ସାଙ୍ଗକୁ ବଞ୍ଚାଇଦେଲେ କିନ୍ତୁ ନିଜେ ବୁଡ଼ିଗଲେ...

Published By : Prameya-News7 Bureau | December 31, 2021 IST

ଆନନ୍ଦପୁର, ୩୧/୧୨: କେନ୍ଦୁଝର ଜିଲ୍ଲା ରେମାଳ ଡ୍ୟାମରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଘଷିପୁରା ଥାନା ଢିଙ୍କିଆ ଗାଁ କାଳନ୍ଦୀ ଚରଣ ସାହୁଙ୍କ ପୁଅ ସୁବ୍ରତ ବୋଲି ଜଣାପଡ଼ିଛି । ରେମାଳ ଡ୍ୟାମକୁ ଫଟୋ ଉଠାଇବାକୁ ସୁବ୍ରତ ତାର ୪-୫ ଜଣ ସାଙ୍ଗଙ୍କ ସହ ଯାଇଥିଲା । ଏହି ସମୟରେ ସେମାନଙ୍କ ମଧ୍ୟରୁ କିଛି ସାଙ୍ଗ ଡ୍ୟାମ୍ ତଳ ନଦୀରେ ଗାଧୋଉଥିଲେ । ଗୋଡ ଖସିଯିବାରୁ ରୋସନ ପୃଷ୍ଟି ନାମକ ଯୁବକ ପାଣିରେ ବୁଡିଯାଇଥିଲେ ।

ସାଙ୍ଗକୁ ଉଦ୍ଧାର କରିବାକୁଯାଇ ପାଣିକୁ ଡେଇଁ ପଡିଥିଲେ ସୁବ୍ରତ । ସାଙ୍ଗ ତ ଉଦ୍ଧାର ହୋଇଥିଲା, ହେଲେ ସୁବ୍ରତ ଆଉ ପାଣିରୁ ବାହାରିପାରି ନଥିଲା । ବହୁ ସମୟପରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାରକରି ଡାକ୍ତରଖାନାରେ ପହଁଞ୍ଚାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.