ମଣିପୁରରେ ବିଦ୍ରୋହୀଙ୍କ ସହ ମୁହାଁମୁହିଁ ବେଳେ ୨ ଯବାନ ସହିଦ, ଉଚ୍ଚସ୍ତରୀୟ ବୈଠକ ଡକାଇଲେ ସିଏମ୍ ବିରେନ ସିଂ

Published By : Prameya-News7 Bureau | January 17, 2024 IST

ନୂଆଦିଲ୍ଲୀ: ମଣିପୁରରେ ପୁଣି ହିଂସା। ରାଜ୍ୟର ଟେଙ୍ଗନୁପାଲ ଜିଲ୍ଲାର ମୋରେହରେ ଉଗ୍ରବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ମୁହାଁମୁହିଁ ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଏହାପୂର୍ବରୁ ଅନ୍ୟ ଜଣେ ଯବାନଙ୍କ ସହିଦ ହୋଇଥିବା ସ୍ପଷ୍ଟ କରାଯାଇଛି।

ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ ସହିଦ ହୋଇଥିବା ସୁରକ୍ଷାକର୍ମୀ ତାଖେଲମ୍ବମ୍ ସାଇଲେଶୱୋର ଅଞ୍ଚଳର ବୋଲି ଚିହ୍ନଟ କରାଯାଇଛି। ମଣିପୁର ପୋଲିସ କହିଛି ଯେ ପୂର୍ବରୁ ସହିଦ ହୋଇଥିବା ମୃତ ବ୍ୟକ୍ତି ୱାଙ୍ଗକେମ ସୋମୋରଜିତ, ସେ ମୋରେହରେ ରାଜ୍ୟ ପୋଲିସ କମାଣ୍ଡୋ ଭାବରେ ନିଯୁକ୍ତି କରାଯାଇଥିଲା।

ସୋମୋରଜିତ ଇମ୍ଫାଲ ପଶ୍ଚିମ ଜିଲ୍ଲାର ମାଲୋମର ବାସିନ୍ଦା ଥିଲେ। କୁକି ଆତଙ୍କବାଦୀମାନେ ବୁଧବାର ମୋରେହରେ ସୁରକ୍ଷା ବାହିନୀର ଏକ ଗାଡି ଉପରେ ଆକ୍ରମଣ କରିଥିଲେ। ଗୁଳି ବିନିମୟରେ ଭାରତୀୟ ରିଜର୍ଭ ବାଟାଲିୟନ ଆଇଆରବିର ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି।

ଜଣେ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ, ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଯୁଗ୍ମ ଆକ୍ସନ୍ କମିଟି ମୁଖପାତ୍ର ଏଲ୍ ପ୍ରେମଚାନ୍ଦ କହିଛନ୍ତି ଯେ, ଆକ୍ରମଣକାରୀମାନେ ଧରିବା ସହିଦଙ୍କ ପରିବାର ଲୋକ ଦାବି କରିଛନ୍ତି।ପୋଲିସ କହିଛି ଯେ ମୋରେହ ସହରର ତିନୋଟି ଭିନ୍ନ ସ୍ଥାନରେ ସନ୍ଦିଗ୍ଧ କୁକି ଚରମପନ୍ଥୀଙ୍କ ସହ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଥିଲେ। ବିଦ୍ରୋହୀମାନେ ଏସବିଆଇ ମୋରେହ ନିକଟସ୍ଥ ସୁରକ୍ଷା ବାହିନୀ ପୋଷ୍ଟରେ ବୋମା ଫିଙ୍ଗି ଗୁଳି ଚଳାଇଥିଲେ। ବିଦ୍ରୋହୀମାନେ ଅସ୍ଥାୟୀ କମାଣ୍ଡୋ ପୋଷ୍ଟରେ ଗୁଳି ଚଳାଇ ନିକଟସ୍ଥ ପାର୍କିଂ ହୋଇଥିବା ଅନେକ ଯାନକୁ କ୍ଷତି ପହଞ୍ଚାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.