କ୍ୟାନ୍ସର୍ ସହ ସଂଘର୍ଷ କରୁଛନ୍ତି ଫ୍ରେଣ୍ଡସ୍: ଦି ରିୟୁନିଅନ୍ ଫେମ୍ ଜେମ୍ସ ମାଇକେଲ ଟେଲର: କହିଲେ, ମୋ ଜୀବନ ନେଇ ଛାଡିବ

Published By : Prameya-News7 Bureau | June 22, 2021 IST

ନୂଆଦିଲ୍ଲୀ ୨୨/୦୬: OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରସିଦ୍ଧ ଧାରାବାହିକ ଫ୍ରେଣ୍ଡସ୍: ଦି ରିୟୁନିଅନ୍ ଅଭିନେତା ଜେମ୍ସ ମାଇକେଲ ଟେଲରଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବାସ୍ତବରେ ଅଭିନେତାଙ୍କୁ ପ୍ରୋଷ୍ଟେଟ୍ କ୍ୟାନ୍ସର୍ ହୋଇଛି। ତାଙ୍କର କ୍ୟାନ୍ସର୍ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଯାଇଛି। ଗତ ମାସରେ, ଜେମ୍ସ ଫ୍ରେଣ୍ଡସ୍: ଦି ରିୟୁନିଅନ୍ ପାଇଁ ଏକ ସ୍ୱତନ୍ତ୍ର ଜୁମ୍ ରେ ଦେଖାଦେଇଥିଲେ ।

{"width":654,"height":363}
Friends actor James Michael Tyler aka Gunther opens up about cancer  diagnosis | Entertainment News,The Indian Express

ଏହି ଶୋ’ରେ ଜେନିଫର୍ ଆନିଷ୍ଟନ୍, କୋର୍ଟେନି କକ୍ସ, ଲିସା କୁଡ୍ରୋ, ମ୍ୟାଟ୍ ଲେବ୍ଲାଙ୍କ୍, ମାଥ୍ୟୁ ପେରି ଏବଂ ଡେଭିଡ ସିମର ରହିଥିଲେ। ମାଇକେଲ ଟେଲର ଏହି ଶୋ’ରେ ହସ୍ପିଟାଲରେ ନଜର ଆସିଥିଲେ । ଦ୍ୱିତୀୟ ରାଉଣ୍ଡ କେମୋଥେରାପି ପରେ ଇନଷ୍ଟାଗ୍ରାମରେ ଫଟୋ ଏବଂ ସୂଚନା ସେୟାର କରିଥିଲେ ।

ଶୋ’ରେ ତାଙ୍କୁ ପଚରାଯାଇଥିଲା କି 'ଫ୍ରେଣ୍ଡସ୍' ସହିତ ଜଡିତ ଲୋକମାନେ ତାଙ୍କ ଅସୁସ୍ଥତା ବିଷୟରେ ଜାଣିଛନ୍ତି କି? ଏହି ପ୍ରଶ୍ନର ଉତ୍ତରରେ ମାଇକେଲ କହିଥିଲେ ଯେ ଶୋ’ର ନିର୍ମାତାମାନେ ଏହା ବିଷୟରେ ଦୀର୍ଘ ଦିନରୁ ଜାଣିଛନ୍ତି। ମାଇକେଲ ଦ୍ୱିତୀୟ ପର୍ଯ୍ୟାୟ କେମୋ ଥେରାପି ପରେ ଇନଷ୍ଟାଗ୍ରାମରେ ଫଟୋ ଏବଂ ସୂଚନା ସେୟାର କରିଛନ୍ତି।

{"width":656,"height":412}

ଶୋ ସମୟରେ ହୋଷ୍ଟଙ୍କ ପ୍ରଶ୍ନର ଉତ୍ତରରେ ମାଇକେଲ କହିଛନ୍ତି ଯେ ସେପ୍ଟେମ୍ବର ୨୦୧୮ ରେ ଏହା ଜଣାପଡିଥିଲା ​​ଯେ ମୁଁ ପ୍ରୋଷ୍ଟେଟ କ୍ୟାନ୍ସରରେ ପୀଡିତ, ଯାହା ମୋର ହାଡରେ ବ୍ୟାପିସାରିଛି। ସେ କହିଛନ୍ତି ଯେ ଡାକ୍ତରମାନେ ନିୟମିତ ଯାଞ୍ଚ ସମୟରେ କ୍ୟାନ୍ସର ବିଷୟରେ ଜାଣିଥିଲେ। ସେତେବେଳେ ୫୬ ବର୍ଷ ହୋଇଥିଲା। ହରମୋନ୍ ଥେରାପି ସହିତ ଚିକିତ୍ସା କରାଯାଇଥିଲା ।

ମାଇକେଲ କହିଛନ୍ତି ଯେ କରୋନା ମହାମାରୀ ସମୟରେ ତାଙ୍କ ରୋଗ ଦ୍ରୁତ ଗତିରେ ପରିବର୍ତ୍ତନ ହୋଇ ମେରୁଦଣ୍ଡରେ ପହଞ୍ଚିଛି, ଯେଉଁ କାରଣରୁ ଚାଲିବା କଷ୍ଟକର ହୋଇପଡିଛି। ଯେହେତୁ ଷ୍ଟେଜ୍ -୪ କ୍ୟାନ୍ସର୍, ସେ ମୋ ଜୀବନ ନେଇ ହିଁ ଛାଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.