ଓମିକ୍ରନ୍ ପରେ ଆଉ ଏକ ନୂଆ ଭାରିଏଣ୍ଟର ଏଣ୍ଟ୍ରି: ରହିଛି ୪୬ ମ୍ୟୁଟେସନ୍, ଜାଣନ୍ତୁ କେତେ ଘାତକ

Published By : Prameya-News7 Bureau | January 04, 2022 IST

ନୂଆଦିଲ୍ଲୀ ୦୪/୦୧ : ଦୁଇଆ ବର୍ଷ ହେଲା ସାରା ବିଶ୍ୱରେ କରୋନା ପ୍ରକୋପ ଜାରି ରହିଛି। କରୋନା କେବେ ସମ୍ପୂର୍ଣ୍ଣ ରୂପେ ସମାପ୍ତ ହେବ ତାର ଜବାବ କାହା ପାଖରେ ବି ନାହିଁ। ତେବେ ଧୀରେ ଧୀରେ ଏହାର ନୂଆ ନୂଆ ଭାରିଏଣ୍ଟ ସାମ୍ନାକୁ ଆସିବାରେ ଲାଗିଛି। ବର୍ତ୍ତମାନ ଫ୍ରାନ୍ସ ବୈଜ୍ଞାନିକ ଦାବି କରିଛନ୍ତି ଯେ ଓମିକ୍ରୋନ ପରେ ଆଉ ଏକ ନୂଆ ଭାରିଏଣ୍ଟ ସାମ୍ନାକୁ ଆସିଛି ଯାହା କରୋନାର ମୂଳ ଭାଇରସ ତୁଳନାରେ ଅଧିକ ସଂକ୍ରାମକ। ଚିନ୍ତାର କଥା ହେଲା ଏହି ଭାରିଏଣ୍ଟରେ ୪୬ ମ୍ୟୁଟେସନ ଅଛି ଅର୍ଥାତ ଏହା ୪୬ ପ୍ରକାର ରୂପ ବଦଳାଇପାରେ। ଏପରିକି ଭ୍ୟାକସିନ ମଧ୍ୟ ଏହି ଭାଇରସ ବିରୋଧରେ ବିଫଳ ପ୍ରମାଣିତ ହେବ।

ଏହି ଭାଇରସରେ ସଂକ୍ରମିତ ୧୨ ଜଣଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନେ ଫ୍ରାନ୍ସର ମାର୍ସିଲେର। ଏହି ସଂକ୍ରମିତମାନେ ଆଫ୍ରିକୀୟ ଦେଶ କ୍ୟାମରୁନରୁ ଯାତ୍ରା କରି ଫେରିଥିବା କୁହାଯାଉଛି। ସେଥିପାଇଁ ଏହି ଭାରିଏଣ୍ଟର ଉତ୍ପତ୍ତି ମରକ୍କୋ ବୋଲି କୁହାଯାଉଛି।

ବୈଜ୍ଞାନିକଙ୍କ କହିବାନୁଯାୟୀ ନୂଆ ଭାରିଏଣ୍ଟ ଓମିକ୍ରୋନ ତୁଳନାରେ ଅଧିକ ସଂକ୍ରାମକ ନୁହେଁ। ଫ୍ରାନ୍ସରେ ଯେତିକି କରୋନା ମାମଲା ସାମ୍ନାକୁ ଆସୁଛି ସେଥିରୁ ୬୦ ପ୍ରତିଶତ ମାମଲା ଓମିକ୍ରୋନ ଭାରିଏଣ୍ଟର. ଡିସେମ୍ବର ୧୦ରେ ଫ୍ରାନ୍ସର ଆଇଏଚୟୁ ମେଡିଟେରିନିର ବୈଜ୍ଞାନିକ ଏହି ନୂଆ ଭାରିଏଣ୍ଟ ଚିହ୍ନଟ କରିଥିଲେ। ସେବେଠାରୁ ଏହାର ଅଧିକ ମାମଲା ସାମ୍ନାକୁ ଆସିନାହିଁ। ଏବେ ଯାଏଁ କେବଳ ୧୨ ମାମଲା ସାମ୍ନାକୁ ଆସିଛି। ଅନ୍ୟ କୌଣସି ଦେଶରେ ଏହି ନୂଆ ଭାରିଏଣ୍ଟ ଚିହ୍ନଟ ହୋଇନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏହି ମାମଲାରେ ତଥ୍ୟ ଯୋଗାଡ କରିବାକୁ ହେବ।

ଏହି ଭାରିଏଣ୍ଟ ଚିହ୍ନଟ କରିଥିବା ବୈଜ୍ଞାନିକ ପ୍ରଫେସର ଫିଲିପେ କାର୍ଲସନ କହିଛନ୍ତି ଯେ ମାର୍ସିଲେରେ ନୂଆ ଭାରିଏଣ୍ଟରେ ଅନେକ ଲୋକ ସଂକ୍ରମିତ ହୋଇଥାଇପାରନ୍ତି। ଏହି ଭାରିଏଣ୍ଟର ନାଁ ଆଇଏଚୟୁ ରଖାଯାଇଛି। ଏହାର ନୂଆ ଜିନୋମ ଚିହ୍ନଟ କରିବା ବାକି ଅଛି। ଏହାର ବୈଜ୍ଞାନିକ ନାଁ B.1.640.2 ଦିଆଯାଇଛି। MedRxivରେ ଏହି ଭାରିଏଣ୍ଟ ଘୋଷଣା କରାଯାଇଛି। ତେବେ କୌଣସି ଜର୍ଣ୍ଣାଲରେ ଏହା ପ୍ରକାଶିତ କରାଯାଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.