ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

୧୦୦୦ ନୁହେଁ ହୋଇପାରେ ୫ କୋଟି ଜରିମାନା ! ଶିକ୍ଷାନୁଷ୍ଠାନଙ୍କୁ ଭାରି ପଡ଼ିବ ଭୁଲ୍

14/11/2022 at 4:38 PM

ନୂଆଦିଲ୍ଳୀ, ୧୪/୧୧: ଶିକ୍ଷାନୁଷ୍ଠାନଙ୍କୁ ଭାରିପଡ଼ିପାରେ ଭୁଲ୍ କରିବା। ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ ବା ଉଚ୍ଚଶିକ୍ଷା କମିଶନ ଅଫ୍ ଇଣ୍ଡିଆ ବିଲ୍ (HECI-Bill) ରେ ଏଭଳି ଆଇନ ରହିଛି ଯାହାକୁ ପାଳନ ନକରିବା ଦ୍ବାରା ଏହି ଶିକ୍ଷାନୁଷ୍ଠାନମାନଙ୍କୁ ଏବେ ଭାରି ପଡ଼ିପାରେ। ପ୍ରସ୍ତାବିତ ଏଚଇସିଆଇ ବିଲ୍‌ରେ କେନ୍ଦ୍ର ସରକାର ୟୁଜିସି ଏବଂ ଏଆଇସିଟିଇ ନିୟମକୁ ଉଲ୍ଲଘଂନ କରୁଥିବା ସଂସ୍ଥାନ ଉପରେ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଇବାକୁ ଅନୁମତି ଦେଇଛି। କେବଳ ଏତିକି ନୁହେଁ UGC ଏବଂ AICTE ଉକ୍ତ ସଂସ୍ଥାନର ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇପାରିବେ।

ବର୍ତ୍ତମାନର ନିୟମ ଅନୁଯାୟୀ, ୟୁଜିସି କୌଣସି ଶିକ୍ଷାସଂସ୍ଥାନକୁ କୌଣସି ବି ଭୁଲ୍ ପାଇଁ କିମ୍ବା ଅପରାଧ ପାଇଁ ଅଧିକରୁ ଅଧିକ ୧୦୦୦ ଟଙ୍କାର ଫାଇନ୍ ଲଗାଇପାରିବେ। ପୁଣି ସେ ଅପରାଧ ନକଲି ୟୁନିଭର୍ସିଟି କିମ୍ବା କଲେଜ ଚଳାଇବା ହେଉଥାଉ ନା କାହିଁକି।

ଭାରତରେ ଉଚ୍ଚ ଶିକ୍ଷାନୁଷ୍ଠାନଙ୍କ ପାଇଁ ଆଇନ ୧୯୫୬ ରେ ତିଆରି ହୋଇଥିଲା। ସେବେଠାରୁ ଅନେକ ଥର ଜରିମାନା ରାଶି ବଢ଼ାଇବା ପାଇଁ ଦାବି କରାଯାଇଥିଲା। ଏବେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରାଳୟ ଯେଉଁ ବିଲ୍ ପ୍ରସ୍ତୁତ କରୁଛି ସେଥିରେ ଗୋଟିଏ ଥରରେ ଜରିମାନା ରାଶି ବଢ଼ାଇ ୫ କୋଟି ପର୍ଯ୍ୟନ୍ତ କରିଦିଆଯାଇଛି। ଏହି ନୂଆ ଏଚଇସିଆଇ ବିଲ୍ ସଂସଦର ଶୀତକାଳୀନ ଅଧିବେଶନରେ ଉପସ୍ଥାପିତ କରାଯିବ।

ରିପୋର୍ଟ ଅନୁଯାୟୀ ଏହି ବିଲ୍‌ରେ ଅପରାଧର ପ୍ରକୃତି ଆଧାରରେ ଜରିମାନାର ନିର୍ଦ୍ଦାରିତ କରାଯାଇଛି। ଯେତିକି ବଡ଼ ଅପରାଧ, ସେତିକି ଅଧିକ ଜରିମାନା ଲଗାଯିବ। ଛୋଟ ଭୁଲ୍ ପାଇଁ ସଂସ୍ଥାନକୁ କେବଳ କାରଣ ଦର୍ଶାଅ ନୋଟିସ୍  ଜାରି କରାଯିବ। ଯଦି ଏହାର ଜବାବ ନ ଦିଅନ୍ତି ତେବେ ସଂସ୍ଥାନ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଯିବ। ମଧ୍ୟମ ବର୍ଗରେ ଆସୁଥିବା ଅପରାଧ ପାଇଁ ସର୍ବନିମ୍ନ ଜରିମାନା ୩୦ ଲକ୍ଷ ହେବ। ଯେତେବେଳେକି ଗୁରୁତର ମାମଲାରେ ଏହା ୫ କୋଟି ପର୍ଯ୍ୟନ୍ତ ହୋଇପାରେ। ଏହା ସହ ୫ ବର୍ଷ ଜେଲ୍ ମଧ୍ୟ ହୋଇପାରେ।

କୁହାଯାଇଛି ଯେ ଏହି ବିଲ୍‌କୁ ତିଆରି କରୁଥିବା କମିଟିରେ ୧୫ ସଦସ୍ୟ ରହିବେ। ଏଥରେ ଜଣେ ଅଧ୍ୟକ୍ଷ ଏବଂ ଜଣେ ଉପାଧ୍ୟକ୍ଷଙ୍କ ବ୍ୟତୀତ ରାଜ୍ୟ ୟୁନିଭର୍ସିଟି ଭିସି, ରାଜ୍ୟ ଉଚ୍ଚଶିକ୍ଷା କାଉନସିଲର ଦୁଇ ପ୍ରଫେସର, କେନ୍ଦ୍ର ବିଶ୍ବବିଦ୍ୟାଳୟର ଭାଇସ ଚାନ୍ସଲର, ଉଚ୍ଚଶିକ୍ଷା ସଚିବ, ଫାଇନାନ୍ସ ସେକ୍ରେଟାରୀ, ଜଣେ ଲିଗାଲ୍ ଏକ୍ସପର୍ଟ ଏବଂ ଜଣେ ଇଣ୍ଡଷ୍ଟ୍ରୀ ଏକ୍ସପର୍ଟ ରହିବେ।

   Related Posts