କ୍ରିକେଟ ବ୍ୟାଟରେ ପିଟି ନାବାଳକକୁ ହତ୍ୟା କଲା ନାବାଳକ

Published By : Prameya-News7 Bureau | October 06, 2019 IST

ବ୍ରଜରାଜନଗର/ଝାରସୁଗୁଡା- ନାବାଳକକୁ ହତ୍ୟା କଲା ଆଉ ଜଣେ ନାବାଳକ । କ୍ରିକେଟ ବ୍ୟାଟରେ ପିଟିପିଟି ମାରିଦେଇଥିବା ଅଭିଯୋଗ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଂଚଳ ଏଚ ଲାଇନ ଠାରେ ଅଘଟଣ ଘଟିଛି।

 ଜଣେ ନାବାଳକ କୌଣସି କଥା କୁ ନେଇ ଅନ୍ୟ ଜଣେ ନାବାଳକ ସତ୍ୟମ ଭାସ୍କର କୁ ବ୍ୟାଟରେ  ଗତକାଲି ଆକ୍ରମଣ କରିଥିଲେ। ତେବେ ଆଜି ଚିକିତ୍ସାଧୀନ ଅବସ୍ଥା ରେ ବୁର୍ଲା ହସ୍ପିଟାଲରେ ସତ୍ୟମ ଭାସ୍କର ର ମୃତ୍ୟୁ ଘଟିଛି। ବ୍ରଜରାଜନଗର ପୋଲିସ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଦେଇଛି। ସତ୍ୟମ ର ଆସନ୍ତାକାଲି ବୁର୍ଲା ହସ୍ପିଟାଲରେ ଶବ ବ୍ୟବଛେଦ କରାଯାଇ ଅଧିକ ତଦନ୍ତ କରାଯିବ ବୋଲି  ବ୍ରଜରାଜନଗର ଆଇଆଇସି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.