ଶୁକ୍ରବାର ରାଶିଫଳ: ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | May 07, 2020 IST

ମେଷ – ନୂତନ କାର୍ଯ୍ୟାରମ୍ଭ କରିବେ । ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । ସୁଖକର ଘଟଣାମାନ ଘଟିବ । କାର୍ଯ୍ୟରେ ସଫଳତା ମିଳିବ । ଶୁଭକାର୍ଯ୍ୟ କରଣୀୟ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

ବୃଷ – ମିଳୁଥିବା ସୁଯୋଗର ଉପଯୋଗ କରି ସୁଖ-ସମ୍ମାନ ଲାଭ କରିପାରନ୍ତି । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩

ମିଥୁନ - ମିତ୍ର ଲାଭ ହେବ । ପଢା-ପଢିରେ ମନୋନିବେଶ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୃତ୍ୟ ସଙ୍ଗୀତ ପ୍ରିୟ ଓ କର୍ମାନୁରକ୍ତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

କର୍କଟ – ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିବେ । କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । ପରିଶ୍ରମ ଅତ୍ୟଧିକ ହେଲେ ବି, ତା’ର ମୂଲ୍ୟ ମିଳିବ । ସରକାରୀ ମାନ୍ୟତା ପ୍ରାପ୍ତ ହୋଇପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।

ସିଂହ – ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଉପଯୁକ୍ତ ରହିଛି । ଦେବଦର୍ଶନରେ ଅଶାନ୍ତିର ମାତ୍ରା କମିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

କନ୍ୟା – ଆଳସ୍ୟ ଅନୁଭବ କରିପାରନ୍ତି । ସାମୟିକ ବିଶ୍ରାମ ପରେ ଚଳ-ଚଞ୍ଚଳ ରହିବେ । ଶତ୍ରୁଭାବ ବୃଦ୍ଧି ହେଲେ ବି ଅନିଷ୍ଠ ଘଟିବାର ପ୍ରଶ୍ନ ଉଠୁ ନାହିଁ । ତ୍ୟାଗୀ ଓ ନୀତିଜ୍ଞ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୮ ।

ତୁଳା – ଆଶାବାଦୀ ହୋଇପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଛି । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ପ୍ରୀତି ଭୋଜନ ମିଳିପାରେ । ଚିନ୍ତାଧାରା ଉନ୍ନତ ମାନର ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

ବିଛା – ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ । ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ଏବଂ ଶତ୍ରୁ ଦମନ କରି ଆଶ୍ୱସ୍ତ ହୋଇପାରନ୍ତି । ଉତ୍ତମ କନ୍ୟା ଲାଭ କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।

ଧନୁ – କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସୁସମ୍ବାଦ ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ମକର – କର୍ମଚଞ୍ଚଳ ରହିବେ । ସୁସମ୍ବାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରୁ ସଫଳତା ମିିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

କୁମ୍ଭ - କାର୍ଯ୍ୟରେ ଅଗ୍ରଗତି ଘଟିବ ଓ ସଫଳତା ଲାଭ କରିବେ । ଅଧିକ କ୍ଷମତା ପ୍ରାପ୍ତ ହୋଇ ତା’ର ସଦ୍‌-ବ୍ୟବହାର କରି ପାରନ୍ତି । ବିବାଦୀୟ ଘଟଣାରେ ଆପଣଙ୍କ ଦୃଢମତ ବଳବତ୍ତର ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ମୀନ - ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ବନ୍ଧୁ ଓ ସହଯୋଗୀମାନେ କରଛଡା ଦେଇପାରନ୍ତି । ସ୍ୱାଭିମାନୀ ହେବେ । ଭାଗୁଆଳି ବ୍ୟବସାୟରୁ କିଛି ଲାଭ ମିଳିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.