ପରକୀୟା ପ୍ରେମ ପାଇଁ ବନ୍ଧୁ ସାଜିଲା ବଇରି, ନୃଶଂସ ଭାବେ ସାଙ୍ଗକୁ ହାଣି କଲା ହତ୍ୟା

Published By : Prameya-News7 Bureau | December 12, 2018 IST

ନଜଫଗଡ଼ ;୧୩/୧୨-ପରକୀୟା  ପ୍ରେମ ପାଇଁ ବଳି ପଡ଼ିଲା ବନ୍ଧୁ । ବାରଣ ସତ୍ତ୍ଵେ ବି ନାମାନିଲା ସାଙ୍ଗ ନା ସ୍ତ୍ରୀ । ବାଧ୍ୟ ହେଲା ହତ୍ୟା କରିବାକୁ ସାଙ୍ଗକୁ । ଏଭଳି ଗୋଟିଏ ଘଟଣା ଘଟିଛିଦିଲ୍ଲୀର ନଜଫଗଡ଼-ଛାବଲା ରୋଡ଼ ଅଚଂଳରେ । ଘଟଣାଟି ଏହିପରି; ଅମିତ ଓ ସଚିନ ଦୁଇଜଣ ଅତି ଅନ୍ତରଂଗ ବନ୍ଧୁ। ସଚିନ ଘରକୁ ଅମିତ ପ୍ରତ୍ୟେକଦିନ ଆସୁଥିଲା । ସାଙ୍ଗ ହୋଇ ସବୁ ସୁଖଦୁଃଖ ବି ଶେୟାର କରୁଥିଲେ ।ଦିନେ ସଚିନ ଜାଣିଲା ତା ଅମିତ ସ୍ତ୍ରୀକୁ ପ୍ରେମ କରିବା ଆରମ୍ଭ କଲାଣି । ଏହି କଥା ଜାଣିବାପରେ ବିସେ ଅମିତକୁ ଡ଼ାକି କେତେଥର ବି ବୁଝାଇଛି । ହେଲେ କିଛି ଫଳ ମିଳିଲାନି ।ଏହି ଘଟଣାକୁ ନେଇ କିଛିଦିନପରେ ଆଉ ସଚିନ ଓ ଅମିତ ଭିତରେ ଆଗଭଳି ପଡ଼ିଲା ନାହିଁ । ଉଭୟ ମଧ୍ୟ ଉଭୟଙ୍କୁ ବିରୋଧ କରିବାକୁ ଲାଗିଲେ।

{"id":63019,"width":593,"height":297}

ଏହି ଘଟଣାକୁ ନେଇ ଅମିତକୁଜୀବନରୁ ମାରିଦେବାକୁ ନିଷ୍ପତ୍ତି ନେଲା ସଚିନ । ମନ ଭିତରେ ଅମିତକୁ ମାରିଦେବାକୁ ବ୍ଲୁ ପ୍ରିଣ୍ଟବି ପ୍ରସ୍ତୁତ କଲା । ଅମିତକୁ ଭୋଜି ଖାଇବାକୁ ଡ଼ାକି ଦିହେଁ ପ୍ରଚୁର ମଦ ପିଇଲେ । ତା ପରେ ସଚିନ ରାଗସୁଝାଇବାକୁ ଯାଇ ଅମିତକୁ ଚାକୁରେ ଆକ୍ରମଣ କଲା । ବେକ,ଛାତି,ପେଟକୁ ବାରମ୍ଵାର ଆଘାତ କରିବା ପରେସେଇଠି ଅମିତ ପ୍ରାଣ ହରାଇଥିଲା । ତା ପରେ ତାକୁ ନେଇ ସେ ରହୁଥିବା ବୃନ୍ଦାବନ ଫାର୍ମ ହାଉସ ପାଖରେପକାଇ ଦେଇଆସିଲା ।

ଖବର ପ୍ରଚାରିତ ହେବାପରେ ପୋଲିସ ତଦନ୍ତ କରି ସଚିନକୁ ଧରି କୋର୍ଟ ଚାଲାଣ କରିଛି । ଆଉ ଅଧିକ ଘଟଣା ଜାଣିବା ପାଇଁ ବିଭିନ୍ନ ଲୋକଙ୍କୁ ପଚରାଉଚରା କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.