ଆଜି ଫ୍ରାଇଡେ ରିଲିଜରେ ପରଦାକୁ ଆସୁଛି ଦୁଇଟି ବଲିଉଡ ଓ ଗୋଟିଏ ହଲିଉଡ ଫିଲ୍ମ

Published By : Prameya-News7 Bureau | September 14, 2018 IST

ଆଜି ଫ୍ରାଇଡେ ରିଲିଜରେ ପରଦାକୁ ଆସିବ ୩ ଫିଲ୍ମ। ଦୁଇଟି ବଲିଉଡର ଓ ଗୋଟିଏ ହଲିଉଡ ଫିଲ୍ମ। ଅଭିଷେକ ବଚ୍ଚନଙ୍କ ଅଭିନୀତ ଫିଲ୍ମ ମନମର୍ଜିୟାଁ କୁ ବକ୍ସ ଅଫିସରେ ଟକ୍କର ଦେବ ତବରେଜ୍ ନୁରାନୀଙ୍କ ଫିଲ୍ମ ଲଭ୍ ସୋନିଆ । ବଲିଉଡ ଫିଲ୍ମକୁ କଡା ମୁକାବିଲା ଦେବ ଆମେରିକାନ ସାଇନ୍ସ ଫିକ୍ସନ ଆକ୍ସନ ଫିଲ୍ମ ଦି ପ୍ରିଡେଟର। ଅନୁରାଗ କଶ୍ୟପଙ୍କ ନିର୍ଦେଶିତ ଓ କନିକା ଧିଲନଙ୍କ ଦ୍ବାରା ଲିଖିତ ଫିଲ୍ମ ମନମର୍ଜିୟାଁ ଏକ ରୋମାଣ୍ଟିକ୍ କମେଡି ଫିଲ୍ମ।ଏହା ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ। ଫିଲ୍ମର ଲିଡ ରୋଲରେ ଅଛନ୍ତି ଅଭିଷେକ ବଚ୍ଚନ,ଭିକି କୌଶଲ ଓ ତାପସି ପାନ୍ନୁ। ତାପସି ଓ ଭିକି ପରସ୍ପରଙ୍କୁ ପ୍ରେମ କରୁଥିବାବେଳେ ଏଥିରେ ଏଣ୍ଟ୍ରି ମାରୁଛନ୍ତି ଅଭିଷେକ। ତାପରେ ଏମାନଙ୍କର ଜୀବନରେ ଯେଉଁ ସବୁ ମୋଡ ନେଉଛି ତାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ଦି ପ୍ରିଡେଟରରର ନିର୍ଦେଶନା ଦେଇଛନ୍ତି ସେନ୍ ବ୍ଲାକ୍ । ପ୍ରିଡେଟର ସିରିଜର ଏହା ହେଉଛି ଚତୁର୍ଥ ଇନଷ୍ଟଲମେଣ୍ଟ। ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଟ୍ରୋଭାଣ୍ଟେ ରୋଡସ,ଜ୍ୟାକବ ଟ୍ରେମ୍ବଲେ। ସିରିଜର ଗତ ଭାଗ ଭଳି ଏଥିରେ ମଧ୍ୟ ସହରକୁ ର୭ା କରିବାକୁ ଦୁଇଗୋଷ୍ଠୀ ମଧ୍ୟରେ ଚାଲିଥିବା ଲଢେଇକୁ ନେଇ କାହାଣୀ ପର୍ଯ୍ୟବେସିତ।[gallery ids="42546"] ତବରେଜ ନୁରାନୀଙ୍କ ନିର୍ଦେଶିତ ଫିଲ୍ମ ଲଭ୍ ସୋନିଆ ମାନବଚାଲାଣ ଥିମ୍ ନେଇ ନିର୍ମାଣ କରାଯାଇଛି। ଜଣେ ୧୭ ବର୍ଷୀୟ ଝିଅ କେମିତ ତାର ଜୀବନକୁ ବାଜି ଲଗାଇ ଭଉଣୀଙ୍କୁ ଭୟଙ୍କର ମାନବଚାଲାଣ ରାକେଟରୁ ଉଦ୍ଧାର କରୁଛି ତାହା ହିଁ ହେଉଛି ଏହି ଫିଲ୍ମର କାହାଣୀଥ। ଫିଲ୍ମର ଲିଡ୍ ରୋଲରେ ଅଭିନୟ କରିଛନ୍ତି ମନୋଜ ବାଜପେୟୀ, ରାଜକୁମାର ରାଓ,ରିଚା ଚଢା ଓ ଫ୍ରେଇଡା ପିଣ୍ଟୋ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.