Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ତୁର୍କୀରେ ପୁଣି ଭୂମିକମ୍ପ: ୫.୫ ତୀବ୍ରତାର ଲାଗିଲା ଝଟ୍‌କା

25/02/2023 at 6:41 PM

ଇସ୍ତାନବୁଲ: ତୁର୍କୀ ଉପରେ ଯେମିତି ରାଗ ସୁଝାଉଛି ପ୍ରକୃତି । ମହାଭୂମିକମ୍ପ ପରେ ଧ୍ୱଂସ ସ୍ତୁପରୁ ମାଟିଗୋଡ଼ି ସାଉଁଟି ଘର ତିଆରି କଲା ବେଳକୁ ପୁଣି ଭୂମିକମ୍ପ ପ୍ରହାର ତୁର୍କୀରେ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି । ଶନିବାର ପୁଣି ୫.୫ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ନିଗ୍‌ଦେ ଅଞ୍ଚଳରେ ଏହି ଭୂମିକମ୍ପ ହୋଇଥିବା ତୁର୍କୀ ବିପର୍ଯ୍ୟୟ ପରିଚଳାନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।   

ଫେବ୍ରୁଆରୀ ୬ ତାରିଖରେ ତୁର୍କୀ-ସିରିଆରେ ହୋଇଥିବା ଭୂମିକମ୍ପ ଓ ୪୦ଟି ଝଟ୍‌କାରେ ମୃତ୍ୟୁ ସଂଖ୍ୟା ୫୦ ହଜାର ପାର୍ କରିଛି । ୫ ଲକ୍ଷ ଆପାର୍ଟମେଣ୍ଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏକ ଲକ୍ଷ ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ମହାଭୂମିକମ୍ପରେ ୧.୫ ମିଲିୟନ ବାସହୀନଙ୍କ ପାଇଁ ତୁର୍କୀ ସରକାର ଘର ତିଆରି କରୁଛନ୍ତି । ଏସବୁ ବିପର୍ଯ୍ୟୟରୁ ଅଣ୍ଟା ସଳଖି ଛିଡ଼ା ହେଲା ବେଳକୁ ପୁଣି ଭୂମିକମ୍ପ କମର ଭାଙ୍ଗି ଦେଉଛି ।

ବିପର୍ଯ୍ୟୟ ଓ ଜରୁରିକାଳୀନ ସମସ୍ୟା ପରିଚାଳନା ପ୍ରାଧିକରଣ(ଏଏଫ୍‌ଏଡି)ର ସୂଚନା ଅନୁସାରେ, ଶୁକ୍ରବାର ରାତି ସୁଧା ତୁର୍କୀରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୪୪,୨୧୮ ହୋଇଛି। ସେହିପରି ସିରିଆରେ ମୃତ୍ୟୁ ସଂଖ୍ୟା ୫,୯୧୪ ହୋଇଛି। ଉଭୟ ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ସଂଖ୍ୟା ୫୦ ହଜାର ପାର୍ କରିଛି ବୋଲି ଏଏଫ୍‌ଏଡି ସୂଚନା ଦେଇଛି।

ଏପଟେ ତୁର୍କୀରେ ନିର୍ବାଚନ ହେବାକୁ ଥିବା ବେଳେ ତୁର୍କୀ ରାଷ୍ଟ୍ରପତି ରିସିପ୍ ତୟିପ ଅର୍ଦୋଗାନ ବର୍ଷକ ମଧ୍ୟରେ ସବୁ ଘର ପୁଣିଥରେ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ଶୀଘ୍ର ବନାବାଇବା ଚକ୍କରେ ନିର୍ମାଣ ସ୍ଥାୟିତ୍ୱ ଓ ମଜଭୁତିକ ନେଇ ବିଶେଷଜ୍ଞ ଚେତାଇଛନ୍ତି। କାରଣ ତୁର୍କୀରେ ଭୂମିକମ୍ପକୁ ସାମ୍ନା କରିବାକୁ କିଛି ବିଲ୍ଡିଂ ବନାଯାଇଥିଲେ। ହେଲେ ସେଗୁଡ଼ିକ ମଧ୍ୟ ଏହି ଭୂମିକମ୍ପରେ ଭୁଶୁଡ଼ି ପଡ଼ିଛି। ତେଣୁ ନିର୍ମାଣ ବେଳେ ଏସବୁ ଦିଗକୁ ଧ୍ୟାନ ଦେବାକୁ ଏକ୍ସପର୍ଟ ଚେତାବନୀ ଦେଇଛନ୍ତି। ତେବେ ବାସହୀନଙ୍କ ପାଇଁ ତୁର୍କୀ ସରକାର ଅସ୍ଥାୟୀ ଟ୍ୟାଙ୍କ ବ୍ୟବସ୍ଥା କରିଛନ୍ତି।   

ରୟଟର୍ସର ରିପୋର୍ଟ ଅନୁସାରେ, ତୁର୍କୀ ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ୨ ଲକ୍ଷ ଆପାର୍ଟମେଣ୍ଟ ଏବଂ ୭୦ ହଜାର ଗ୍ରାମୀଣ ଘର ତିଆରି କରିବାକୁ ଯୋଜନା ରଖିଛନ୍ତି। ଏଥିପାଇଁ ୧୫ ମିଲିୟନ ଆମେରିକୀୟ ଡଲାର ବ୍ୟୟ ଅଟକଳ କରାଯାଇଛି। ତେବେ ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମର ଆକଳନ ଅନୁସାରେ, ଭୂମିକମ୍ପରେ ୧.୫ ମିଲିୟନ ଲୋକେ ବାସହୀନ ହୋଇଛନ୍ତି। ଏଥିପାଇଁ ୫୦୦,୦୦୦ ଘର ଆବଶ୍ୟକ ଅଛି।

ଗତ ସପ୍ତାହରେ ମିଳିତ ଜାତିସଂଘ ପକ୍ଷରୁ ୧ ବିଲିୟନ ଆମେରିକୀୟ ଡଲାର ସହାୟତ ମଗାଯାଇଥିଲା। ସେଥିରୁ ୧୧୩ ମିଲିୟନ ଡଲାର ଧ୍ୱଂସସ୍ତୁପ ସଫା କରିବାର ଖର୍ଚ୍ଚ କରିବେ ବୋଲି କୁହାଯାଇଥିଲା।

   Related Posts