ଆଜି ବନ୍ଧୁତା ଦିବସ: ସାଙ୍ଗ ପାଇଁ ଦିନଟିଏ; ରକ୍ତର ସମ୍ପର୍କଠୁ ଗଭୀର ଏ ସମ୍ପର୍କ, ବାସ୍ତବରେ ନିଆରା ଏ ସମ୍ପର୍କ…

Published By : Prameya-News7 Bureau | August 07, 2022 IST

ପ୍ରେମ, ବିଶ୍ୱାସ ଓ ପରସ୍ପରର ଉତ୍ତମ ବୁଝାମଣା । ବନ୍ଧୁତାରେ ନଥାଏ ଆବିଳତା । ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ । ବନ୍ଧୁ ପାଇଁ ଦିନ ଟିଏ । ରକ୍ତର ସମ୍ପର୍କ ଠାରୁ ବେଶ ଗଭୀର ଏହି ସମ୍ପର୍କ । ଯିଏ ସୁଖଦୁଃଖରେ ସବୁବେଳେ ପାଖରେ ଥାଏ । ବନ୍ଧୁର ହୃଦୟ କାନ୍ଦିଲେ ମନର କଥା ବୁଝିପାରେ । ସାରା ଦୁନିଆ ସାଥ୍ ଛାଡିଦେଲେ ଯିଏ ସାଙ୍ଗରେ ଥାଏ । ସେ ହେଉଛି ପ୍ରକୃତ ବନ୍ଧୁ । ରାଗ, ରୁଷା, ଅଭିମାନ ସବୁ କିଛି ଥାଏ । ସେଥିପାଇଁ ତ ସେ ସମ୍ପର୍କ ନିଆରା । ରକ୍ତର ସମ୍ପର୍କ ଠାରୁ ବି ବେଶ୍ ଗଭୀର ବନ୍ଧୁତାର ସମ୍ପର୍କ ।

ଆଜି ବିଶ୍ୱ ବନ୍ଧୁତା ଦିବସ । ସବୁଠି ଚାଲିଛି ସେଲିବ୍ରେସନ । ଯୁବିପଢ଼ୀ ପୂରା ସେଲିବ୍ରେସନ ମୁଡ୍ ରେ । କିଏ ସାଙ୍ଗକୁ ଚକେଲଟ ଦେଇ ବନ୍ଧୁତା ଦିବସର ଶୁଭେଚ୍ଛା ଜଣାଉଛି ତ ଆଉ କିଏ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ପିନ୍ଧାଇ । ଆଉ କେହି କେହି ରେଷ୍ଟୁରାଣ୍ଟରେ ମନ ପସନ୍ଦର ଖାଇବା ଖାଇ ତ ଆଉ କିଏ ସିନେମା ଦେଖି କରୁଛନ୍ତି ସେଲିବ୍ରେସନ । ଅଗଷ୍ଟ ମାସ ପ୍ରଥମ ରବିବାରକୁ ବିଶ୍ୱ ବନ୍ଧୁତା ଦିବସ ଭାବେ କରାଯାଏ ପାଳନ ।

wp:html /wp:html

ଭାରତ ପୂର୍ବରୁ ଦକ୍ଷିଣ ଆମେରିକାର ପାରାଗୁୱେରେ ଜୋରସୋରରେ ପାଳିତ ହେଉଥିଲା ଏହି ଦିବସ । ୧୯୫୮ ମସିହା ଜୁଲାଇ ୩୦ରେ ପ୍ରଥମେ ଆନ୍ତର୍ଜାତିକ ବନ୍ଧୁତା ଦିବସ ପାଇଁ ପ୍ରସ୍ତାବ ଦେଇଥିଲା ମିଳିତ ଜାତିସଂଘ । ପରେ ଏହି ଦିନରେ ବନ୍ଧୁମାନଙ୍କୁ ଗ୍ରିଟିଙ୍ଗସ କାର୍ଡ଼ ଦେବାର ଆରମ୍ଭ ହେଲା ପ୍ରଥା । ମିଳିତ ଜାତିସଂଘ ବିଧିବଦ୍ଧ ଭାବେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ଫ୍ରେଣ୍ଡସିପ ଡ଼େ’ ଭାବେ ଘୋଷଣା କରିଥିଲା । ଆଉ ସେବେଠାରୁ ପାଳିତ ହୋଇଆସୁଛି ବନ୍ଧୁତ୍ୱ ଦିବସ ।

ପୂର୍ବରୁ ବନ୍ଧୁତା ଦିବସ କେବଳ ବିଦେଶରେ ପାଳନ ହେଉଥିଲା । କିନ୍ତୁ ଏହା ଏବେ ଭାରତରେ ମଧ୍ୟ ଖୁବ୍ ଧୁମଧାମରେ ପାଳନ ହେଉଛି । ଏହି ଦିନରେ ନିଜର ବନ୍ଧୁତ୍ୱ ଜଣାଇବା ପାଇଁ ଜଣେ ଜଣକୁ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧିଥାନ୍ତି । ଏଥର କରୋନା କଟକଣା କୋହଳ ଥିବାରୁ ଧୂମଧାମରେ ହେଉଛି ପାଳନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.