି ସେକ୍ସନ ଥିଲା । ଆଇନ୍ ବଦଳିବା ପରେ ୩୫୮ଟି ସେକ୍ସନ ରହିବ । ୧୭୫ଟି ସେକ୍ସନ ସଂଶୋଧନ କରାଯିବ । 

Also read: ଆମେରିକା ସହ ୫୦ ବର୍ଷର ସମ୍ପର୍କ ଛିନ୍ନ କରିବ ସାଉଦି ଆରବ: ରି-ନ୍ୟୁ ହେବନି ପେଟ୍ରୋଡଲାର ଡିଲ, ପ୍ରଭାବିତ ହେବ ବିଶ୍ୱ ଅର୍ଥନୀତି

ଏହି ନୂଆ ନିୟମ କାର୍ଯ୍ୟକାରୀ ପାଇଁ ଯାହା ପ୍ରାବଧାନ ରହିଛି ସେ ନେଇ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜିପି  । ଏନେଇ ନ୍ୟାସନାଲ କ୍ରାଇମ ରେକର୍ଡ଼ ବ୍ୟୁରୋ ଓ ଷ୍ଟେଟ୍ କ୍ରାଇମ୍ ରେକର୍ଡ଼ ବ୍ୟୁରୋ ସହ ମିଳିତ ଆଲୋଚନା ଚାଲିଛି । କ୍ରାଇମବ୍ରାଞ୍ଚ ଆଡିସିନାଲ ଡିଜି ଅରୁଣ ବୋଥ୍ରାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । ସେହିଭଳି ଆଡିସିନାଲ ଚିଫ ସେକ୍ରେଟାରୀଙ୍କ ନେତୃତ୍ବରେ ଏକ ଷ୍ଟିଅରିଂ କମିଟି ଗଠନ ହୋଇଛି । କେନ୍ଦ୍ରର ଗୃହ ସଚିବ ଏ ନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି ଭିସିରେ ରହି କାର୍ଯ୍ୟକାରିତା ଦିଗରେ ଅଧିକ ଆଲୋଚନା କରିଛନ୍ତି । 

ଏ ନେଇ ପୋଲିସ ଅଧିକାରୀ ମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି । ଜୁଲାଇ ୧ ମଧ୍ୟରେ ଯେତିକି କେସ ରୁଜୁ ହୋଇଥିବ ତାହା ପୁରୁଣା CRPC  ଅଧୀନରେ ଟ୍ରାଏଲ କରାଯିବ ।  କିନ୍ତୁ ଏହାପରେ ଭାରତୀୟ ନ୍ୟାୟ ସଂହିତା ମୁତାବକ ବିଚାର କରାଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି ଅରୁଣ ଷଡଙ୍ଗୀ । ଅନ୍ୟପଟେ ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକ କହିଛନ୍ତି ଯେ, ବ୍ରିଟିଶ ଅମଳର IPC ଓ CRPCରେ ଅନେକ ଅଯଥା ସେକ୍ସନ ରହିଥିଲା ।  ନୂଆ ନିୟମରେ ସାଧାରଣ  ଲୋକମାନେ ଉପକୃତ ହେବେ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.