ପାର୍କକୁ ଡାକି ନେଲେ ସାଙ୍ଗ, କୋଲଡ୍ରିଙ୍କ୍ସରେ ନିଶା ଦେଇ କଲେ ଗଣଦୁଷ୍କର୍ମ, ହୋସ୍ ଆସିବା ପରେ ଅଭିଯୋଗ କଲେ ଛାତ୍ରୀ

Published By : Prameya-News7 Bureau | January 25, 2020 IST

ପାନୀପତ୨୫/୧: ଦେଖା କରିବା ବାହାନାରେ ପାର୍କକୁ ଡାକି ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରି ବାଟରେ ପିଙ୍ଗି ଦେଲେ ସାଙ୍ଗମାନେ। ପୁଅ ବନ୍ଧୁକୁ ଦେଖା କରିବା +୨ ଛାତ୍ରୀଙ୍କୁ ପଡ଼ିଲା ମହଙ୍ଗା। ଛାତ୍ରୀ ପାର୍କରେ ପହଞ୍ଚିବା ପରେ ଜୋର ଜବରଦସ୍ତ କରି ତାଙ୍କୁ କାରରେ ବସାଇ ନେଇ ଯାଇଥିଲେ ପାଞ୍ଚ ଜଣ ସାଙ୍ଗ। ଦୁର୍ବୃତ୍ତମାନେ ଛାତ୍ରୀଙ୍କୁ  ଜୋର ଜବରଦସ୍ତ ମଦ ପିଆଇ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଏହା ପରେ ପାର୍କ ପାଖ ରାସ୍ତାରେ ଛାତ୍ରୀଙ୍କୁ ପିଙ୍ଗି ଦେଇ ଯାଇଥିଲେ।

ସୂଚନା ଅନୁସାରେ ପାନୀପତ ସହରର ଏକ କଲୋନୀରେ ପୀଡ଼ିତା ନିଜ ପରିବାରଙ୍କ ସହ ରହନ୍ତି। ସନ୍ଧ୍ୟା ୫ଟାରେ ଛାତ୍ରୀ ଟ୍ୟୁସନରୁ ଘରକୁ ଫେରିବା ସମୟରେ ପୁଅ ସାଙ୍ଗକୁ ଦେଖା କରିବାକୁ ଯାଇଥିଲେ। ଗତ ଶୁକ୍ରବାର ପୀଡ଼ିତାଙ୍କ ପୁଅ ବନ୍ଧୁ ଆଶିଷ ତାଙ୍କୁ ଦେଖା କରିବାକୁ ପାର୍କକୁ ଡାକିଥିଲା। ଛାତ୍ରୀ ଜଣକ ପୁଅ ସାଙ୍ଗକୁ ଦେଖା କରିବାକୁ ପାର୍କରେ ପହଞ୍ଚିଥିଲେ। ଅଭିଯୁକ୍ତ ଆଶିଷ ଓ ତା ସାଙ୍ଗମାନେ ମିଶି ଛାତ୍ରୀଙ୍କୁ କାରରେ ନେଇ ଯାଇଥିଲେ। ସେମାନେ ମଦ ପିଇ ତାଙ୍କୁ ଦୁଷ୍କର୍ମ କରିଥିଲେ।

ପୋଲିସର ସୂଚନା ମୁତାବକ ଆଶିଷ ସମେତ ୪ଜଣ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି। ଏପରି କି ପାର୍କ ପାଖରେ ପଡ଼ିଥିବା ସ୍କୁଟିକୁ ପୋଲିସ୍‌ ଜବତ କରି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହି ଘଟଣା ସଂପର୍କରେ ଜଣେ ପ୍ରତ୍ୟେକ୍ଷ ଦର୍ଶୀ ପୋଲିସ୍‌କୁ ସୂଚନା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.