AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ବଢି ବଢି ଚାଲିଛି କରୋନା: ଗୋଟିଏ ଦିନରେ ହାଫ୍ ସେଞ୍ଚୁରୀ ପ୍ଲସ୍, ଗଞ୍ଜାମ ପାଇଁ ଟେନସନ୍

8/05/2020 at 7:10 PM

ଭୁବନେଶ୍ୱର, ୦୮|୦୫: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଁଚିଛି । ତେବେ ଆଜି ଗୋଟିଏ ଦିନରେ ଏବେସୁଦ୍ଧା ରାଜ୍ୟରେ ୫୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ । ଏହାପୂର୍ବରୁ ଗୁରୁବାର ସର୍ବାଧିକ ଗୋଟିଏ ଦିନରେ ୩୪ଟି ମାମଲା ସାମ୍ନାକୁ ଆସିଥିଲା ।

ରାଜ୍ୟରେ ଉପର ମୁହାଁ ହେଉଛି କରୋନା ଗ୍ରାଫ୍ । ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଶୁକ୍ରବାର ରାଜ୍ୟରେ ଏବେସୁଦ୍ଧା ଆଉ ୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୧ରେ ପହଞ୍ଚିଛି । 

ରାଜ୍ୟରେ ଶୁକ୍ରବାର ଚିହ୍ନଟ ହୋଇଥିବା ୫୨ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪୩ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୫ଜଣ, ଖୋର୍ଦ୍ଧାରେ ଜଣେ ଏବଂ ଭଦ୍ରକ ଜିଲ୍ଲାରୁ ୩ଜଣ ରହିଛନ୍ତି । ଏହାପରେ ଗଞ୍ଜାମ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୧ରେ ପହଞ୍ଚିଥିବା ବେଳେ କେହି ହେଲେ ବି ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୬ଟି ଆକ୍ଟିଭ କେସ୍ ରହିଥିବା ବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ଭଦ୍ରକ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୨ଟି ଆକ୍ଟିଭ କେସ୍ ଥିବାବେଳେ ୧୨ଜଣ ସୁସ୍ଥ ହୋଇ ଫେରିଛନ୍ତି ।

ତେବେ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଅଧିକାଂଶ ସଂକ୍ରମିତ ହେଉଛନ୍ତି ସୁରଟ ଫେରନ୍ତା । ଏବେ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୧ ଛୁଇଁବା ସହ ରାଜ୍ୟରେ ସର୍ବାଧିକ ସଂକ୍ରମିତ ହେଉଛନ୍ତି ଏହି ଜିଲ୍ଲାର ।ଗୁରୁବାର ଓ ଶୁକ୍ରବାର ଆସିଥିବା ମୋଟ ମାମଲା ମଧ୍ୟରୁ କେବଳ ଗଞ୍ଜାମରୁ ହିଁ ସବୁଠାର ଅଧିକ ମାମଲା ସାମ୍ନାକୁ ଆସିଛି ।

   Related Posts